ETV Bharat / politics

ବିଜେଡିକୁ ବିଜେପିର କାଉଣ୍ଟର, ସମ୍ବଲପୁରରେ 2 ଲକ୍ଷରୁ ଅଧିକ ଭୋଟରେ ହାରିବ ଦଳ - BJP Slams BJD - BJP SLAMS BJD

BJP Slams BJD: ବିଜେଡି ସାଂସଦ ସସ୍ମିତ ପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିବାବେଳେ ଏହାର ଜବାବ ଦେଇଛି ବିଜେପି । ଏହାସହ ପ୍ରଣବ ପ୍ରକାଶଙ୍କ ଟ୍ବିଟକୁ ନେଇ ମଧ୍ୟ ସେ ପୁରୁଣା ଫଟୋ କହି ତାତ୍ସଲ୍ୟ କରିଛନ୍ତି । ଅଧିକ ପଢନ୍ତୁ

BJP Slams BJD
BJP Slams BJD
author img

By ETV Bharat Odisha Team

Published : Apr 19, 2024, 8:47 PM IST

BJP Slams BJD

ଭୁବନେଶ୍ବର: ରାଜଧାନୀରେ ଦେଖିବାକୁ ମିଳିଛି ସମ୍ବଲପୁର ନିର୍ବାଚନୀ ତାତି । ଆଜି ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ । ଯାହାକୁ କାଉଣ୍ଟର କରିଛି ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି,"ବିଜୁ ଜନତା ଦଳ ପ୍ରତିଦିନ NH 55କୁ ନେଇ ବାଉଳି ଚାଉଳି ହେଉଛି । ଦୁଇ ଲକ୍ଷରୁ ଅଧିକ ଭୋଟରେ ବିଜେଡି ସମ୍ବଲପୁରରେ ହାରିବ । ସମ୍ବଲପୁର ବିଜେଡିର ଲୋକସଭା ପ୍ରାର୍ଥୀ ଗତକାଲି ଯେଉଁ ଫଟୋ ଟୁଇଟ୍ କରିଛନ୍ତି ତାହା ଅଢେଇ ବର୍ଷ ତଳର ଫଟୋ । ସ୍ପଷ୍ଟ ହେଉଛି ଯେ ବିଜେଡି ପୁରୁଣା ଫଟୋ ନେଇ ଟାର୍ଗେଟ କରୁଛି । ହାଇୱେ ଅଥୋରଟି ପାଖରେ କିମ୍ବା ରାଜ୍ୟ ସରକାରଙ୍କ ପାଖରେ ଅପଡେଟ୍ ଅଛି ଯଦି ଦେଖନ୍ତୁ ।"

ସେ ଆହୁରି କହିଛନ୍ତି, "ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ଏବେ ବବି ଦାସଙ୍କ କ୍ୟାମ୍ପେନ ମଧ୍ୟ ଯିବାକୁ ଇଛା କରୁନାହାନ୍ତି । ମିଛ ରାଜନୀତି ବୟାନ ବାଜି ନ କରନ୍ତୁ । ଯେଉଁଠି NH 55 କାମ ଅଟକିଛି ସେଠାରେ ଲ୍ୟାଣ୍ଡ ଇସ୍ୟୁ ରହିଛି । ରାଜ୍ୟ ସରକାରଙ୍କ ଅସହଯୋଗ ପାଇଁ ଏଭଳି ହୋଇଛି । ସମ୍ବଲପୁରର ବିଭିନ୍ନ ସ୍ଥାନରେ NHରେ ରେଲୱେ, କୋର୍ଟ ଏଭଳି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ୪.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୦ହଜାର ଗାଁରେ ରାସ୍ତା ପହଞ୍ଚିନି । ସେହି ସରକାରଙ୍କ ପ୍ରତିନିଧି ପୁଣି ଆମକୁ ପ୍ରଶ୍ନ କରୁଛନ୍ତି । ଲକ୍ଷ୍ମୀ ବସରେ ହୋଇଥିବା ଘୋଟାଲାକୁ ନେଇ ସସ୍ମିତ ପାତ୍ର ନିର୍ବାଚନ ପରେ CAG କାଠଗଡାକୁ ଟାଣିପାରେ ତେଣୁ ସେ ପାଇଁ ପ୍ରସ୍ତୁତ ରୁହନ୍ତୁ ବିଜେଡି ।

ଏହା ବି ପଢନ୍ତୁ...ମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିକାଶର ହିସାବ ମାଗିଲେ ପ୍ରଣବ - Pranab Targets Dharmendra
ଏହା ବି ପଢନ୍ତୁ...ନିଜ ଗାଁରେ ସ୍ମାର୍ଟ କ୍ଲାସରୁମଟିଏ ନିର୍ମାଣ କରିପାରିନାହାନ୍ତି ଧର୍ମେନ୍ଦ୍ର: ସସ୍ମିତ - BJD Tergets Dharmendra

ସୂଚନା ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ରାଜନୀତି ବଢିବାରେ ଲାଗିଛି । ଗତକାଲି (ଗୁରୁବାର) ଏହି ପ୍ରସଙ୍ଗରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଥିଲେ । ଏହାପରେ ବିଜେପି ପକ୍ଷରୁ ପାଲଟା ପ୍ରଶ୍ନ ହୋଇଥିଲା । ଆଜି ସସ୍ମିତ ପାତ୍ର କହିଛନ୍ତି, "ଲକ୍ଷ୍ମୀ ବସ ଯୋଜନାରେ ମାଆ, ଭଉଣୀ, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ଉପକୃତ ହେଉଛନ୍ତି । କିନ୍ତୁ ସମ୍ବଲପୁରରେ ଏହି ଲକ୍ଷ୍ମୀ ବସର ଉପକାରିତା ହୋଇପାରୁନାହିଁ । ୫୫ ନମ୍ବର ଜାତୀୟ ରାଜପଥ ଦୂରାବସ୍ଥା ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.