ETV Bharat / politics

ଭଣ୍ଡାରିପୋଖରୀ ବିଧାନସଭା ଆସନ: କିଏ ହେବେ ବିଜେପି ପ୍ରାର୍ଥୀ ? ଚର୍ଚ୍ଚାରେ ନୂଆ ଓ ପୁରୁଣା ଚେହେରା - BJP Candidate For Bhandaripokhari

author img

By ETV Bharat Odisha Team

Published : Apr 1, 2024, 9:47 PM IST

Bhandaripokhari Assembly Constituency: ଭଦ୍ରକ ଏବଂ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଅଦଳ ବଦଳ କରିଛି। ହେଲେ ବିଜେପି ପ୍ରାର୍ଥୀ କିଏ ହେବେ? ପୁରୁଣା ଚେହେରା ରିପିଟ୍ ହେବେ ନା ନୂଆ ମୁହଁ ଆସିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Bhandaripokhari Assembly Constituency
Bhandaripokhari Assembly Constituency

ଭଦ୍ରକ: ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ନୂଆ-ପୁରୁଣା ପ୍ରାର୍ଥୀ ଚର୍ଚ୍ଚା। ଭଦ୍ରକ ଏବଂ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଅଦଳ ବଦଳ କରିଛି। ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କ ଛିଡୁନାହିଁ। ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ ଗଠିତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ। କଂଗ୍ରେସରୁ ଆସି ବଦ୍ରିନାରାୟଣ ଧଳ ବିଜେପି ଟିକେଟରେ ଦୁଇ ଥର ହେବ ନିର୍ବାଚନ ଲଢୁଥିବାବେଳେ ପରାଜୟ ତାଙ୍କ ପିଛା ଛାଡୁନି। ଏହି ବିଧାନସଭା ଆସନକୁ ଟାର୍ଗେଟ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ପରାଜୟରୁ ବର୍ତ୍ତି ପାରିନଥିଲେ। ପରେ ମନମୋହନ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଫୋକସରେ ରଖି ନିର୍ବାଚନ ଲଢିଆସୁଛନ୍ତି। ତେଣୁ ଭଣ୍ଡାରିପୋଖରୀ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ମଧ୍ୟ ଏଯାଏଁ ସଫଳ ହୋଇ ପାରୁନାହିଁ। ମନମୋହନ ଭଣ୍ଡାରିପୋଖରୀ ବିଧାନସଭା ଆସନ ଛାଡିବାର ଇତି ମଧ୍ୟରେ ଦୁଇ ଟର୍ମ ବିତିଲାଣି ହେଲେ ଭଣ୍ଡାରିପୋଖରୀ ଆସନରେ ଦଳକୁ ପରାଜୟ ପିଛା ଛାଡୁନି। ତେଣୁ ଭଣ୍ଡାରିପୋଖରୀ ପାଇଁ ବିଜେପି ନୂଆ ମୁହଁ ଖୋଜୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

2009 ନିର୍ବାଚନରେ ମନମୋହନ ସାମଲ ଭଣ୍ଡାରିପୋଖରୀ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 21ହଜାର 160 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। 2009ରେ ବିଜେଡିର ପ୍ରଫୁଲ ସାମଲ 60ହଜାର 250 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ବଦ୍ରିନାରାୟଣ ଧଳଙ୍କୁ 20ହଜାର 410 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ହେଲେ 2014 ନିର୍ବାଚନରେ ବଦ୍ରି କଂଗ୍ରେସ ଛାଡି ବିଜେପିରୁ ନିର୍ବାଚନ ଲଢ଼ି ପୁଣି ପରାଜିତ ହୋଇଥିଲେ। ସେ ମୋଟ 28ହଜାର 809 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ 2014 ରେ ପ୍ରଫୁଲ ପୁନର୍ବାର 70ହଜାର 173 ଖଣ୍ଡ ଭୋଟ ପାଇ କଂଗ୍ରେସର ସୁବ୍ରତ ଦାସଙ୍କୁ 34ହଜାର 097 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ସେହିପରି 2019 ନିର୍ବାଚନରେ ପ୍ରଫୁଲ ସାମଲ 70ହଜାର 180 ଖଣ୍ଡ ଭୋଟ ପାଇ ପୁନର୍ବାର ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ 8ହଜାର 856 ଖଣ୍ଡ ଅଧିକ ଭୋଟ ପାଇଥିଲେ। ତେବେ ପୁନର୍ବାର ବିଜେପି ପକ୍ଷରୁ ବଦ୍ରିନାରାୟଣ ଧଳ 39ହଜାର 141 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଯାଇଥିଲେ।

