ETV Bharat / politics

ପୁରୀ ଜିତିବାକୁ ବିଜେପି ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ, ଜୋରଦାର ପ୍ରଚାର କରୁଛନ୍ତି ଜୟନ୍ତ - Puri BJP strategy - PURI BJP STRATEGY

Puri BJP strategy: ଆଗାମୀ ନିର୍ବାଚନରେ ପୁରୀରେ ଦ୍ବିତୀୟ ଥର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ବିଭିନ୍ନ ପଞ୍ଚାୟତର ମୁରବୀ ଓ କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି ଜୟନ୍ତ । ଅଧିକ ପଢ଼ନ୍ତୁ

Puri BJP strategy
Puri BJP strategy
author img

By ETV Bharat Odisha Team

Published : Apr 15, 2024, 11:02 PM IST

Puri BJP strategy

ଭୁବନେଶ୍ବର: ୨୦୧୯ ନିର୍ବାଚନରେ ପୁରୀ ବିଧାନସଭା ଆସନରେ ବିଜୟ ଲାଭ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ ବିଜେଡିର ଭେଟେରାନ ମହେଶ୍ବର ମହାନ୍ତିଙ୍କୁ ପରାସ୍ତ କରିଥିଲେ ।‌ ତେବେ ୨୦୨୪ ନିର୍ବାଚନରେ ମଧ୍ୟ ପୁରୀ ବିଧାନସଭା ଆସନକୁ ବିଜେପି ହାତେଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରୁଛି । ବିଜେପି ପ୍ରାର୍ଥୀ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ନିଜେ ପୁରୀ ସଦର ବିଧାନସଭା ଆସନର ବିଭିନ୍ନ ପଞ୍ଚାୟତର ମୁରବୀ ଓ କର୍ମୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗ ନେଇ ଦଳର କର୍ମୀ ଭୋଟରଙ୍କୁ ଭେଟିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଭୋଟରଙ୍କୁ ଅବଗତ କରାଯାଇପାରିବ, କିଭଳି ଅଧିକରୁ ଅଧିକ ଲୋକ ବିଜେପିରେ ସାମିଲ୍‌ ହୋଇପାରିବେ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଗତ 5 ବର୍ଷରେ ପୁରୀ ସହରର ବିକାଶ ପାଇଁ ଜୟନ୍ତ ଷଡ଼ଙ୍ଗୀ ଅନେକ କିଛି କାର୍ଯ୍ୟ କରିଥିବାରୁ ଭୋଟରମାନେ ତାଙ୍କୁ ପୁଣି ବିପୁଳ ଭୋଟ ବ୍ୟବଧାନରେ ଜିତାଇବେ ବୋଲି ଆଶା ରଖିଛନ୍ତି ସେ । ଏନେଇ ଜୟନ୍ତ କହିଛନ୍ତି, "ନିର୍ବାଚନ ଆସିଲେ ଅନେକ ନେତାଙ୍କ ଦେଖା ମିଳିଥାଏ । ହେଲେ ନିର୍ବାଚନ ସରିବା ପରେ ଆଉ ଦେଖା ଦର୍ଶନ ମିଳେନାହିଁ । କୋଭିଡ ମହାମାରୀରେ ଅନେକ ଲୋକ ଭୋକ ଉପାସରେ ଥିବାବେଳେ ମୁଁ ନିଜେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ ଅନେକ ସହାୟତା ଦେଇଛନ୍ତି । ହେଲେ ବିଜେଡି ନେତାଙ୍କର ସେତେବେଳେ ଦେଖା ନଥିଲା । ତେଣୁ ଆଗାମୀ ନିର୍ବାଚନରେ ଭୋଟର ବିଜେଡିକୁ ଉଚିତ୍ ଜବାବ ଦେବା ସହ ପୁରୀ ବିଧାନସଭା ଆସନରେ ବିଜେପିକୁ ବିପୁଳ ବିଜୟ ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ପଣା ସଂକ୍ରାନ୍ତିରେ ପୁରୀରେ ଜୋରଦାର ପ୍ରଚାର, ସମ୍ବିତ ପାତ୍ର କହିଲେ ମହାପ୍ରଭୁ ଦେବେ ଫଳ - BJP Campaign at Puri

ସେପଟେ ଜୟନ୍ତଙ୍କ ସମର୍ଥକ କହିଛନ୍ତି, "ଆମେ ଆଗାମୀ ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛୁ । ଆଗାମୀ ନିର୍ବାଚନରେ ପୁରୀରେ ବିଜେପି ବିପୁଳ ବିଜୟ ହାସଲ କରିବ ।" ତେବେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ନିଜର ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେହିପରି ନିଜର ପ୍ରତିପକ୍ଷ ତଥା ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ବିଜେଡି ପ୍ରାର୍ଥୀ ଜଣେ ବ୍ୟବସାୟୀ ହୋଇଥିବାବେଳେ ଜନସେବାରେ 'ବିଗ୍ ଜିରୋ' ବୋଲି କହିଛନ୍ତି । ତେବେ ଅଗାମୀ ନିର୍ବାଚନରେ ବିଜେପି କେତେ ସଫଳ ହେଉଛି, ତାହାକୁ ଏବେ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.