ETV Bharat / politics

ମହାନଦୀ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ, 24 ବର୍ଷ ପରେ ବିଜେଡିର ନିଦ ଭାଙ୍ଗିବା ନେଇ ମନ୍ତ୍ରୀଙ୍କ କଟାକ୍ଷ - MAHANADI RIVER WATER DISPUTE

author img

By ETV Bharat Odisha Team

Published : Jun 19, 2024, 9:18 PM IST

Mahanadi Water Dispute: ବହୁ ବର୍ଷ ଧରି ଲାଗିରହିଥିବା ମହାନଦୀ ସମସ୍ୟାରେ ସମାଧାନ ପାଇଁ ବିଜେଡି ବିଜେପି କୋର୍ଟକୁ ଫିଙ୍ଗିଛି ବଲ୍‌ । ଛତିଶଗଡ଼, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ସମାଧାନ ନେଇ ପ୍ରକୃଷ୍ଟ ସମୟ ବୋଲି କହିଛି ବିଜେଡି । ଅଧିକ ପଢନ୍ତୁ

Mahanadi Water Dispute
Mahanadi Water Dispute (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପୁଣି ଉଠିଛି ମହାନଦୀ ପ୍ରସଙ୍ଗ । ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଛତିଶଗଡ଼, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ ଏବେ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଗତ 24 ବର୍ଷରେ ମହାନଦୀ ପ୍ରସଙ୍ଗରେ ବିଜେଡ଼ି ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବ ନିଯୁକ୍ତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, 'ମହାନଦୀ ଜଳ ବିବାଦ ଦୀର୍ଘ ଦିନର ସମସ୍ୟା । ଏହାର ସମାଧାନ ବର୍ତ୍ତମାନ ସହଜ ହେବ । ରାଜ୍ୟ, କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ସବୁଠି ବିଜେପିର ସରକାର । ରାଜ୍ୟ ସରକାର ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ । ଛତିଶଗଡ଼ରେ ଡ୍ୟାମ ସବୁ ହେବା ପରେ ଆଜି ମହାନଦୀ ଶୁଖିଲା ପଡିଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିଲେ ବହୁତ ଭଲ । ଶୀଘ୍ର ସମାଧାନର ବାଟ ବାହାରିବ ।' କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି କହିଛନ୍ତି ପ୍ରସନ୍ନ । ପ୍ରସନ୍ନଙ୍କ କଥାର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହା ମଧ୍ୟ ପଢନ୍ତୁ...ଜେବିଙ୍କ ରାସ୍ତାରେ ନବୀନ; ପ୍ରସନ୍ନଙ୍କୁ କଲେ ବିରୋଧୀ ଦଳ ଉପନେତା, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ - Opposition Leader

ସୁରେଶ କହିଛନ୍ତି, 'ରାଜ୍ୟରେ ବିଜେଡି ସରକାର 24 ବର୍ଷ ଥିଲା । ସଂସଦୀୟ ବ୍ୟବସ୍ଥାରେ ମହାନଦୀ ଜଳ ବିବାଦ ପାଇଁ ବିଜେଡି କଣ କରିଛି । ଛତିଶଗଡ଼ ସହ ମହାନଦୀ ଜଳ ବିବାଦକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର କେତେ ଥର କଥା ହୋଇଛନ୍ତି ? ଆଲୋଚନା କରିଥାନ୍ତେ ଯଦି ସଫଳ ହୋଇନଥାନ୍ତା । ତେବେ ରାଜ୍ୟବାସୀଙ୍କୁ କହିଥାନ୍ତେ ଯେ, ଆମେ ଚେଷ୍ଟା କଲୁ । କେନ୍ଦ୍ର ସରକାର କି ପ୍ରଧାନମନ୍ତ୍ରୀଙ୍କ ସହ କେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସିକି କେବେ କଥା ହେଲେ କି ? ବର୍ତ୍ତମାନ ମହାନଦୀ ସମସ୍ୟାର ସମାଧାନ ହେବ କି ପ୍ରଶ୍ନ ଉତ୍ତରରେ କହିଛନ୍ତି ଯେ, ଏଭଳି ସମସ୍ୟା ନାହିଁ ଯେଉଁ ସମସ୍ୟାର ସମାଧାନ ହୋଇ ପାରିବନାହିଁ । କିନ୍ତୁ ଏବେ ବହୁତ ବିଳମ୍ବ ହୋଇଗଲାଣି । ଓଡିଶା ବହୁତ କ୍ଷତି ସହିଲାଣି । ବର୍ତ୍ତମାନ ନୂଆ ସରକାର ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ସହ କଥା ହୋଇ ସାମ୍ବିଧାନିକ ଫୋରମରେ ଓଡ଼ିଶାର ପକ୍ଷ ରଖିବ । ଓଡିଶା ବାସୀଙ୍କୁ ନ୍ୟାୟ ଦେବ ।' 24 ବର୍ଷ ପରେ ବିଜେଡିର ନିଦ ଭାଙ୍ଗିଛି । ମହାନଦୀ ଶୁଖିଲା ପଡିଛି ବୋଲି ବିଜେଡି ଏବେ ଜାଣି ପାରିଲା ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.