2009 ନିର୍ବାଚନ ପରେ ବଦ୍ରି ନାରାୟଣ ଧଳଙ୍କୁ ଏହି ଆସନ ପାଇଁ ଟିକେଟ୍ ଦେଇ ଆସୁଛି ବିଜେପି। ହେଲେ ନିର୍ବାଚନ ମଣ୍ଡଳୀରେ ବିଜେଡି ଏବଂ କଂଗ୍ରେସର ହାଇଭୋଲଟେଜ ଲଢେଇ ନିକଟରେ ବିଜେପି ହାର ମାନୁଛି। 2009 ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବଦ୍ରି 39 ହଜାର 840 ଖଣ୍ଡ ଭୋଟ ପାଇ ପରାଜିତ ହୋଇଥ‌ିଲେ । 2014 ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି 28 ହଜାର 809 ଖଣ୍ଡ ଭୋଟ ପାଇଥିଲେ। 2019 ନିର୍ବାଚନରେ ବଦ୍ରି ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ବି ପରାଜିତ ହୋଇଥିଲେ। 39 ହଜାର 141 ଖଣ୍ଡ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ। ଏହି 2019 ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ 70ହଜାର 180 ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ପ୍ରାର୍ଥୀ 61 ହଜାର 321 ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ତେବେ ବିଜେପି ନେତା ବଦ୍ରି ଧଳଙ୍କ ଏହି ହାରିବା ଟ୍ରାକକୁ ନେଇ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବ କି ନାହିଁ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ...ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା, ପ୍ରଶାନ୍ତ ଜଗଦ୍ଦେବଙ୍କୁ କାଳୁ ସମର୍ଥକଙ୍କ ବିରୋଧ - Ruckus At BJP Party Office

ତେବେ ବଦ୍ରୀଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀରେ ବିଜେପିର ସାମର୍ଥ୍ୟ ବୃଦ୍ଧି ପାଇଛି। ହେଲେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ନୂଆ ମୁହଁ ଖୋଜୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶେଷ ମୁହୂର୍ତ୍ତରେ କିଛି ଦଳ ଡିଆଁ ନେତାଙ୍କୁ ଭରସା କରି ବିଜେପି ନିର୍ବାଚନକୁ ଓହ୍ଲାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏପରିସ୍ଥଳେ 2019 ନିର୍ବାଚନରେ ଦଳର ପୂର୍ବତନ ସଂଗଠନ ମନ୍ତ୍ରୀ ତଥା ସଂଘୀୟ ନେତା ପଞ୍ଚାନନ ରାଉତ ଦଳୀୟ ଟିକେଟ ଲବିରେ ରହିଥିଲେ। ଏଥର କିନ୍ତୁ ସେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ରାଜ୍ୟସ୍ତରରେ ନହେଲେ ମଧ୍ୟ କେନ୍ଦ୍ରୀୟ ଲବିରେ ସେ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି। ତେବେ ଦଳୀୟ ଟିକେଟ ଲବିରେ ଥିଲେ ମଧ୍ୟ ଭଣ୍ଡାରିପୋଖରୀ ରାଜନୀତିରେ ବଦ୍ରିଙ୍କ ଭଳି ତାଙ୍କର ସେହି ଧରଣର ପ୍ରଭାବ ଥିବା ମନେ କରାଯାଇପାରୁନାହିଁ। ପଞ୍ଚାନନଙ୍କୁ ଛାଡି ଦେଲେ ଏହି ଆସନରେ ଅନ୍ୟ ଜଣେ ନେତା ଯିଏକି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନବାଗତ ସୁଧାଂଶୁ ନାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବନ୍ତ ବ୍ଳକରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସୁଧାଂଶୁ ଙ୍କ ବେଶ ଦଖଲ ରହିଛି। ତାଙ୍କର ବିଜେଡି ଛାଡିବା ଏବଂ ବିଜେପିରେ ସାମିଲ ହେବା ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.