ETV Bharat / politics

ବିଜେପି ସଂକଳ୍ପପତ୍ର: ମହିଳା-ଯୁବକ-ଗରିବଙ୍କ ପାଇଁ ମୋଦିଙ୍କ ପ୍ରତିଶୃତି ବର୍ଷା, ଏସବୁ ବର୍ଗକୁ ଫୋକସ୍‌ - BJP Manifesto - BJP MANIFESTO

BJP Manifesto: ଲୋକସଭା ନିର୍ବାଚନ ପାଇଁ ସଙ୍କଳ୍ପପତ୍ର ଜାରି କଲା ବିଜେପି । ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉନ୍ମୋଚନ । ପ୍ରତିଶୃତିର ପେଡି ଖୋଲିଲେ ମୋଦି । 5 ବର୍ଷ ମାଗଣା ରାସନ ସହ ଗରିବଙ୍କୁ ମିଳିବ 3 କୋଟି ଆବାସ । ଦେଶରେ ଲାଗୁ ହେବ ଏକକ ନାଗରିକ ସଂହିତା । ସଂକଳ୍ପପତ୍ରରେ ଆଉ କଣ କଣ ରହିଛି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

BJP releases election manifesto
BJP releases election manifesto
author img

By ETV Bharat Odisha Team

Published : Apr 14, 2024, 10:00 AM IST

Updated : Apr 14, 2024, 12:49 PM IST

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ସଙ୍କଳ୍ପପତ୍ର । ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସଙ୍କଳ୍ପପତ୍ର ଉନ୍ମୋଚନ କରାଯାଇଛି । 2025କୁ 'ଜନଜାତୀୟ ଗୌରବ ଦିବସ' ଭାବରେ ଘୋଷଣା କରାଯିବା ସହ ଦେଶରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରଣୟନ କରାଯିବା ନେଇ ଘୋଷଣା ପତ୍ରରେ ଉଲ୍ଲେଖ କରିଛି ବିଜେପି ।

BJP releases election manifesto
BJP releases election manifesto

ସଂକଳ୍ପପତ୍ରରେ ଏସବୁ ରହିଛି...

  • ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସଂକଳ୍ପ ପୂରଣ କରିବୁ
  • ଦେଶରେ ଏକକ ନାଗରିକ ସଂହିତା ଲାଗୁ କରାଯିବ
  • ଭାରତର 3 ପ୍ରକାରର ଭିତ୍ତିଭୂମିକୁ ମଜବୁତ କରାଯିବ
  • ବନ୍ଦେ ଭାରତ ମେଟ୍ରୋ ସେବା ଆରମ୍ଭ ହେବ
  • ଅଲିମ୍ପିକ୍ସ ଆୟୋଜନ ପାଇଁ ସମସ୍ତ ଉଦ୍ୟମ କରିବୁ
  • ଜାତୀୟ ବାୟୁମଣ୍ଡଳ ମିଶନ ଆରମ୍ଭ କରିବୁ
  • ଆୟୁଷ୍ମାନ ଭାରତ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ସାମିଲ କରାଯିବ
  • 3 କୋଟି ହେବେ ଲକ୍ଷପତି ଦିଦି

ସଂକଳ୍ପପତ୍ର ବିକଶିତ ଭାରତର 4ଟି ସ୍ତମ୍ଭକୁ ମଜବୁତ କରିଛି: ସଂକଳ୍ପପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ''ଆଜି ଏକ ପବିତ୍ର ଦିନ । ଦେଶର ଅନେକ ରାଜ୍ୟ 'ନୂଆବର୍ଷ' ପାଳନ କରୁଛନ୍ତି । ଓଡିଶାରେ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ଆଜି ନବରାତ୍ରିର ଷଷ୍ଠତମ ଦିନରେ ଆମେ ମା' କାତାୟାନୀଙ୍କୁ ପ୍ରାର୍ଥନା କରୁଛୁ । ସେ ତାଙ୍କ ଦୁଇ ହସ୍ତରେ ପଦ୍ମ ଧରିଛନ୍ତି । ଏହି ସଂଯୋଗ ଆମ ପାଇଁ ଏକ ବଡ ଆଶୀର୍ବାଦ ଅଟେ । ଆଜି ଆମ୍ବେଦକର ଜୟନ୍ତୀ ମଧ୍ୟ । ପୁରା ଦେଶ ବିଜେପିର ସଙ୍କଳ୍ପ ପତ୍ରକୁ ଅପେକ୍ଷା କରିଥାଏ । ଏହା ପଛରେ ଏକ ବଡ଼ କାରଣ ହେଉଛି, ବିଗତ ଗତ 10 ବର୍ଷ ମଧ୍ୟରେ ବିଜେପି ଘୋଷଣା ପତ୍ରର ପ୍ରତିଟି କଥାକୁ ଗ୍ୟାରେଣ୍ଟିର ସହ କାର୍ଯ୍ୟକାରୀ କରିଛି । ଏହି 'ସଂକଳ୍ପପତ୍ର' ବିକଶିତ ଭାରତର 4ଟି ମଜବୁତ ସ୍ତମ୍ଭ- ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ଶସକ୍ତ କରିଥାଏ ।

