ETV Bharat / politics

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବୈଜୟନ୍ତ-ସମ୍ବିତ; କହିଲେ 400 ପାର କରିବ NDA ମେଣ୍ଟ - Baijayant Panda Sri Mandir Visit

Baijayant Panda Sri Mandir Visit: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କହିଲେ ଏଥର ଏଥର କେବଳ ମୋଦି, ମୋଦି, ମୋଦି । ଅଧିକ ପଢନ୍ତୁ

Baijayant Panda Sri Mandir Visit
Baijayant Panda Sri Mandir Visit
author img

By ETV Bharat Odisha Team

Published : Apr 2, 2024, 4:24 PM IST

Updated : Apr 2, 2024, 5:06 PM IST

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବୈଜୟନ୍ତ-ସମ୍ବିତ

ପୁରୀ: ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ତାଙ୍କ ସହିତ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏଥର ନିର୍ବାଚନରେ ଏନଡିଏ ମେଣ୍ଟ 400 ପାର କରିବ ବୋଲି ସେମାନେ ଦାବି କରିଛନ୍ତି ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ବୈଜୟନ୍ତ ପଣ୍ଡା କହିଛନ୍ତି, "ଏଥର କେବଳ ମୋଦି, ମୋଦି, ମୋଦି । ଏନଡିଏ ମେଣ୍ଟ 400ରୁ ଅଧିକ ଆସନରେ ବିପୁଳ ବିଜୟ ହାସଲ କରି କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଗଠନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଶାସନକୁ ନେଇ ସାରା ଦେଶରେ ବିଜେପି ପ୍ରତି ଲୋକଙ୍କ ପ୍ରଚଣ୍ଡ ସମର୍ଥନ ରହିଛି । ଏଥର ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ବିଜୟ ବାନା ଉଡ଼ାଇବ । ତେବେ ଆମ ରାଜ୍ୟରେ ମୋଦିଙ୍କ ଗ୍ୟାରେଣ୍ଟି ଯୋଜନା ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ହୋଇ ପାରୁନାହିଁ ।"

ସେ ଆହୁରି କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନଥିବାରୁ ଅନେକ ଲୋକ ଏହି ସ୍କିମରୁ ବଞ୍ଚିତ ହୋଇଛନ୍ତି । ଭାରତକୁ ବିଶ୍ଵର 5ମ ଅର୍ଥନୀତିରେ ପହଞ୍ଚାଇ ସାରିଛନ୍ତି ମୋଦି । ଦେଶରେ ଅନେକ ଶିଳ୍ପ, ଷ୍ଟାର୍ଟ ଅପ୍ ଆରମ୍ଭ ହୋଇଛି । ତେବେ ମୋଦିଜିଙ୍କ ଦୂରଦର୍ଶୀ ଓ ଦୃଢ଼ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇଛି । ଓଡ଼ିଶାବାସୀ ଏହା ବୁଝି ସାରିଲେଣି । ଏଥର ଓଡ଼ିଶାରେ ବିଜେପି ସରକାର ନିଶ୍ଚିତ ।

ଏହା ବି ପଢନ୍ତୁ- 'ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖୁଛି'

ସେପଟେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି, "ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅନୁଭବ କରିଛି ଯେ ମୋଦି ଜନତାଙ୍କ ପାଇଁ ଗ୍ୟାରେଣ୍ଟି ଆଣିଥିବା ବେଳେ ମୁଁ ମୋଦିଙ୍କ ପାଇଁ ଗ୍ୟାରେଣ୍ଟି ନେଇଛି । ମହାପ୍ରଭୁଙ୍କ ଗ୍ୟାରେଣ୍ଟି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବରେ ବିଜେପି ବିପୁଳ ବିଜୟ ହାସଲ କରିବ । ମୋଦିଜି ମହାପ୍ରଭୁଙ୍କ ଜଣେ ବଡ ଭକ୍ତ ହୋଇଥିବାରୁ ମହାପ୍ରଭୁଙ୍କ କୃପା ମୋଦିଜିଙ୍କ ଉପରେ ଅଛି । ସେ ଲୋକସଭାରେ ଲଢ଼ୁଥିବା ବେଳେ ବିପକ୍ଷ ପାର୍ଟୀର ପ୍ରାର୍ଥୀଙ୍କ ବିଷୟରେ କିଛି କହିବେ ନାହିଁ । ସେ କେବଳ ଲୋକଙ୍କ ସେବା ପାଇଁ ଆସିଛନ୍ତି ।"

ଆଜି ସେ ନିଜ କାର୍ଯର ରିପୋର୍ଟ୍ କାର୍ଡ ଦେବା ପାଇଁ ପୁରୀ ଆସିଥିବା ସମ୍ବିତ କହିଛନ୍ତି । ସିଦ୍ଧମହାବୀର ଓଭର ବ୍ରିଜ, ପୁରୀର ଷ୍ଟେସନକୁ ବିଶ୍ଵ ସ୍ତରୀୟ ଷ୍ଟେସନ ନିର୍ମାଣ, ବନ୍ଦେ ଭାରତ ଟ୍ରେନ୍ ଚଳାଚଳ, ସାତପଡ଼ାରେ ଚିଲିକାରେ ବ୍ରିଜ ନିର୍ମାଣ ନେଇ ସେ କିଭଳି କାର୍ଯ୍ୟ କରୁଛନ୍ତି ସବୁ ରିପୋର୍ଟ୍ ସେ ଜନସାଧାରଣଙ୍କୁ ଦେଉଥିବା କହିଛନ୍ତି । ତେବେ ବିଜେପି ଓଡ଼ିଶା ଏବଂ ଭାରତରେ ବିପୁଳ ବିଜୟ ହାସଲ କରିବ ବୋଲି ସମ୍ବିତ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 2, 2024, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.