ETV Bharat / politics

ନାମାଙ୍କନ ବେଳେ ବିଜେପି-ବିଜେଡି ଖଣ୍ଡଯୁଦ୍ଧ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଉତ୍ତେଜନା - BJD AND BJP WORKERS TUSSLE - BJD AND BJP WORKERS TUSSLE

BJD And BJP Tussle In Puri: ପୁରୀ ଜିଲ୍ଲାପାଳଙ୍କ ଅଫିସରେ ମୁହାଁ ମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ପରସ୍ପର ଉପରକୁ ଫୁଲ ମାଳ ଫୋପାଡିବା ସହିତ ଧସ୍ତାଧସ୍ତି ଭଳି ସ୍ଥିତି ଦେଖା ଦେଇଥିଲା । ଅଧିକ ପଢନ୍ତୁ

ନାମାଙ୍କନ ବେଳେ ବିଜେପି-ବିଜେଡି ଖଣ୍ଡଯୁଦ୍ଧ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଉତ୍ତେଜନା

author img

By ETV Bharat Odisha Team

Published : Apr 29, 2024, 9:40 PM IST

ନାମାଙ୍କନ ବେଳେ ବିଜେପି-ବିଜେଡି ଖଣ୍ଡଯୁଦ୍ଧ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଉତ୍ତେଜନା

ପୁରୀ: ନାମାଙ୍କନ ରାଲିରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ । ପୁରୀ ଜିଲ୍ଲାପାଳଙ୍କ ଅଫିସ ଏହି ଘଟଣାଟି ଘଟିଛି । ଉଭୟ ପକ୍ଷ ତରଫରୁ ପରସ୍ପରକୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଉଭୟ ବିଜେପି ଓ ବିଜେଡ଼ିର କର୍ମୀ ମାନେ ଆଣିଥିବା ଫୁଲ ମାଳ ପରସ୍ପରକୁ ଫୋପଡା ଫିଙ୍ଗା ହୋଇଥିଲେ । ଏହାକୁ ନେଇ ଉଭୟ ବିଜେପି ଓ ବିଜେଡ଼ିର କର୍ମୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ମୁହାମୁହିଁ ହୋଇଥିଲେ, ହେଲେ ସ୍ଥିତି ବିଗିଡ଼ିବା ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଘଟଣା ସ୍ଥଳରେ ଅଧିକ ପୋଲିସ ଫୋର୍ସ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲେ । ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଉଭୟ ବିଜେପି ଓ ବିଜେଡିର କର୍ମୀମାନଙ୍କୁ ପୁରୀ ଜିଲ୍ଲାପାଳ ଅଫିସ୍ ପରିସରରୁ ପୋଲିସ୍ ବିଜେପି ଓ ବିଜେଡିର କର୍ମୀ ମାନଙ୍କୁ ବାହାର କରିଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ ହୋଇଥଲା ।

ଏହା ମଧ୍ୟ ପଢନ୍ତୁ .... ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସୁନିଲ - Puri Assembly Constituency

ତେବେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଵା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ଵତନ୍ତ୍ର ପୋଲିସ ମୁତୟନ ମଧ୍ୟ କରାଯାଇଛି ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ଦାୟିତ୍ଵ ଦିଆଯାଇଛି । ତେବେ ରାଜନୈତିକ ଦଳର କର୍ମୀ ମାନଙ୍କ ମଧ୍ୟରେ କୌଣସି ଗଣ୍ଡଗୋଳ ଯେଭଳି ନ ଘଟେ ସେ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । ତେବେ ସତ୍ୟବାଦୀ ଆସନ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ ପାଇଁ ସଞ୍ଜୟ ଦାସବର୍ମା ତାଙ୍କର ରିଟର୍ଣିଂ ଅଫିସର ଏଡିଏମ (ରାଜସ୍ବ) ନିକଟକୁ ଆସିଥିଲେ । ତେବେ କର୍ମୀମାନେ ବାହାରେ ଅପେକ୍ଷାରେ ଥିଲେ ।

ଏତିକି ବେଳେ ପୁରୀ ଲୋକସଭା ଆସନ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆସିବା ସହ ତାଙ୍କ ସହ ବିଜେପି ନେତ୍ରୀ ଉପାସନା ମହାପାତ୍ର ଆସିଥିଲେ । ତେବେ ପୁରୀ ଜିଲାପାଳଙ୍କ ଅଫିସରେ ଉଭୟ ବିଜେପି ଓ ବିଜେଡିର କର୍ମୀ ପରସ୍ପର କଥା କଟାକଟି ହୋଇ ନିଜ ନିଜ ଉପରକୁ ଫୁଲ ମାଳ ଫିଙ୍ଗିବା ସହ ମୁହାଁମୁହିଁ ହୋଇଥିଲେ । ହେଲେ ଅଳ୍ପ ପୋଲିସ୍ ଉପସ୍ଥିତ ଥିବାରୁ ସ୍ଥିତିକୁ ପୋଲିସ୍ ନିୟନ୍ତ୍ରଣ କରିପାରିନଥିଲା । ତେବେ ପୁରୀ ଏସପି ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.