ବ୍ରହ୍ମପୁର: ବିଜେପିର ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦଳର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିର ରଖି ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର । ରାଜ୍ୟରେ ଏଥର ଅରେଞ୍ଜ ସୁନାମିର ବାର୍ତ୍ତା ନେଇ ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମୁଖରୁ ବାହାରିଥିବା ଏହି ଗଣଦୌଡ ପଦଯାତ୍ରା ବାହାରିଛି । ଏଥିରେ ସାମିଲ ହୋଇଛନ୍ତି ପ୍ରଦୀପ, ଅନୀଲ ଓ ଅଭିନେତା ଅରିନ୍ଦମ ।
ରାଜ୍ୟ ତଥା ଦେଶରେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ସମର୍ଥନ କରୁଥିବା ଜନତାଙ୍କୁ ଏହି ଗଣଦୌଡ ପଦଯାତ୍ରାରେ ସାମିଲ ହେବାକୁ ବାର୍ତ୍ତା ଦିଆଯାଇଛି । ବ୍ରହ୍ମପୁର ସହର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରୁ ବାହାରିଥିବା ଏହି ପଦଯାତ୍ରା ପି.ଭି.ଏନ.ରାଓ ପେଟ୍ରୋଲ ପମ୍ପ ଛକ ଦେଇ ପୁରୁଣା ବସଷ୍ଟାଣ୍ଟ, ରାମଲିଙ୍ଗମ ପ୍ରମୋଦ ଉଦ୍ୟାନ ଛକ ଦେଇ ସହରର ମହାମାୟୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳରୁ ଦଳର ପ୍ରାର୍ଥୀ ହୋଇଥିବା କେ.ଅନିଲ କୁମାରଙ୍କ ସମେତ ଦଳରେ ଯୋଗ ଦେଇଥିବା ଅଭିନେତା ଅରବିନ୍ଦମ ରଏଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା ଏବଂ ସାଧାରଣ କର୍ମୀ ଓ ନିର୍ବାଚନମଣ୍ଡଳୀର ବାସିନ୍ଦା ।
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ସହରରେ ବିଜେପି ପକ୍ଷରୁ ଏକ ଗଣଦୌଡ ପଦଯାତ୍ରାରେ ସମସ୍ତେ ସାମିଲ ହେବା ପାଇଁ ବାର୍ତ୍ତା ଦେଇଥିଲେ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ । ୧୯୮୦ ମସିହା ଏପ୍ରିଲ-୬ ତାରିଖରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ଦିବସ ରହିଥିବା ବେଳେ ଏଭଳି ଏକ ମହତ୍ତ୍ବପୂର୍ଣ୍ଣ ଦିବସରରେ ସମସ୍ତେ ଏକତ୍ରିତ ହୋଇ ଦେଶଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ପରିବର୍ତ୍ତନର ନାରା ଦେଇଥିଲେ ଦଳର ନେତୃବୃନ୍ଦ ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ସହିତ ଓଡ଼ିଶାକୁ ସୁଦୃଢ ଏବଂ ଶ୍ରେଷ୍ଠ ଓଡ଼ିଶା କରିବା ପାଇଁ ଏହି ପଦଯାତ୍ରା ମାଧ୍ୟମରେ ଆହ୍ବାନ ଦେଇଥିଲେ ପ୍ରଦୀପଙ୍କ ସମେତ ଦଳର ନେତୃବୃନ୍ଦ । ସେପଟେ ପଦଯାତ୍ରାରେ ଯୁବପିଢୀଙ୍କର ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ ଅଭିନେତା ଅରିନ୍ଦମ୍ ରଏ । ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଥିବା ଏହି ଗଣଦୌଡ ପଦଯାତ୍ରା ଯୋଗ ଦେଇଥିବା ବିଜେପି ଦଳୀୟ ନେତୃତ୍ବଙ୍କ ସହିତ ଇଟିଭି ଭାରତ ଆଲୋଚନା କରିଛି ।
ଇଟିଭି ଭାରତ, ବ୍ରହ୍ମପୁର