ETV Bharat / politics

କାହିଁକି ମୋହନ, କନକ ଓ ପ୍ରଭାତୀଙ୍କୁ ବାଛିଲା ବିଜେପି, ନିଷ୍ପତ୍ତି ପଛରେ କେଉଁ ରଣନୀତି ! - BJP govt in Odisha

author img

By ETV Bharat Odisha Team

Published : Jun 12, 2024, 2:24 PM IST

Updated : Jun 12, 2024, 2:42 PM IST

BJP govt in Odisha: କାହିଁକି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି, ନିଷ୍ପତ୍ତି ପଛରେ କେଉଁ କାର୍ଡ ! କେଉଁ ଆଡକୁ ଯାଉଛି ସଙ୍କେତ । ଅଧିକ ପଢନ୍ତୁ

କାହିଁକି ମୋହନ, କନକ ଓ ପ୍ରଭାତୀଙ୍କୁ ବାଛିଲା ବିଜେପି, ନିଷ୍ପତ୍ତି ପଛରେ କେଉଁ ରଣନୀତି !
କାହିଁକି ମୋହନ, କନକ ଓ ପ୍ରଭାତୀଙ୍କୁ ବାଛିଲା ବିଜେପି, ନିଷ୍ପତ୍ତି ପଛରେ କେଉଁ ରଣନୀତି ! (ETV Bharat Odisha)

ହାଇଦ୍ରାବାଦ: ଦୀର୍ଘ ୨୪ ବର୍ଷ ପରେ ରାଜ୍ୟ ଦେଖିବାକୁ ଯାଉଛି କ୍ଷମତା ପରିବର୍ତ୍ତନ । ଆରମ୍ଭ ହେବାକୁ ଯାଉଛି ଶାସନର ଏକ ନୂଆ ଅଧ୍ୟାୟ । ପୂର୍ବରୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟରେ ବିଜେଡି ସହ ରାଜ୍ୟରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଏକକ ବହୁମତର ସହ ସରକାର ଗଠନ କରିବାକୁ ଯାଉଛି । ହେଲେ ଫଳାଫଳ ଆସିବାର ଦୀର୍ଘ ସପ୍ତାହେ ପର୍ଯ୍ୟନ୍ତ ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବ ଗତକାଲି ସମାପ୍ତ ହୋଇଛି । ଦଳର ଜଣେ ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ଦଳ । ସେହିପରି ଦୀର୍ଘ ୨୫ ବର୍ଷ ପରେ ରାଜ୍ୟ ଶାସନରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବାକୁ ଯାଉଛି । ବିଜେପି ଚୟନ କରିଥିବା ଏହି ଦୁଇ ଚେହେରାଙ୍କ ମଧ୍ୟରେ ରହିଛନ୍ତି ଜଣେ ବେଶ ଅନୁଭବୀ ଓ ଅନ୍ୟ ଜଣେ ହେଉଛନ୍ତି ମହିଳା ତଥା ପ୍ରଥମ ଥରର ନିର୍ବାଚିତ ବିଧାୟିକା । ଏହି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତିକୁ ନେଇ ସବୁବେଳେ ସରପ୍ରାଇଜ କାର୍ଡ ଖେଳୁଥିବା ବିଜେପି ରଣନୀତି ସମ୍ପର୍କରେ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ରାଜନୈତିକ ସମୀକ୍ଷକ । କ୍ଷେତ୍ର ବିଶେଷ ଓ ସମ୍ପ୍ରଦାୟ ସହ ମହିଳା କାର୍ଡ ମଧ୍ୟ ଖେଳିଛି ଦଳ । ଏହାସହ ପଡୋଶୀ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ଆଦିବାସୀ କାର୍ଡ ମଧ୍ୟ ଖେଳାଯାଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ମୋହନ ମାଝୀ:-

