ETV Bharat / politics

'ମୋଦିଙ୍କ ବିକାଶ ଆଧାରରେ ଓଡ଼ିଶାରେ ୮୦ ଆସନ ଜିତିବ କହୁଛି ବିଜେପି' - ଓଡ଼ିଶାରେ ୮୦ ଆସନ ଜିତିବ କହୁଛି ବିଜେପି

BJP confidence over winning 80 seats in Odisha: ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି 80ରୁ ଅଧିକ ବିଧାନସଭା ଆସନ ଓ 16 ଲୋକସଭା ଆସନ ଦଖଲ କରିବା ନେଇ ଦଳର ନିର୍ବାଚନ ପ୍ରଭାରୀ ଦୃଢ଼ୋକ୍ତି ବାଢ଼ିଛନ୍ତି । ତେବେ କେଉଁ ଆଧାରରେ ବିଜେପିର ଏହି ଦୃଢ଼ୋକ୍ତି, ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ୮୦ ଆସନ ଜିତିବ କହୁଛି ବିଜେପି
Odisha BJP on Mission 80
author img

By ETV Bharat Odisha Team

Published : Feb 12, 2024, 4:44 PM IST

Odisha BJP on Mission 80

ଭୁବନେଶ୍ବର: ଓଡ଼ିଶାରେ 2024ରେ ବିଜେପି ସରକାର ଗଠନ କରିବା ନେଇ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏପରିକି ବିଧାନସଭାରେ ବିଜେପି 80ରୁ ଅଧିକ ଆସନ ଏବଂ ଲୋକସଭାରେ 16 ଆସନ ଦଖଲ କରିବା ନେଇ ଦଳର ନିର୍ବାଚନ ପ୍ରଭାରୀ କହିବା ପରେ ଆରମ୍ଭ ହୋଇଯାଇଛି ତର୍ଜମା । ଆଗରୁ ମିଶନ 120 ଲକ୍ଷ୍ୟରେ ରହିଥିବା ବିଜେପି ଏବେ ନିଶ୍ଚିତ ହୋଇ କେଉଁ ଆଧାରରେ 80 ଆସନ ଜିତିବ ବୋଲି କହୁଛି, ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ ।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଜୟପାଲ୍ ସିଂହ ତୋମାର ଜଣେ ଅଭିଜ୍ଞ ରାଜନେତା । ଦୀର୍ଘଦିନ ଧରି ସେ ସହପ୍ରଭାରୀ ରହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଏବଂ ବିଜେପିର ସର୍ଭେକୁ ମିଶାଇ ସେ ଏପରି ଆକଳନ କରିଛନ୍ତି । 2024 ନିର୍ବାଚନରେ ବିଜେପି 80ରୁ ଅଧିକ ଆସନରେ ବିଜୟ ଲାଭ କରିବ । ମୋଦିଙ୍କ ଛବି, ବିକାଶମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ମୋଦିଙ୍କ ଯୋଜନାକୁ ନବୀନ ସରକାର ବିଜେଡି ଥାପା ମାରି ଯେଉଁ ପ୍ରଚାର କରୁଛି, ଲୋକେ ତାକୁ ବୁଝିଗଲେଣି । ଅଣଓଡ଼ିଆ ଶାସକଙ୍କ ଦ୍ଵାରା ଓଡ଼ିଶାବାସୀ ଶାସିତ ହେବାକୁ ଚାହୁଁନାହାନ୍ତି । ତେଣୁ ଲୋକେ ଏହାର ଜବାବ 2024 ନିର୍ବାଚନରେ ଦେବେ । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଫୋକସରେ ଓଡ଼ିଶା: ଆରମ୍ଭ ହେଲା ପଦାଧିକାରୀ ବୈଠକ, କାଲି ଆସୁଛନ୍ତି ଶିବରାଜ

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା 70 ପ୍ରତିଶତ ବଢିଛି । ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ସୋସିଆଲ ମିଡିଆରେ ରାଜ୍ୟ ବିଜେପି ସକ୍ରିୟ ହୋଇଛି । 'ବ୍ରାଣ୍ଡ ମୋଦି ବ୍ରାଣ୍ଡ ବିଜେପି'ର ପ୍ରଚାର ଜୋର୍ ଧରିଛି ସୋସିଆଲ ମିଡିଆରେ । ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ ପରି ହେଭିୱେଟ୍‌ କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ତେଣୁ ବିଜେପି ବାସ୍ତବବାଦୀ ଆକଳନ କରିଛି । ପୂର୍ବରୁ 120 ଆସନ ଜିତିବା ନେଇ କହୁଥିଲେ । ଏବେ କିନ୍ତୁ ବିଜେପି ନିର୍ବାଚନକୁ ନେଇ ସିରିୟସ୍‌ ହୋଇଛି । ତେଣୁ ମୋଦିଙ୍କ ବିକାଶମୂଳକ ଯୋଜନା ଏବଂ ସୋସିଆଲ ମିଡିଆରେ ବିଜେପି ପ୍ରଚାରକୁ ଆଧାର କରି ଦଳର ରାଜ୍ୟ ନିର୍ବାନଚ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏପରି କହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.