ETV Bharat / politics

ପଶ୍ଚିମ ଓଡ଼ିଶା କାର୍ଡ ଖେଳିବ ବିଜେପି ! ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ରାଜ୍ୟରେ ହଇଚଇ - Suresh Pujari get party high command call

author img

By ETV Bharat Odisha Team

Published : Jun 9, 2024, 11:54 AM IST

Updated : Jun 9, 2024, 12:40 PM IST

BJP may play Western Odisha card for CM post: ମୁଖ୍ୟମନ୍ତ୍ରୀ ପାଇଁ ପଶ୍ଚିମ-ଓଡିଶା କାର୍ଡ ଖେଳିପାରେ ବିଜେପି । ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ବଢିଲା ଚର୍ଚ୍ଚା । ଆଜି ସଂଧ୍ୟାରେ ମୋଦି ସରକାର ଓ ଆସନ୍ତାକାଲି ଓଡିଶାରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ । ଅଧିକ ପଢନ୍ତୁ

ସୁରେଶ ପୂଜାରୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଦିଲ୍ଲୀରୁ ଡାକରା ପରେ ରାଜ୍ୟରେ ହଇଚଇ
ସୁରେଶ ପୂଜାରୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଦିଲ୍ଲୀରୁ ଡାକରା ପରେ ରାଜ୍ୟରେ ହଇଚଇ (ETV Bharat Odisha)

ଭୁବନେଶ୍ବର: ଏକକ ବହୁମତ ହାସଲ କରି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଫଳାଫଳ ପରଠାରୁ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ଆଜି ଏହାରି ମଧ୍ୟରେ ଏକ ଭିନ୍ନ ସଙ୍କେତ ସାମ୍ନାକୁ ଆସିଛି । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ବେଳେ ସବୁବେଳେ ସରପ୍ରାଇଜ କାର୍ଡ ଖେଳୁଥିବା ‘ଭାଜପା’ ଓଡିଶାରେ ଏଥର ପଶ୍ଚିମ-ଓଡିଶା କାର୍ଡ ଖେଳିପାରେ । ପଶ୍ଚିମ-ଓଡିଶାର ଭେଟେରାନ ନେତା ତଥା ଚଳିତଥର ବ୍ରଜରାଜନଗରରୁ ବିଧାୟକ ନିର୍ବାଚିତ ହୋଇଥିବା ସୁରେଶ ପୂଜାରୀ ହୋଇପାରନ୍ତି ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ତାଙ୍କୁ ବିଜେପି ମୁଖ୍ୟାଳୟରୁ ଫୋନ ଆସିଥିବା ଓ ଦିଲ୍ଲୀ ଡାକରା ମିଳିଥିବା ଜଣାପଡିବା ପରେ ଚର୍ଚ୍ଚା ଜୋର ଧରିଛି ।

ସୁରେଶଙ୍କ ନାମ ପୂର୍ବରୁ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ଥିଲା । ହେଲେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଠିକ କିଛି ଘଣ୍ଟା ପୂର୍ବରୁ ଆଜି ତାଙ୍କୁ ବ୍ୟକ୍ତିଗତ ଭାବେ ଦିଲ୍ଲୀ ଡାକରାକୁ ନେଇ ସିଧା ମୁଖ୍ୟମନ୍ତ୍ରୀ ପଦବୀ ସହ ଯୋଡି ଚର୍ଚ୍ଚା ହେଉଛି । ଓଡିଶାର କିଛି ସାଂସଦଙ୍କୁ ଆଜି ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପାଇଁ ଫୋନ ଆସିଥିବା ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟରେ ଏଥର ଦୁଇ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିପାରେ । ହେଲେ ଏକାଧିକ ସାଂସଦଙ୍କ ନାମ ଚର୍ଚ୍ଚା ହେଉଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ନାମ ସମ୍ପର୍କରେ ସ୍ପଷ୍ଟ ହୋଇନି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଦଳୀୟ ମୁଖ୍ୟାଳୟରୁ ଫୋନ ଆସିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- ସନ୍ଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ - lok sabha election results 2024

ଅନ୍ୟପଟେ ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ବିଭିନ୍ନ ଅତିଥି ରାଷ୍ଟ୍ରମୁଖ୍ୟମାନେ ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି । ଆଜି ଶପଥ ନେବାକୁ ଥିବା ବିଭିନ୍ନ ସାଂସଦଙ୍କୁ ସରପ୍ରାଇଜ କଲ ମଧ୍ୟ ଯିବାରେ ଲାଗିଛି । କିଛି ଅନୁଭବୀ ସାଂସଦଙ୍କ ସମେତ ‘ଏନଡିଏ’ ମେଣ୍ଟର ବିଭିନ୍ନ ସହଯୋଗୀ ଦଳଙ୍କ ନୂଆ ସାଂସଦମାନେ ମଧ୍ୟ ଏହି କଲ ପାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହାସହ ରାଜ୍ୟରେ ଆସନ୍ତାକାଲି ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ରାଜଧାନୀର ଜନତା ମୈଦାନରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2024, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.