ନିଆଳି: ସାଧାରଣ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ନିର୍ବାଚନ । ହାତରେ ମାତ୍ର ୨ ଦିନ ଥିବାରୁ ବିଜେପି ପକ୍ଷରୁ ପ୍ରଚାର ଅଭିଯାନକୁ ପ୍ରଖର କରାଯାଇଛି । ବିଜେପି ପକ୍ଷରୁ ବାଲିପାଟଣା ବ୍ଲକ ଅଞ୍ଚଳରେ ବୁଧବାର ଦିନ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଏବଂ ଶକ୍ତି ପ୍ରଦର୍ଶନ ଶେଷ ହୋଇଛି । ଭୁବନେଶ୍ବର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଉଭୟ ଜୟଦେବ ଦଖଲ ପାଇଁ ସଂକଳ୍ପ ଶୋଭାଯାତ୍ରା କରିଛନ୍ତି ।
ବାଲିପାଟଣା ବ୍ଲକ ଶିଶୁ ଅନନ୍ତ ମଠ ବ୍ରିଜ ନିକଟରୁ ବିଜେପି ସମର୍ଥକ ଓ କର୍ମୀ ମାନଙ୍କୁ ନେଇ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦେଉଳଧରପୁର,ମଝିହରା,ଭାପୁର,ମାର୍ଥାପୁର ଏବଂ ଆଖପାଖ ଅଞ୍ଚଳରେ ଶୋଭାଯାତ୍ରାରେ ମାଧ୍ୟମରେ ଶେଷ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଆଜି ବଡ ରୋଡ ସୋ ହୋଇଛି ବିଭିନ୍ନ ପଞ୍ଚାୟତରୁ ଲୋକେ ସାମିଲ ହୋଇଛନ୍ତି । ଆମ ଦଳରେ ସମସ୍ତେ ସକରାତ୍ମକ ବାତାବରଣରେ କାମ କରୁଛୁ । ଯେଉଁ ଭଳି ଭାବରେ ଜୟଦେବବାସୀଙ୍କ ପ୍ରତିକ୍ରିୟା ଅଛି ଜୟଦେବରେ ଆମେ ବିଜୟୀ ହେଵୁ ନିଶ୍ଚିତ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଜନତା ଆମ ପାଇଁ ନିର୍ବାଚନ ଲଢୁଛନ୍ତି ଏବଂ ଜନତା ନିଶ୍ଚିନ୍ତ ଭାବେ ଅପରାଜିତ ରହିବେ ବୋଲି କହିଛନ୍ତି ଅପରାଜିତା ।
ଏହା ମଧ୍ୟ ପଢନ୍ତୁ ... ଶକ୍ତ ହେଉଛି ଜୟଦେବ ବିଜେପି, ପଦ୍ମ ଧରିଲେ ଶତାଧିକ ବିଜେଡି କର୍ମୀ - BJP Joining Program In Jayadev
ସେହିପରି ଜୟଦେବ ବିଧାନସଭା ଆସନ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି କହିଛନ୍ତି ଆସନ୍ତା ଦିନ ମାନଙ୍କରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଶୀତଳକରଣ ଭଣ୍ଡାର ନିର୍ମାଣ ହେବ, ନଦୀ ନାଳ ଉପରେ ଗୁରୁତ୍ବ ଦିଆଯିବ ଏବଂ ଆମେ ଏଥର ବିଜୟୀ ହେବୁ । ଜୟଦେବରେ ପରିବର୍ତ୍ତନର ହାଓ୍ବା ବୋହୁଛି ବୋଲି କହିଛନ୍ତି ଅରବିନ୍ଦ । ଜୟଦେବ ଦଖଲ ପାଇଁ ବିଜେପି ସମର୍ଥକ ଓ କର୍ମୀ ମଧ୍ୟ ଉତ୍ସାହ ଅଛନ୍ତି । ବିଶେଷ ଭାବରେ ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ଗ୍ୟାରେଣ୍ଟି ଓ ମୋଦିଙ୍କ ବିକାଶିତ ଭାରତ ଉପରେ ଗୁରୁତ୍ବାରୋପ କରାଯିବା ସହିତ ବିଜେପି ଭୋଟରଙ୍କ ନିକଟତର ହେବ ବୋଲି କର୍ମୀ କହିଛନ୍ତି ।
ଇଟିଭି ଭାରତ, ନିଆଳି