ଦୀର୍ଘ ୪ ଥର ବିଧାୟକ ହୋଇଥିବା ମୋହନ ଗତ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଦାୟିତ୍ବରେ ଥିଲେ । ମଧ୍ୟ-ଓଡିଶାର ଗୁରୁତ୍ବପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ଆଦିବାସୀ ନେତା ହେଉଛନ୍ତି ମୋହନ । ଯଦିଓ ସେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ଥିଲେ, ହେଲେ ତାଙ୍କ ଠାରୁ ମଧ୍ୟ ଅଧିକ ଚର୍ଚ୍ଚାରେ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ଶ୍ରେଣୀଭୁକ୍ତ କରାଯାଇଥିଲା । ହେଲେ ସେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବାର ସର୍ବାଧିକ ସମ୍ଭାବିତ କାରଣ ଆଦିବାସୀ କାର୍ଡ ବୋଲି ବିଚାର କରାଯାଉଛି । ୧୯୯୯ ପରେ ଅର୍ଥାତ ଦୀର୍ଘ ୨୫ ବର୍ଷ ପରେ ରାଜ୍ୟ ପୁଣିଥରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି । କଂଗ୍ରେସ ନେତା ଗିରିଧର ଗମାଙ୍ଗ ରାଜ୍ୟର ପ୍ରଥମ ଓ ଶେଷ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିଲେ । ଏହାପରେ ସେହି ଧାରାରେ ଏବେ ରାଜ୍ୟ ଇତିହାସର ଦ୍ବିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମୋହନ ମାଝୀ । ପୂର୍ବରୁ ମଧ୍ୟ ଓଡିଶାରେ ଆଦିବାସୀ କାର୍ଡକୁ ନେଇ ପ୍ରୟୋଗ କରିସାରିଛି ବିଜେପି । ସର୍ବାଧିକ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ବସାଇଥିଲା ମୋଦି ସରକାର । ମୁର୍ମୁ ହେଉଛନ୍ତି ଦେଶରେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଯାହାର ପ୍ରଭାବ ସମଗ୍ର ଦେଶର ଆଦିବାସୀ ସମାଜରେ ସ୍ପଷ୍ଟ ଭାବେ ଅନୁଭୁତ ହୋଇଥିଲା । ଏଥର ମୋହନଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ରଣନୀତିର ସଙ୍କେତ ମିଳୁଛି ।

କେ.ଭି ସିଂହଦେଓ:-

ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି କନକବର୍ଦ୍ଧନ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ଓଡିଶାର ଅନ୍ୟତମ ବରିଷ୍ଠ ନେତା ହେଉଛନ୍ତି କନକ । ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ୫ଥର ବିଜେପି ଟିକଟରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବ ତଥା ଉପକୂଳ ଓ ପଶ୍ଚିମ ଓଡିଶା ମଧ୍ୟରେ ସନ୍ତୁଳନ ଭାବେ ଗୋଟିଏ ଉପମୁଖ୍ୟମନ୍ତ୍ରୀ ଆସନ କନକଙ୍କ ଖାତାକୁ ଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ପଶ୍ଚିମ-ଓଡିଶା କାର୍ଡ ପାଇଁ ବରିଷ୍ଠ ନେତା କନକ ବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚୟନ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ପ୍ରଭାତୀ ପରିଡ଼ା:-

ପୁରୀ ଜିଲ୍ଲାର ନିମାପଡା ବିଧାନସଭା ଆସନରୁ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି ପ୍ରଭାତୀ । ହେଲେ ପୂର୍ବରୁ ସେ ତିନିଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାଜୟର ସାମ୍ନା କରିଥିଲେ । ଦଳରେ ଦୀର୍ଘ ବର୍ଷ ବେଶ ସକ୍ରିୟତାର ସହ କାମ କରିଥିଲେ ପ୍ରଭାତୀ । ସେ ପୂର୍ବରୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ମଧ୍ୟ କାମ କରିସାରିଛନ୍ତି । ତିନିଥର ପରାଜିତ ହେବା ପରେ ମଧ୍ୟ ଏଥର ତାଙ୍କୁ ବିଜେପି ପୁଣି ଥରେ ନିର୍ବାଚନୀ ଟିକେଟ ଦେଇଥିଲା । ସେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ପ୍ରଥମ ବିଜୟରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଛି । ଉଭୟ ଦୃଷ୍ଟିକୋଣରୁ ପ୍ରଭାତୀଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଉପକୂଳ ସାଙ୍ଗକୁ ମହିଳା ଭାବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପାେଇଁ ଚୟନ କରି ଦଳ ମହିଳାଙ୍କ ପ୍ରତି ଏକ ବାର୍ତ୍ତା ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

ଆଦିବାସୀ ବେଲ୍ଟରେ ଏଥର ଭଲ କରିଛି ବିଜେପି:-

ଏଥର ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିଛି ବିଜେପି । ରାଜ୍ୟର ୨୦ ଲୋକସଭା ଆସନରେ ଦଳ କ୍ଲିନସ୍ବିପ କରିଛି । ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ନବରଙ୍ଗପୁର ପରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଛି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳ ଭଲ କରିଛି । ତେଣୁ ଆଦିବାସୀ ସମ୍ପ୍ରଦାୟକୁ ପ୍ରଧାନ୍ୟ ଦେବା ପାଇଁ ଏପରି ଏକ ନିଷ୍ପତ୍ତି ବିଜେପି ଉଚିତ ଭାବିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 12, 2024, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.