କଣ ରହିଛି ବିଜେପିର ସଂକଳ୍ପପତ୍ରରେ: ପ୍ରଧାନମନ୍ତ୍ରୀ କହିଛନ୍ତି, ''ମୋଦି ଗ୍ୟାରେଣ୍ଟିରେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ଜାରି ରହିବ । ବୟସ୍କଙ୍କ ସବୁଠାରୁ ବଡ ଚିନ୍ତା ହେଉଛି ଯେ ସେମାନେ କିପରି ସେମାନଙ୍କର ରୋଗର ଚିକିତ୍ସା କରିବେ । ମଧ୍ୟବିତ୍ତଙ୍କ ପାଇଁ ଏହି ଚିନ୍ତା ଅଧିକ ଗମ୍ଭୀର ଅଟେ । ବିଜେପି ସଙ୍କଳ୍ପ ନେଇଛି 75 ବର୍ଷରୁ ଅଧିକ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ । ଦେଶର 10 କୋଟି ଚାଷୀଙ୍କୁ ପିଏମ-କିସାନ ସମ୍ମାନ ନିଧି ଯୋଜନାରେ ମିଳୁଥିବା ଲାଭ ଆଗକୁ ମଧ୍ୟ ଜାରି ରହିବ । 'ସହକାରିତା ସେ ସମୃଦ୍ଧି'ର ଦୃଷ୍ଟିକୋଣ ସହିତ ବିଜେପି' ରାଷ୍ଟ୍ରୀୟ ସହକାରିତା ନୀତି' ପ୍ରଣୟନ କରିବ । ଏହା ମାଧ୍ୟମରେ ଆମେ ଏକ ବୈପ୍ଳବିକ ଦିଗରେ ଅଗ୍ରଗତି କରିବାକୁ ଯାଉଛୁ । ବିଶ୍ବରେ ଭାରତରୁ ପୁଷ୍ଟିକର ହବ୍ କରିବା ପାଇଁ ଆମେ 'ଶ୍ରୀ ଅନ୍ନ' ଉପରେ ଅଧିକ ଗୁରୁତ୍ୱ ଦେବାକୁ ଯାଉଛୁ । ''

ଆଦିବାସୀ ଜନଜାତିଙ୍କୁ ଫୋକସ: 2025ରେ ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ଜାତୀୟ ସ୍ତରରେ ପାଳନ କରାଯିବ । ଆଦିବାସୀ ଐତିହ୍ୟ ଉପରେ ଅନୁସନ୍ଧାନକୁ ବିଜେପି ଗୁରୁତ୍ବ ଦେବ । ଡିଜିଟାଲ୍ ଜନଜାତୀୟ କଳା ଏକାଡେମୀ ସ୍ଥାପନ କରାଯିବ ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସର ନ୍ୟାୟ ପତ୍ର: ଭୋଟରଙ୍କୁ ଖଡ଼ଗେ-ରାହୁଲଙ୍କ 5 ନ୍ୟାୟ ଏବଂ 25 ଗ୍ୟାରେଣ୍ଟି - Congress Manifesto 2024

