ETV Bharat / politics

ଅଚ୍ୟୁତ ସାମନ୍ତଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ଟାର୍ଗେଟ୍, କହିଲେ ତାଙ୍କର କାମ କମ୍ ପ୍ରଚାର ବେଶୀ - Kandhamal Loksabha Constituency - KANDHAMAL LOKSABHA CONSTITUENCY

Kandhamal Loksabha Constituency: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ । ବିକାଶ ପାଇଁ ସାଂସଦ କିଛି କାମ କରୁନଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Kandhamal Constituency
Kandhamal Constituency
author img

By ETV Bharat Odisha Team

Published : Apr 4, 2024, 8:24 PM IST

Kandhamal Constituency

ଭୁବନେଶ୍ବର: ବିଜେପିର କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ପ୍ରସ୍ତୁତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, " ସାଂସଦଙ୍କ କାମ କମ୍ ପ୍ରଚାର ବେଶୀ। ସାଂସଦ ସେବା ଦେଇ ପ୍ରଚାର କରୁଛନ୍ତି। 'ଅମୀର ସହ ଫକୀର ଆଉ ସ୍ବଦେଶୀ ସହ ବିଦେଶୀର ଲଢେଇ' ବିଜେପିର ନାରା ହେବ ବୋଲି କୁହାଯାଉଛି। ତେବେ ଖୁବଶୀଘ୍ର ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।

ସୁକାନ୍ତ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ଶିକ୍ଷା ବ୍ୟବସାୟୀ ହେବିନି କି ସ୍ୱାସ୍ଥ୍ୟ ବ୍ୟବସାୟୀ ହେବିନି। କି ଲୋକଙ୍କୁ ମିଛ କହିବିନି । କିସ (KIIS)ର ଜିଡିପି ବଢିଛି ହେଲେ କନ୍ଧମାଳ ଜିଡିପି ବଢିନି। ଏବେବି କନ୍ଧମାଳରେ ଅନେକ ସମସ୍ୟା ରହିଛି। ଏଠାରେ ବିକାଶ ପହଞ୍ଚି ପାରିନି । ତେଣୁ କନ୍ଧମାଳ ବିକଶିତ ହେବା ଦରକାର। କନ୍ଧମାଳରେ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଏବେ ବି ପଛରେ ରହିଛି। ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟ ସରକାର ସେ ଟଙ୍କାକୁ ବ୍ୟବହାର କରିପାରୁନାହାନ୍ତି। ସେ ଟଙ୍କାକୁ ବାଟମାରଣା କରାଯାଉଛି।"

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଆଶିଷ ନେଲେ ଆଶ୍ରିତ, କହିଲେ ପୁରୀର ୬ଟି ସିଟ୍ ଦଖଲ କରିବ ବିଜେପି - Odisha Assembly Polls 2024

ଏହା ମଧ୍ୟ ପଢନ୍ତୁ...ସପ୍ତଗିରି ଉଲାକାଙ୍କ ସହ ସାକ୍ଷାତକାର, କହିଲେ ଜନସାଧାରଣଙ୍କ ପୁଣି ମିଳିବ ଆଶୀର୍ବାଦ - LOKSABHA ELECTION 2024

"କନ୍ଧମାଳ ଭଳି ଗୋଟେ ଜିଲ୍ଲାକୁ ଟୁରିଜିମର ଅପାର ସମ୍ଭାବନା ଅଛି। ହେଲେ ଏଥିପ୍ରତି ରାଜ୍ୟ ସରକାରଙ୍କର ନିଘା ନାହିଁ । ଶୀତଳ ଭଣ୍ଡାର ଟିଏ ନାହିଁ। ଚାଷୀମାନେ ନଷ୍ଟ କରୁଛନ୍ତି ପନିପରିବା। କନ୍ଧମାଳ ହଳଦୀ ସାରା ଦେଶରେ ବିଖ୍ୟାତ, ହେଲେ ସେମାନଙ୍କ ପାଇଁ ସରକାର କ'ଣ କରିଛନ୍ତି? ବିଜେଡି ସରକାର 25 ବର୍ଷର ଶାସନରେ କନ୍ଧମାଳକୁ ଅଣଦେଖା କରିବା ଛଡା ଆଉ କିଛି କରିନାହାନ୍ତି । ସାଂସଦ ୫ ବର୍ଷରେ ୫ ଥର ମଧ୍ୟ ଯାଇନାହାନ୍ତି। ଏବେବି ଲୋକମାନେ ମୋତେ ଚାହୁଁଛନ୍ତି, ବିକାଶ ହୋଇପାରିବ ବୋଲି ସେମାନେ ମୋ ଉପରେ ଭରସା କରୁଛନ୍ତି" ବୋଲି କହି ବର୍ଷିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ । ଏହିପରି ଭାବରେ ପ୍ରଚାର ପାଇଁ ସଜ ହେଉଥିବା ସୁକାନ୍ତ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍ କରିବା ସହ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.