ETV Bharat / politics

ମାହାଲମଣ୍ଡା କିଏ ବିଜେଡି ଉତ୍ତର ଦେଉ: ବିଜେପି

author img

By ETV Bharat Odisha Team

Published : Jan 21, 2024, 8:48 PM IST

Mahal Manda Row: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ 'ମାହାଲମାଣ୍ଡା' ନାଁରେ ଆସିଥିବା ଆଡମିଟ୍‌ କାର୍ଡକୁ ନେଇ ପୁଣି ବିଜେଡି ସରକାରକୁ ଘେରିଛି ବିଜେପି । ରାଜ୍ୟରେ ମାହାଲମାଣ୍ଡା ସରକାର ଚାଲିଛି ବୋଲି କହିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଅଧିକ ପଢ଼ନ୍ତୁ

Fake Admit Card Issue
Fake Admit Card Issue
Fake Admit Card Issue

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ 'ମାହାଲମାଣ୍ଡା' ନାଁରେ ଆସିଥିବା ଆଡମିଟ୍‌ କାର୍ଡକୁ ନେଇ ତେଜୁଛି ରାଜନୀତି । ଏଭଳି ସାଙ୍ଘାତିକ ତ୍ରୁଟିକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି ବିରୋଧୀ । ମାହାଲମଣ୍ଡା ସରକାରକୁ ଫିଙ୍ଗିବାର ସମୟ ଆସିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ । ଏବେ ପୁଣିଥରେ ଏହାକୁ ଦୋହରାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଯେଉଁ ମାହାଲମାଣ୍ଡା ବାବୁ ମାନେ ବସିଛନ୍ତି, ସେମାନେ ଉତ୍ତର ଦିଅନ୍ତୁ ମାହାଲମଣ୍ଡା କିଏ ବୋଲି କହିଛନ୍ତି ଗୋଲକ ।

ଆଜି ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗୋଲକ କହିଛନ୍ତି, "ମାହାଲମଣ୍ଡା କିଏ ବିଜେଡି ଉତ୍ତର ଦେଉ । ଯେଉଁ ମାହାଲମାଣ୍ଡା ବାବୁମାନେ ବସିଛନ୍ତି ସେମାନେ କୁହନ୍ତୁ । ଫେକ୍‌ ଲୋକଙ୍କ ନା ମେରିଟ୍ ଲିଷ୍ଟରେ ଆସିଛି । ଫେକ୍‌ ଅଫିସର, ଫେକ୍‌ ରାଜନେତା ଶାସନରେ ବସିଛନ୍ତି । ରାଜ୍ୟରେ ମାହାଲମଣ୍ଡା ଓ ଫେକ ସରକାର ଚାଲିଛି । ଏହା ତାହାର ପ୍ରମାଣ । ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମାହାଲମଣ୍ଡା ବା ଫେକ ସରକାରକୁ ଫିଙ୍ଗିବାର ସମୟ ଆସିଛି । ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଏହି ମାହାଲମଣ୍ଡା ସରକାର ଯୋଗୁଁ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଚାକିରି ଆଶାୟୀ ଯୁବକଯୁବତୀ ମାନେ ଫେକ ସରକାରକୁ ଓପାଡି ଫିଙ୍ଗିବେ ।"

ଏହି ପ୍ରସଙ୍ଗରେ ଉକ୍ତ ସଂସ୍ଥାକୁ ଦାୟୀ କରାଯିବା ପ୍ରସଙ୍ଗରେ ଗୋଲକ କହିଛନ୍ତି, "ଯିଏ ଏ ସବୁ କଥା କହିଛନ୍ତି, ସେ ବୋଧେ ଜାଣିନାହାନ୍ତି ଯେ ଭାରତର ଅନେକ ଅନଲାଇନ ପରୀକ୍ଷା ସେହି ସଂସ୍ଥା କରେ । ନିଜର ଦୋଷକୁ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦିବାର କାରଣ କଣ ? ଆବେଦନ ପ୍ରକ୍ରିୟା ରାଜ୍ୟ ସରକାର କରନ୍ତି । ଯେଉଁ ସଂସ୍ଥା ପରୀକ୍ଷା କରେ ସେ କେବଳ ପରୀକ୍ଷା କରି ରେଜଲ୍ଟ ରାଜ୍ୟ ସରକାରଙ୍କୁ ଦେଇ ଦିଏ । ରାଜ୍ୟ ସରକାର ରେଜଲ୍ଟ ପ୍ରକାଶ କରନ୍ତି । କାହାକୁ ନିଯୁକ୍ତି ଦେବେ ବା ନଦେବେ ତାହାର ନିଷ୍ପତ୍ତି ରାଜ୍ୟ ସରକାର କରନ୍ତି । ସେ ସଂସ୍ଥା ନିଷ୍ପତ୍ତି କରି ରାଜ୍ୟ ସରକାରଙ୍କୁ ଦିଏ ନାହିଁ ।" ତାହେଲେ ସେ ସଂସ୍ଥାର ଭୁଲ କେମିତି ହେଉଛି ବୋଲି ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ତେଣୁ ରାଜ୍ୟ ସରକାର ଯେତେବେଳେ ଆବେଦନ ପତ୍ର ଗ୍ରହଣ କଲେ, ସେତେବେଳେ ମାହାଲମଣ୍ଡା ଏବଂ ମାହାଲମାଣ୍ଡା ପ୍ରୋ କେମିତି ଆସିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଏହା ସ୍ପଷ୍ଟ, ଓଡ଼ିଶାରେ ବସିଥିବା ବାବୁମାନଙ୍କ ହାତରେ କିଛିନାହିଁ । ଓଡ଼ିଶା ବାହାରୁ ଯେଉଁ ବିଦେଶୀ ଗୁମାସ୍ତା ଆସିଛନ୍ତି, ତାଙ୍କୁ ଖୁସି କରିବାରେ ବିଜେଡି ସରକାର ଲଗିପଡ଼ିଛି । ବିଜେଡି ଦଳ ଭିତରେ ଗୋଟିଏ ଓଡ଼ିଶା ନେତା ତିଆରି କରିପାରିଲେ ନାହିଁ । ତାଙ୍କୁ ଲାଜ ଲାଗିବା କଥା ଯେ ଓଡ଼ିଶା ଭିତରେ ତାଙ୍କର ନେତା ନାହାନ୍ତି । ବାହାରୁ ଆମଦାନୀ ହୋଇଥିବା ନେତାଙ୍କ ପାଖରେ ଗୁମାସ୍ତାଗିରି କରୁଛନ୍ତି । ଯାହା କହୁଛନ୍ତି, କହିବା ଆଗରୁ ପାଠ ପଢ଼ି ଆସନ୍ତୁ ଏବଂ ଜ୍ଞାନ ଆହରଣ କରି କୁହନ୍ତୁ ।" ନିଜେ ଉତ୍ତର ନଦେଇ, ନିଜ ଦୋଷ ନମାନି ଅନ୍ୟ ଉପରେ କାଦୁଅ ଫୋପାଡିବାର ମାନେ କଣ ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.