ବିଜେପି ଭାରତର 3 ପ୍ରକାରର ଭିତ୍ତିଭୂମିକୁ ମଜବୁତ କରିବ: ମୋଦି କହିଛନ୍ତି, ''ଦେଶର ସାମାଜିକ ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି, ଭୌତିକ ଭିତ୍ତିଭୂମିକୁ ସୁଦୃଢ କରାଯିବ । ସାମାଜିକ ଭିତ୍ତିଭୂମି ପାଇଁ ଆମେ ନୂତନ ଶିକ୍ଷାନୁଷ୍ଠାନ ଖୋଲୁଛୁ । ଭୌତିକ ଭିତ୍ତିଭୂମି ପାଇଁ ସାରା ଦେଶରେ ରାଜପଥ, ରେଳପଥ, ବାୟୁପଥ ଏବଂ ଜଳପଥକୁ ଆଧୁନିକୀକରଣ କରୁଛୁ । ଡିଜିଟାଲ୍ ଭିତ୍ତିଭୂମିରେ ଆମେ 5G ନେଟୱାର୍କକୁ ବୃଦ୍ଧି କରୁଛୁ, 6Gରେ କାମ କରୁଛୁ ଏବଂ ଉଦ୍ଦ୍ୟୋଗରେ 4.0 କୁ ଦୃଷ୍ଟିରେ ରଖି ଆମେ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ କରୁଛୁ ।"

ମୁଦ୍ରା ଯୋଜନାର ଋଣ 20 ଲକ୍ଷକୁ ବୃଦ୍ଧି କରାଯିବ: ବିଗତ ବର୍ଷ ଗୁଡିକରେ, ମୁଦ୍ରା ଯୋଜନା କୋଟି କୋଟି ଲୋକଙ୍କୁ ଉଦ୍ୟୋଗୀ କରିଛି । ଏହି ସଫଳତାକୁ ଦେଖି ବିଜେପି ଆଉ ଏକ 'ସଙ୍କଳ୍ପ' ନେଇଛି । ମୁଦ୍ରା ଯୋଜନା ଅଧୀନରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ବିଜେପି ଏହାକୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆୟୁଷ୍ମାନ ଭାରତ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ସାମିଲ କରିବାକୁ ବିଜେପି ନିଷ୍ପତ୍ତି ନେଇଛି ।

ବିଦ୍ୟୁତ ବିଲକୁ ଶୂନକୁ ହ୍ରାସ କରିବା ଲକ୍ଷ୍ୟ: ମୋଦି କହିଛନ୍ତି'' ବର୍ତ୍ତମାନ ଆମେ କୋଟି କୋଟି ପରିବାରର ବିଦ୍ୟୁତ ବିଲକୁ ଶୂନକୁ ହ୍ରାସ କରିବା ଏବଂ ବିଦ୍ୟୁତରୁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବୁ । ଆମେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କରିଛୁ । ''

ବନ୍ଦେ ଭାରତର 3ଟି ମଡେଲ୍ ଦେଶରେ ଚାଲିବ: ମୋଦି କହିଛନ୍ତି,''ବନ୍ଦେ ଭରତ ଟ୍ରେନ୍ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରାଯିବ । ବନ୍ଦେ ଭାରତର 3ଟି ମଡେଲ୍ ଦେଶରେ ଚାଲିବ -ବନ୍ଦେ ଭାରତ ସ୍ଲିପର, ବନ୍ଦେ ଭାରତ ଚେୟାରକାର ଏବଂ ବନ୍ଦେ ଭାରତ ମେଟ୍ରୋ । ଆଜି ଅହମ୍ମଦାବାଦ ମୁମ୍ବାଇ ବୁଲେଟ୍ ଟ୍ରେନର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଉତ୍ତର ଭାରତରେ ଗୋଟିଏ ବୁଲେଟ୍ ଟ୍ରେନ୍, ଦକ୍ଷିଣ ଭାରତରେ ଗୋଟିଏ ବୁଲେଟ୍ ଟ୍ରେନ୍ ଏବଂ ପୂର୍ବ ଭାରତରେ ଗୋଟିଏ ବୁଲେଟ୍ ଟ୍ରେନ୍ ଚାଲିବ । ଏଥିପାଇଁ ସର୍ଭେ କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ । ''

