ETV Bharat / politics

ଟିକେଟ୍ ମିଳିବା ପରେ ଉତ୍ସାହିତ ବିଜେପି ପ୍ରାର୍ଥୀ, କହିଲେ ଏଥର ପଦ୍ମ ଫୁଟିବ - Odisha Assembly Polls 2024

author img

By ETV Bharat Odisha Team

Published : Apr 3, 2024, 12:03 PM IST

Odisha Assembly Polls 2024: ବିଧାନସଭା ନିର୍ବାଚନ ପାଇଁ ବିଜେପିର ଟିକେଟ୍ ଘୋଷଣା ପରେ ପ୍ରାର୍ଥୀଙ୍କ ଶିବିରରେ ଉତ୍ସାହ । ନାଚିଗାଇ, ମିଠା ଖୁଆଇ ଖୁସି ମନାଇଲେ ସମର୍ଥକ ଓ କର୍ମୀ । ସେହିପରି ନିଜ ନିଜର ବିଜୟକୁ ନେଇ ଦମ୍ଭୋକ୍ତି ପ୍ରକାଶ କଲେ ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଉତ୍ସାହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ଅନୁଗୋଳ ଜିଲାର ସମସ୍ତ ୫ଟି ଯାକ ବିଧାନସଭା କ୍ଷେତ୍ର ପାଇଁ ବିଜେପି ତା'ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯାହାମଧ୍ୟରୁ ୪ଟି ଆସନରେ ପ୍ରାର୍ଥୀ ରିପିଟ୍ ହୋଇଥିବା ବେଳେ ଆଠମଲ୍ଲିକରେ ନୂଆ ମୁହଁ ଦେଇଛି ଦଳ । ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ଆଠମଲ୍ଲିକ ପାଇଁ ଟିକେଟ୍ ଦେଇଛି । ଅନୁଗୋଳ ବିଧାନସଭା ଆସନ ପାଇଁ ଦ୍ଵିତୀୟ ଥର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଦଳ ଭରସା କରିଛି । ସେହିପରି ଛେଣ୍ଡିପଦା ବିଧାନସଭା ପାଇଁ ମଧ୍ୟ ଦ୍ଵିତୀୟ ଥର ଅଗସ୍ତି ବେହେରା, ତାଳଚେର ବିଧାନସଭା ପାଇଁ ଚତୁର୍ଥ ଥର କାଳନ୍ଦୀ ସାମଲ ଏବଂ ପାଲଲହଡା ବିଧାନସଭା ପାଇଁ ତୃତୀୟ ଥର ଅଶୋକ ମହାନ୍ତିଙ୍କ ଉପରେ ଭରସା କରି ନାମ ଘୋଷଣା କରିଛି । କେବଳ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ନୂଆ କରି ସଞ୍ଜୀବ ସାହୁଙ୍କୁ ଟିକେଟ ଦେଇଛି ବିଜେପି । ସଞ୍ଜୀବ ବିଜେଡି ଛାଡି ବିଜେପିରେ ଯୋଗ ଦେବାପରେ ବେଶ୍ ସକ୍ରିୟ ହୋଇପଡିଛନ୍ତି । ମଙ୍ଗଳବାର ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରାର୍ଥୀମାନଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ନୟନ କିଶୋର ମହାନ୍ତି । ଦଳ ତାଙ୍କ ଉପରେ ପୁଣିଥରେ ବିଶ୍ୱାସ କରିଛି । ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ଠାରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ଦଳ ତାଙ୍କୁ ପୁଣିଥରେ ସୁଯୋଗ ଦେଇଥିବାରୁ ତାଙ୍କର ସମର୍ଥକମାନେ ବେଶ ଖୁସି ପ୍ରକଟ କରିଛନ୍ତି । ଏଥର ଲୋକଙ୍କ ସମର୍ଥନ ମିଳିବ ଏବଂ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ହେବ ବୋଲି ନୟନ କିଶୋର କହିବା ଲୋକଙ୍କ ସେବା ପାଇଁ ତାଙ୍କୁ ଗୋଟିଏ ଥର ସୁଯୋଗ ଦେବାକୁ ନିବେଦନ କରିଛନ୍ତି ।

