ETV Bharat / politics

ପୁଣି ଥରେ ଭରସା କରିଥିବାରୁ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ: ବିଜେପି ପ୍ରାର୍ଥୀ ଅନିତା - BJP Leader Anita Priyadarshini

author img

By ETV Bharat Odisha Team

Published : Mar 25, 2024, 6:45 PM IST

Aska Lok Sabha Constituency: ଆସ୍କା ଲୋକସଭା ଆସନରୁ ଲଢିବେ ବିଜେପି ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ । ଆଗାମୀ ଦିନରେ ଅଞ୍ଚଳବାସୀ ତାଙ୍କ ଉପରେ ନିଶ୍ଚିତ ଭରସା କରିବେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

BJP LEADER ANITA PRIYADARSHINI
BJP LEADER ANITA PRIYADARSHINI
ପୁଣି ଥରେ ଭରସା କରିଥିବାରୁ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ: ବିଜେପି ପ୍ରାର୍ଥୀ ଅନିତା

ଭୁବନେଶ୍ବର: ଆସ୍କା ଲୋକସଭା ପାଇଁ ଅନିତା ଶୁଭଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେପି । ଗତକାଲି (ରବିବାର) ବିଜେପି ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ 21 ଲୋକସଭା ଆସନରୁ 18 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ଅନିତାଙ୍କ ନାମ ସାମିଲ ରହିଛି । ତେବେ ଦଳ ତାଙ୍କ ଉପରେ ପୁଣି ଥରେ ଭରସା କରିଥିବାରୁ ସେ ଶୀର୍ଷ ନେତୃତ୍ବଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ 25 ବର୍ଷ ହେଲା ଲୋକଙ୍କ ମୌଳିକ ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ଅସମର୍ଥ । ଏହାକୁ ମୁଦ୍ଦା କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା

କିଛି ନେତାଙ୍କ ଟିକେଟ କଟିବା ଏବଂ ସେମାନଙ୍କୁ ବିଧାନସଭାରେ ଟିକେଟ ଦିଆଯିବ କି ବୋଲି ପ୍ରଶ୍ନରେ ଅନିତା କହିଛନ୍ତି, " ଏ ବିଷୟରେ ଉତ୍ତର ଦେବା ପାଇଁ ଅଧିକୃତ ନୁହେଁ । ଶୀର୍ଷ ନେତାମାନେ ନିଷ୍ପତ୍ତି ନେବେ । ଦଳ ଯେତେବେଳେ ଯାହା ନିଷ୍ପତ୍ତି ନେବ, ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଷ୍ପତ୍ତିକୁ ମାନିବେ ଏବଂ ଶୃଙ୍ଖଳାର ସହ ଆଗାମୀ ଦିନରେ ଦଳ ଏବଂ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବା ପାଇଁ କାମ କରିବୁ । ଆସ୍କା ବିଜେଡି ପାଇଁ ହୁଏତ ହାଇ ପ୍ରୋଫାଇଲ ହୋଇଥିବ । କିନ୍ତୁ ଆସ୍କା ମୋର ଘର, ମୁଁ ସେ ଅଞ୍ଚଳର ଝିଅ । ମୁଁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ । ରାଜନୈତିକ ଇଚ୍ଛାଶକ୍ତି ଥିଲେ ଅଞ୍ଚଳର ବିକାଶ କେମିତି ହୁଏ, ଆସ୍କା ଅଞ୍ଚଳ ଅତୀତରେ ଦେଖିଛି । ତେଣୁ ଆଗାମୀ ଦିନରେ ଅଞ୍ଚଳବାସୀ ମୋତେ ନିଶ୍ଚିତ ଭରସା କରିବେ । ମୋଦିଙ୍କ ନେତୃତ୍ବରେ ରାଜନୈତିକ ଇଚ୍ଛାଶକ୍ତିକୁ ରଖି ଆସ୍କାକୁ ବିକଶିତ ଭାରତ ସହ ସାମିଲ କରିବୁ । ଆମେ ପ୍ରଚାରରେ ଏବଂ ଲୋକଙ୍କ ସହ ସବୁବେଳେ ଅଛୁ ।"

ଏହା ବି ପଢନ୍ତୁ- 18 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେପି, ପ୍ରାର୍ଥୀଙ୍କ ପ୍ରତିକ୍ରିୟା ଏଥର ପରିବର୍ତ୍ତନ

ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କରିଛି ପ୍ରାର୍ଥୀ ତାଲିକା । ତେବେ କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲଢିବାକୁ ଯାଉଥିବା ବେଳେ ସମ୍ବିତ ପାତ୍ର ପୁରୀ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର, ବାଲେଶ୍ବର ପ୍ରତାପ ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ । ଘୋଷଣା ହୋଇଥିବା ୧୮ଟି ଲୋକସଭା ପ୍ରାର୍ଥୀ ଏବେ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ନିଜ ନିଜ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.