ଦେଶରେ ଅଲିମ୍ପିକ୍ସ ଆୟୋଜନ ଲକ୍ଷ୍ୟ: ଜୁନ୍ 4ରେ ନିର୍ବାଚନ ଫଳାଫଳ ଆସିବା ପରେ ତୁରନ୍ତ ବିଜେପିର 'ସଙ୍କଳ୍ପ ପତ୍ର' କାମ ଆରମ୍ଭ ହେବ । ସରକାର 100 ଦିନିଆ କାର୍ଯ୍ୟ ଯୋଜନା ଉପରେ କାମ ଆରମ୍ଭ କରିସାରିଛନ୍ତି । ଦେଶର ଲୋକଙ୍କ ମହତ୍ବ ଆଂକାକ୍ଷା ହେଉଛି ମୋଦିଙ୍କ ମିଶନ । ଆମେ ଚନ୍ଦ୍ରୟାନଙ୍କ ସଫଳତା ଦେଖିଛନ୍ତି । ବର୍ତ୍ତମାନ ଆମେ ଗଗନଯାନଙ୍କ ଗର୍ବ ଅନୁଭବ କରିବୁ । ଆମେ ଏବେ ଭାରତକୁ G20ରେ ବିଶ୍ୱକୁ ସ୍ୱାଗତ କରୁଥିବାର ଦେଖିଲୁ ଏବଂ ବର୍ତ୍ତମାନ ଆମେ ଅଲିମ୍ପିକ୍ସ ଆୟୋଜନ ପାଇଁ ସମସ୍ତ ଉଦ୍ୟମ କରିବୁ । ଦେଶର ହିତ ପାଇଁ ବିଜେପି କଠୋର ନିଷ୍ପତ୍ତି ନେବା ପାଇଁ ପଛକୁ ହଟିବ ନାହିଁ । ଆମ ପାଇଁ ଦଳ ଠାରୁ ଦେଶ ବଡ ।

ଭାରତ ଅନ୍ତରୀକ୍ଷ ଷ୍ଟେସନ୍ ପ୍ରତିଷ୍ଠା କରାଯିବ: ବିଜ୍ଞାନ କ୍ଷେତ୍ରକୁ ନେଇ ମୋଦି କହିଛନ୍ତି, '' ଆମେ ଗଗନଯାନ ଭରତର ପ୍ରଥମ ମାନବ ସ୍ପେସ୍ ଫ୍ଲାଇଟ୍ ମିଶନ୍ ଆରମ୍ଭ କରିବୁ ଏବଂ ଚନ୍ଦ୍ରରେ ଜଣେ ମହାକାଶଚାରୀଙ୍କୁ ଅବତରଣ କରିବୁ । ଆମେ ଭାରତ ଅନ୍ତରୀକ୍ଷ ଷ୍ଟେସନ୍ (BAS) ପ୍ରତିଷ୍ଠା କରିବୁ ଏବଂ ଦେଶ ପାଇଁ ଦ୍ୱିତୀୟ ଲଞ୍ଚ କମ୍ପ୍ଲେକ୍ସ ମଧ୍ୟ କାର୍ଯ୍ୟକ୍ଷମ କରିବୁ । ''

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, "5 ବର୍ଷ ପୂର୍ବେ 2019ରେ 'ଘୋଷଣା ପତ୍ର' ଯେଉଁଥିରେ ଆମେ ସଂକଳ୍ପିତ ଭାରତ, ସଶକ୍ତ ଭାରତର ଆହ୍ବାନ ଦେଇଥିଲୁ । ସ୍ବାଧୀନତାକୁ 75 ବର୍ଷ ପୂରଣ ହେବାରେ ଭାରତର ବିଚାରଧାରା ଏବଂ 2047 ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । ସେହି ଭାବନାକୁ ଦୃଷ୍ଟିରେ ରଖି ଆମେ 5 ବର୍ଷ ପାଇଁ 'ସଂକଳ୍ପ' ତିଆରି କରିଥିଲୁ । ମୁଁ ଆପଣଙ୍କୁ ଖୁସିରେ କହୁଛି ଯେ, ବିକାଶ ଏବଂ ଜନ କଲ୍ୟାଣ ପାଇଁ 2019ରେ ଆମେ କରିଥିବା ସମସ୍ତ ସଂକଳ୍ପ 2024 ସୁଦ୍ଧା ସଫଳତାର ସହ ପୂରଣ କରିଛୁ ।

Last Updated : Apr 14, 2024, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.