ETV Bharat / politics

ବ୍ରହ୍ମଗିରିରେ ଜମୁଛି BJP ପ୍ରଚାର, ଜନ ସମାବେଶରେ ଭୋଟ ମାଗିଲେ ଉପସାନା - Upasna Mohapatra

author img

By ETV Bharat Odisha Team

Published : Apr 25, 2024, 1:11 PM IST

Upasana mohapatra campaigning in Brahmagiri: ବ୍ରହ୍ମଗିରିରେ ଜମୁଛି BJP ପ୍ରଚାର । ଜନ ସମାବେଶରେ ଭୋଟ ମାଗିଲେ, ଉଭୟ ସଞ୍ଜୟ ଓ ଉମାଙ୍କୁ ଟାର୍ଗେଟ କଲେ ନବାଗତା ଉପସାନା ମହାପାତ୍ର । ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ଜମୁଛି BJP ପ୍ରଚାର, ଜନ ସମାବେଶରେ ଭୋଟ ମାଗିଲେ ଉପସାନା

ପୁରୀ: ମତଦାନ ତାରିଖ ପାଖେଇ ଆସୁଥିବା ବିଭିନ୍ନ ସ୍ଥାନରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ବିଭିନ୍ନ ମୁଦ୍ଦା ଓ ପ୍ରତିଶୃତିକୁ ନେଇ ଲୋକଙ୍କ ନିକଟତର ହେବା ସହ ଭୋଟ ମାଗୁଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏଥର ଭାରତୀୟ ଜନତା ପାର୍ଟି ଦିବଙ୍ଗତ ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନୀ ରାଜନୀତିରେ ପ୍ରଥମ ଥର ନିଜ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି ଉପାସନା । ଚଳିତଥର ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ସାମ୍ନା କରିବାକୁ ଯାଉଛନ୍ତି ଉପାସନା । ତେବେ ରାଜନୀତିରେ ନବାଗତ ଉପାସନା ଆତ୍ମବିଶ୍ବାସ ସହ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ଉପାସନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରୋଡ଼ ସୋ’ କରୁଛନ୍ତି । କେବଳ ସେତିକି ନୁହେଁ ଘରକୁ ଘର ବୁଲି ପ୍ରଚାର ମଧ୍ଯ କରୁଛନ୍ତି । ଏହି କ୍ରମରେ ନିର୍ବାଚନ ମଣ୍ଡଳୀର 29-ନମ୍ୱର ଜିଲା ପରିଷଦ ଜୋନରେ ଉପାସନା ମହାପାତ୍ର ନିର୍ବାଚନୀ ସମାବେଶରେ ଭୋଟ ମାଗିଛନ୍ତି । ହଜାର ହଜାର ମହିଳାଙ୍କୁ ଏହି ସମାବେଶରେ ଦେଖିବାକୁ ମିଳିଛି । ବିଶେଷ କରି ମହିଳାଙ୍କ ସମର୍ଥନକୁ ନେଇ ଉପାସନା ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା ମଧ୍ୟ କହିଛନ୍ତି । ଏଥିପାଇଁ ଘରକୁ ଘର ବୁଲି ସେ ମହିଳାଙ୍କୁ ଭେଟି ସମର୍ଥନ ଲୋଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ଆସୁଛନ୍ତି ଶାହ, ସୋନପୁରରୁ ଆରମ୍ଭ କରିବେ ପ୍ରଚାର - Amit Shah

ଏହି ଅବସରରେ ସେ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଉପାସନା । ସେ କହିଛନ୍ତି ବିଜେଡି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ହାରିବା ଭୟରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ସତ୍ୟବାଦୀ ଆସନରୁ ଲଢ଼ୁଛନ୍ତି । ତାଙ୍କର ପ୍ରତାରଣା ବ୍ରହ୍ମଗିରିବାସୀ ଜାଣି ସାରିଛନ୍ତି । ତେବେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ମଧ୍ଯ ସମାଲୋଚନା କରିବାକୁ ଉପାସନା କୌଣସି ଅବସର ଛାଡିନାହାନ୍ତି । ଯିଏ ନିଜ ମାଟିର ଉନ୍ନତି କରିପାରିଲେ ନାହିଁ, ସେ କିଭଳି ବ୍ରହ୍ମଗିରିରେ ଆସି ଉନ୍ନତି କରିବେ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ କେବଳ ନିଜର ବ୍ୟକ୍ତିଗତ ଉନ୍ନତି ପାଇଁ ଆସୁଛନ୍ତି । ବ୍ରହ୍ମଗିରିକୁ ଲୁଟି ନିଜର ବିକାଶ ପାଇଁ ବିଜେଡି ଏଠାକୁ ତାଙ୍କୁ ପ୍ରାର୍ଥୀ କରି ପଠାଇଛି । ହେଲେ ଏହାକୁ ବ୍ରହ୍ମଗିରିବାସୀ ବୁଝି ସାରିଲେଣି । ଏଥର ନିର୍ବାଚନରେ ବିଜେଡିକୁ ସ୍ଥାନୀୟ ଭୋଟର ଉଚିତ ଜବାବ ଦେବେ ବୋଲି ଉପାସନା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.