ETV Bharat / politics

ଉତ୍ତରପ୍ରଦେଶ ନାଁ ପଶ୍ଚିମବଙ୍ଗ; କେଉଁ ଆଳୁ ଭଲ ? ଏଭଳି କହିଲେ ବିଧାୟକ - Potato Issue

BJP MLA Bhaskar Madhei On Potato: କେଉଁ ଆଳୁ ଭଲ ? ମମତା ଦିଦିଙ୍କ ଆଳୁ ମିଠା । ଆମ ଦିଦିଙ୍କ ପ୍ରତି ପିରତି ଆସିନି । ଏଭଳି କାହିଁକି କହିଲେ ବିଜେପି ବିଧାୟକ । ପଢ଼ନ୍ତୁ

BJP MLA Bhaskar Madhei
BJP MLA Bhaskar Madhei (ETV Bharat Odisha)
author img

By ETV Bharat Odisha Team

Published : Aug 4, 2024, 7:47 PM IST

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଅହେତୁକ ବୃଦ୍ଧି ଖାଉଟିଙ୍କୁ ଏକ ପ୍ରକାର ନାକରେ କନ୍ଦାଇଥିଲା । ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା । ଫଳରେ ଆଳୁ ଦାମ ଅକାଶଛୁଆଁ ହୋଇଥିଲା । ସାଧାରଣ ଖାଉଟିଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆସିବା ଏକପ୍ରକାର ବନ୍ଦ ହୋଇଛି । ଏବେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରୁଛନ୍ତି । ଏଣେ ଉତ୍ତରପ୍ରଦେଶ ଆଳୁର ସ୍ବାଦକୁ ନେଇ ନାକ ଟେକୁଛନ୍ତି ଗ୍ରାହକ । ଏଭଳି ସ୍ଥିତିରେ ସାଧାରଣରେ ଆଲୋଚନା ଜୋର ଧରିଛି ଯେ, କେଉଁ ଆଳୁ ଭଲ ? ଉତ୍ତରପ୍ରଦେଶ ନାଁ ପଶ୍ଚିମବଙ୍ଗ । ତେବେ ଏଭଳି ପ୍ରଶ୍ନର ଏକ କୌତୁକିଆ ଉତ୍ତର ରଖିଛନ୍ତି ବିଜେପି ବିଧାୟକ ।

BJP MLA Bhaskar Madhei (ETV Bharat Odisha)

ବାପା(ବିଜେଡି)ଋଣ କରିଛି, ପୁଅ (ବିଜେପି) ସୁଝୁଛି:
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବରିଷ୍ଠ ବିଧାୟକ ଭାସ୍କର ମଢେଇ କହିଛନ୍ତି, "ଆଳୁ, ଡାଲି ସ୍ବାଭାବିକ ପକ୍ରିୟାରେ ଚାଲିବ । ଆମେ ଉତ୍ପାଦନ କରିବୁ ଖାଇବୁ । ଆମେ ଯେଉଁଟା ଉତ୍ପାଦନ କରିବୁ ସେଇଟା ଭଲ ହେବ । ବାହାରୁ ଆସିଲେ ତାହା ସ୍ଵାଦ ହେବନି । ପୂର୍ବ ସରକାରର ଯେଉଁ କାର୍ଯ୍ୟକଳାପ, ଯେତେବେଳେ ବାପା ଋଣ କରିଥାଏ, ତାହା ପୁଅକୁ ବାଧକ ହୋଇଥାଏ । ପରେ ପୁଅ ହିଁ ଋଣ ସୁଝିଥାଏ । ଠିକ୍ ସେମିତି ପୂର୍ବ ସରକାର, ଯିଏ ଆମ ବାପା । ବାପା ଋଣ ଖାଇଛି ପୁଅ ଏବେ ସୁଝୁଛି । ପୁଅ ଦକ୍ଷ ଅଛି ଋଣ ସୁଝିକି ଆଗକୁ ବଢିବ । ପୂର୍ବ ସରକାର ଚାଷୀକୁ ଗୁରୁତ୍ୱ ଦେଇନି । ରାଜ୍ୟରେ ଶୀତଳ ଭଣ୍ଡାର କରିନି, କିନ୍ତୁ ଆମେ କରିବୁ ଚାଷୀକୁ ପ୍ରୋତ୍ସାହିତ କରିବୁ । ଚାଷ ପ୍ରକ୍ରିୟାକୁ ଆଗକୁ ବଢ଼ାଇବୁ । କିଛି ସମୟ ଲାଗିବ କରାଯିବ ।"

ଦିଦି (ମମତା ବାନାର୍ଜୀ)ଙ୍କ ଆଳୁ ମିଠା:

ତେବେ ପଶ୍ଚିମବଙ୍ଗ ନାଁ ଉତ୍ତରପ୍ରଦେଶ ଆଳୁ, କେଉଁ ଆଳୁ ମିଠା ପ୍ରଶ୍ନର ଉତ୍ତର ଦେଇ ଭାସ୍କର କହିଛନ୍ତି, "ପଶ୍ଚିମବଙ୍ଗ ଦିଦିଙ୍କ ଆଳୁ ବହୁତ ମିଠା । କାରଣ ଦିଦି ତାଙ୍କର ପୂର୍ବରୁ ଟିକେ ପ୍ୟାର ଥିବା କାରଣରୁ ଆମ ପ୍ରତି ପିରତି ଆସିନି । ଆଗକୁ ଧିରେ ଧିରେ ପିରତି ଆସୁଛି । ଦିଦି ବି ଆମ ସହ ଆସିଯିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଆଉ ଚଳିବନି ଦାଦାଗିରି: ପ୍ରତିଶ୍ରୁତି ଦେଇ ଠକିଦେଲେ ଦିଦି, ଏଣିକି ପଶ୍ଚିମବଙ୍ଗ ନୁହେଁ ୟୁପିରୁ ଆସିବ ଆଳୁ - Odisha To Import potatoes From UP

ଉତ୍ତରପ୍ରଦେଶରୁ ଆସୁଛି ଆଳୁ:

ସୂଚନା ଥାଉ କି, ରାଜ୍ୟରେ ଆଳୁକୁ ନେଇ ସଙ୍କଟ ଦେଖାଦେଇଥିଲା । ଆଳୁର ଦର ଅହେତୁକ ବୃଦ୍ଧି ପାଇବା ପରେ ସରକାର ଆଳୁକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇ ଆଳୁ ସମସ୍ୟାର ସମାଧାନ ଲାଗି ଅନୁରୋଧ କରିଥିଲେ । ହେଲେ ପଶ୍ଚିମବଙ୍ଗରୁ ଆଳୁ ଆସି ପାରିଲା ନାହିଁ । ତେଣୁ ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କଲେ । ପଶ୍ଚିମବଙ୍ଗ ବଦଳରେ ଆଳୁ ଉତ୍ତରପ୍ରଦେଶରୁ ଆସିବ ବୋଲି ଏବେ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.