ETV Bharat / politics

100 ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ 2 କିମ୍ବା 3: ବିଜୟପାଲ ସିଂ ତୋମାର - ଲୋକସଭା ନିର୍ବାଚନ

Vijay Pal Singh Tomar arrives in Bhubaneswar: ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ବୋଲି କହିଲେ ରାଜ୍ୟ ବିଜେପି ପ୍ରଭାରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 27, 2024, 2:24 PM IST

Updated : Feb 27, 2024, 5:19 PM IST

Vijay Pal Singh Tomar

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ଭାରତୀୟ ଜନତା ପାର୍ଟି । ଏହି ବୈଠକରେ ସାମିଲ ହେବାକୁ ଓଡ଼ିଆ ଗସ୍ତରେ ଆସିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଅଗ୍ରଣୀ ୧୦୦ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଓଡ଼ିଶାରୁ ୨ କିମ୍ବା ୩ଟି ନାଁ ରହିପାରେ । ରାଜ୍ୟରେ ମିଳିତ ସରକାର ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେନ୍ଦ୍ର ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିଜୟପାଲ ସିଂ ତୋମାର । ଏଥିସହ ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ବୋଲି କହିଛନ୍ତି ସେ ।

ବିଜୟପାଲ ସିଂ ତୋମାର କହିଛନ୍ତି, ''ଆଜି ଓ ଆସନ୍ତାକାଲି ରାଜ୍ୟ ବିଜେପିର ବୈଠକ ବସିବ । ଆଗାମୀ ଦିନରେ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରୁ ୨ କିମ୍ବା ୩ ଜଣଙ୍କ ନାମ ଘୋଷଣା ହୋଇପାରେ । ରାଜ୍ୟରେ ମିଳିତ ସରକାର ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେନ୍ଦ୍ର ନିଷ୍ପତ୍ତି ନେବେ । କେନ୍ଦ୍ର ଯାହା କରିବ ତାହା ଆମେ ସ୍ୱୀକାର କରିବୁ । କିନ୍ତୁ ଏବେ ଆମେ ଲଢେଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସମସ୍ତ ସଦସ୍ୟ ଏବେ ପୁରା ଭାରତରେ ମୋଦି ସରକାରଙ୍କ ହୋଇଥିବା ଯୋଜନା ସବୁଠି ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ନିଜ ଅସ୍ଥିତ୍ୱ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ଯେହେତୁ ନିର୍ବାଚନ ଆସୁଛି ତେଣୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ମତ ରଖିବେ । ସେଥିରେ ବିଜେପିର ଫରକ ପଡିବ ନାହିଁ । ଆମେ ଉଭୟ ବିଧାନସଭା ଓ ଲୋକସଭା ସବୁ ଆସନରେ ଲଢ଼ିବୁ । ସୁନିଶ୍ଚିତ ଯେ ଆମେ ଉଭୟରେ ଭଲ ପ୍ରଦର୍ଶନ କରିବୁ ।''

ଏହା ମଧ୍ୟ ପଢନ୍ତୁ-ବିଜେପି ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଆଠମଲ୍ଲିକ NAC ପୂର୍ବତନ ଅଧ୍ୟକ୍ଷ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କୁ 100 ଦିନର ଟାର୍ଗେଟ ଦେଇଛନ୍ତି ମୋଦି । ଏହି 100 ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିପାଇଁ କେନ୍ଦ୍ରୀୟ ଯୋଜନା ଲାଭାର୍ଥୀମାନଙ୍କ ସହ ସମ୍ପର୍କରେ ରହିବା ସହିତ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ କର୍ମକର୍ତ୍ତା । 10 ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କରିଥିବା କାମଗୁଡ଼ିକର ହିସାବ ଦେବେ । ତେବେ ଏନଡିଏ ମେଣ୍ଟ 400 ପାର୍ କରିବା ସହ ବିଜେପି ଏକାକୀ 370 ଲୋକସଭା ସିଟ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି ।

ଆଜି ଏବଂ ଆସନ୍ତାକାଲି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବିଧାୟକ, ଉପସଭାପତି ଏବଂ ମୁଖପାତ୍ରମାନେ ଉପସ୍ଥିତ ରହିବେ । ନିର୍ବାଚନୀ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିବ । ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ସେନେଇ ମଧ୍ୟ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 27, 2024, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.