ନୟନ କିଶୋର କହିଛନ୍ତି ଯେ, ରାସ୍ତାଘାଟ ସମସ୍ୟା, ଚିକିତ୍ସା, ଦୁର୍ନୀତି ବିରୋଧରେ ତାଙ୍କର ଏହି ଲଢେଇ ହେବ ଏବଂ ଲୋକଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ଏଜେଣ୍ଡା ରଖିବେ । ଚୌଦ୍ୱାରରେ ଶିଳ୍ପାୟନ ତାଙ୍କର ସମର୍ଥନ ରହିବ ମାତ୍ର ବିସ୍ଥାପିତଙ୍କ ସମସ୍ୟାକୁ ସେ ଗୁରୁତ୍ୱ ଦେବେ । ଏଥିସହ ଦେଶରେ ମୋଦି ଲହର ତାଙ୍କର ବିଜୟକୁ ଆହୁରି ସହଜ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟିକେଟ୍‌ ଘୋଷଣା ପରେ ଉତ୍ସାହିତ ପ୍ରାର୍ଥୀ: କର୍ମୀଙ୍କ ସେଲିବ୍ରେସନ, ସରକାର ଗଢିବାକୁ ଦୃଢୋକ୍ତି - Congress Candidates Reaction

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଭୂତି ଭୂଷଣ ଜେନା । ଜିଲ୍ଲାର ବିଜେପି ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଭାବରେ ଦାୟିତ୍ଵ ତୁଲାଇ ଆସୁଥିବା ବିଭୂତି କ୍ରମାଗତ ଭାବରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରି ଆସୁଥିବା ବେଳେ ନିଜର ପ୍ରତିକ୍ରିୟାରେ ସାଧାରଣ ଜନତାଙ୍କ ସେବା କରିବା ପାଇଁ ରାଜନୀତି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିବା ସହିତ ଭାରତୀୟ ଜନତା ପାର୍ଟି ଚଳିତବର୍ଷ ପୁଣିଥରେ ବିଧାୟକ ଭାବରେ ପ୍ରତିଦ୍ବନ୍ଦିତା କରିବାକୁ ସୁଯୋଗ ଦେଇଥିବାରୁ ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବକୁ ଧନ୍ୟବାଦ ଜଣାଇଛନ୍ତି ।

ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶା ନିଶ୍ଚିତ ପୂରଣ ହେବ ଏବଂ ତାହାର ମାଧ୍ୟମ ସେ ହେବେ ବୋଲି କହିଛନ୍ତି ବିଭୂତି । ସେପଟେ କ୍ରମାଗତ ଭାବରେ ଗତ ତିନି ଥର ସେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଲଢ଼ି ଆସୁଥିଲେ । ହେଲେ ଚଳିତ ବର୍ଷର ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ବେଳେ ଚଳିତ ନିର୍ବାଚନ ଗୋପାଳପୁରରେ ଏକ ରୋଚକ ମୋଡ଼ ହେବ ।

ନିମାପଡା ବିଧାନସଭା ଆସନ ପାଇଁ ପ୍ରଭାତୀ ପରିଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା ପରେ ନିମାପଡା ବିଜେପି କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡିଛି । କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହ ମିଠା ଖୁଆଇ ନାଚଗୀତ କରିଛନ୍ତି । ସେହିପରି ଦଳ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ପ୍ରଭାତୀ ପରିଡ଼ା ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଟିକେଟ୍ ମିଳିବା ପରେ ସେ ଦଳୀୟ ସମର୍ଥକଙ୍କ କାକଟପୁର ଯାଇ ମା' ମଙ୍ଗଳାକୁ ଦର୍ଶନ କରିଛନ୍ତି ଏବଂ ଏଥର ନିମାପଡାରେ ବିଜେପି ନିଶ୍ଚୟ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା ବାରିପଦା, ଉଦଳା, ମୋରୋଡା, ବଡ଼ସାହି ଓ ଯଶୀପୁର । ଏହି ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ କେବଳ ମୋରୋଡା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଚାରୋଟି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ଏଥର ବିଜେପି ପକ୍ଷରୁ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକାଶ ସୋରେନ, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଭାସ୍କର ମଢେଇ, ମୋରୋଡା ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ସାହି ପାଇଁ ସନାତନ ବିଜୁଳି ଓ ଯଶିପୁର ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କ ନାମ ଘୋଷଣା କରାଯାଇଛି । ଏନେଇ ମୟୂରଭଞ୍ଜ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

ବଲାଙ୍ଗୀରର ଲୋଇସିଂହା ବିଧାନସଭା ଆସନରେ ଲଢିବେ ମୁକେଶ ମହାଳିଙ୍ଗ । ମୁକେଶ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ପ୍ରତିଦ୍ବନ୍ଦିତା କରି ଏକତରଫା ବିଜୟୀ ହୋଇଥିଲେ। ଏଥର ମଧ୍ୟ ଜନସାଧାରଣ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଆଶା ରଖିଛନ୍ତି । ସେହିପରି ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପୁଣି ମହାରାଜା ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହ ଦେଓଙ୍କୁ ଏବଂ ଟିଟିଲାଗଡ ଆସନରେ ନୂଆ ନେତା ନବୀନ ଜୈନଙ୍କୁ ପ୍ରାର୍ଥୀ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.