ETV Bharat / politics

ମେଣ୍ଟ ଦ୍ବନ୍ଦ୍ବ: ବିଜେପି ଓ ବିଜେଡିକୁ ହାରିବାର ଭୟ ରହିଛି କହିଲେ ନରସିଂହ

author img

By ETV Bharat Odisha Team

Published : Mar 20, 2024, 8:00 PM IST

BJD BJP Possible Alliance: ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଏଥିରେ ଆଜି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ମନ୍ତବ୍ୟ ଦେଇଛନ୍ତି । ବିଜେପି ଓ ବିଜେଡିକୁ ହାରିବାର ଭୟ ରହିଛି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ,

ବିଜେଡି-ବିଜେପି ମେଣ୍ଟ ଦ୍ବନ୍ଦ୍ବ
ବିଜେଡି-ବିଜେପି ମେଣ୍ଟ ଦ୍ବନ୍ଦ୍ବ

ବିଜେଡି-ବିଜେପି ମେଣ୍ଟ ଦ୍ବନ୍ଦ୍ବ

ବଲାଙ୍ଗୀର: ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି। ଅନ୍ୟପଟେ ଏଥର ମେଣ୍ଟ ନିଶ୍ଚିତ ବୋଲି ମଧ୍ୟ ଆଲୋଚନା ହେଉଛି ଏବଂ ଦେଶର କିଛି ରାଜ୍ୟରେ ବିଜେପି ସେଠିକାର ଆଞ୍ଚଳିକ ଦଳ ସହ ମେଣ୍ଟ କରିବା ପରେ ଓଡ଼ିଶାରେ ମଧ୍ୟ ମେଣ୍ଟ ହେବା ନେଇ ଲୋକେ ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ସେହିପରି ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି। ଅନ୍ୟପଟେ ଏଥିରେ ଆଜି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ମନ୍ତବ୍ୟ ଦେଇଛନ୍ତି । ବିଜେପି ଓ ବିଜେଡିକୁ ହାରିବାର ଭୟ ରହିଛି ବୋଲି ସେ କହିଛନ୍ତି ।

ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘‘ହାରିବାର ଭୟ ଯୋଗୁଁ ବିଜେପି ବିଜେଡି ମେଣ୍ଟ କରୁଛନ୍ତି । ତେବେ ମେଣ୍ଟ ହେଉ କି ନହେଉ କଂଗ୍ରେସ ଏଥର ନିର୍ବାଚନରେ ନିଶ୍ଚୟ ଭଲ କରିବ। ତେବେ ମେଣ୍ଟ କେତେ ବେଳେ ହୁଏ ଯେତେ ବେଳେ କୌଣସି ଦଳର ସ୍ଥିତି ଭଲ ନଥିବ ଅର୍ଥାତ୍ ତାଙ୍କର ହାରିବାର ସମ୍ଭାବନା ଥିବ ସେହି ସମୟରେ ମେଣ୍ଟ କରାଯାଏ । ତେବେ ବିଜେପି ବିଜେଡିକୁ ଏଠି ହାରିବାରା ଭୟ ରହିଛି ତେଣୁ ସେମାନେ ଏହି ମେଣ୍ଟ କରିବାକୁ ଯାଉଛନ୍ତି ।’’ ସୂଚନା ଅନୁସାରେ ବିଜେପି ବିଜେଡ଼ି ଦଳ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଉଭୟ ଦଳର ଆଶାୟୀ ପାର୍ଥି ସଂଖ୍ୟା ମଧ୍ୟ ଅଧିକ ରହିଛି । ତେବେ ମେଣ୍ଟ ହେଲେ ଉଭୟ ଦଳର ପାର୍ଥି କଂଗ୍ରେସକୁ ସମର୍ଥନ ଦେବାର ନିଶ୍ଚିତ ବୋଲି ଆଲୋଚନା ହେଉଛି।

ଏହା ମଧ୍ୟ ପଢ଼ନ୍ତୁ.... ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

ସେହିପରି ବିଜେପି ଓ ବିଜେଡି ଏହି କାରଣରୁ ବୋଧେ ମେଣ୍ଟ ଆଡ଼କୁ ଯାଉଥିବାର ଏଠି ଆଲୋଚନା ହେଉଛି। ନିର୍ବାଚନ ପୂର୍ବରୁ ସବୁ ଦଳର ଅସନ୍ତୋଷ ନେତା ନିଜ ଦଳ ଛାଡ଼ି ଅନ୍ୟ ଦଳ ମିଶିବା ନୂଆ ନୁହେଁ । ହେଲେ ଏଥର ଏସବୁ କାରଣ ବହୁ ଗୁରୁତ୍ଵ ରଖିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ନିକଟରେ ଫାଇବ ଟି ସଚିବ ଭିକେ ପଣ୍ଡିଆନଙ୍କ ମେଣ୍ଟ ଉପରେ ମନ୍ତବ୍ୟ ମେଣ୍ଟ ନିଶ୍ଚିତ ବୋଲି ଗୋଟିଏ ପ୍ରକାରରେ ସୂଚନା ଦେଇଛି। ଯାହାକୁ ନେଇ ଏଠି ରାଜନୀତି ଚର୍ଚ୍ଚା ମଧ୍ୟ ବଢ଼ିଛି। ରାଜ୍ୟ ବିଜେପି ସଭାପତିଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା ଭିତରେ ମେଣ୍ଟ ଚର୍ଚ୍ଚାକୁ ଦୃଢୀଭୂତ ହୋଇଥିଲା । ସେଥିରେ ଦଳ କର୍ମୀଙ୍କ ଦୁଇ ଫାଙ୍କିଆ ଉତ୍ତର ଏହି ମେଣ୍ଟ ରାଜନୀତିକୁ ଆହୁରି ଚର୍ଚ୍ଚାକୁ ବଢ଼ାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.