ETV Bharat / politics

ଛିଡ଼ୁନି ସତ୍ୟବାଦୀ ବିଜେଡି ଅଙ୍କ, ଉମାଙ୍କୁ ଟିକେଟ୍ ଦେବାକୁ ଦଳୀୟ କର୍ମୀଙ୍କ ଦାବି - ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ

Satyabadi Assembly Constituency: ସତ୍ୟବାଦୀ ଟିକେଟ୍ ଅଙ୍କ ଛିଡ଼ୁନଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଉମାଙ୍କୁ ପୁଣି ଥରେ ସତ୍ୟବାଦୀରୁ ଟିକେଟ୍ ଦେବାକୁ ଦାବି କରିଛନ୍ତି ଦଳୀୟ କର୍ମୀ । ଅଧିକ ପଢ଼ନ୍ତୁ

Satyabadi Assembly Constituency
Satyabadi Assembly Constituency
author img

By ETV Bharat Odisha Team

Published : Mar 5, 2024, 6:45 AM IST

ସତ୍ୟବାଦୀ

ନିମାପଡ଼ା: ସତ୍ୟବାଦୀ ଟିକେଟ୍ ଅଙ୍କ ଛିଡ଼ୁନଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ କଣାସ ବ୍ଲକ ୫ ନମ୍ବର ଜୋନର ବିଜୁ ଜନତା ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ନିର୍ବାଚନରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳ ପକ୍ଷରୁ ଉମାଙ୍କୁ ବ୍ରହ୍ମଗିରି ପାଇଁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ଖବର ଶୁଣି କର୍ମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ହତାଶ ଭାବ । ତେବେ ଉମାଙ୍କୁ ପୁଣି ଥରେ ସତ୍ୟବାଦୀରୁ ଟିକେଟ୍ ଦେବାକୁ ଦାବି କରିଛନ୍ତି ଦଳୀୟ କର୍ମୀ ।

ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ ୫ ନମ୍ବର ଜୋନରେ ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଣାସ ବ୍ଲକର 'ଆତ୍ମା' ଅଧ୍ୟକ୍ଷ ସଞ୍ଜୟ କୁମାର ଭୋଳଙ୍କ ଡାକରାରେ ୫ ନମ୍ବର ଜୋନ ବିଜେଡିର ସମସ୍ତ ସରପଞ୍ଚ, ନୋମିନି, ୱାର୍ଡ ମେମ୍ବର ଏବଂ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ପୁଣିଥରେ ଉମା ସାମନ୍ତରାୟଙ୍କୁ ସତ୍ୟବାଦୀରୁ ପାର୍ଥୀ କରିବାକୁ ଦାବି ହୋଇଛି । ସେପରି ହେଲେ ସମସ୍ତ କର୍ମୀମାନେ ଉପକୃତ ହେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀ ଟ୍ଵିଷ୍ଟ; ଶଙ୍ଖ ଭବନ ପରେ ନବୀନ ନିବାସକୁ ଗଲା ସଞ୍ଜୟ ଓ ଉମାଙ୍କ କଳି

ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀରୁ ଲଢିବେ କି ସଞ୍ଜୟ ? ଗୁପ୍ତ ବୈଠକ ଭିଡ଼ିଓ ଭାଇରାଲ ପରେ ବଢିଲା ଚର୍ଚ୍ଚା

ଆଗାମୀ ଦିନରେ ଉଭୟ ସତ୍ୟବାଦୀ କଣାସ ବ୍ଲକର ବିଜେଡି କର୍ମୀ ତଥା ଉମା ସାମନ୍ତରାୟଙ୍କ ସମର୍ଥକ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେମାନେ ଭୁବନେଶ୍ଵରରେ ବିଜେଡି ସୁପ୍ରିମୋଙ୍କୁ ଭେଟି ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଅନୁରୋଧ କରିବେ ବୋଲି ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ବୈଠକରେ ବିଜେଡି ବ୍ଲକ ସଭାପତି ସୁରେଶ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ଲିଙ୍ଗରାଜ ସ୍ବାଇଁ, କଣାସ ବ୍ଲକ୍ 'ଆତ୍ମା' ଅଧ୍ୟକ୍ଷ ସଞ୍ଜୟ କୁମାର ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୫ ନମ୍ବର ଜୋନ ଚୁପୁରିଙ୍ଗ ପଞ୍ଚୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏବଂ ଅନ୍ୟାନ୍ୟ ସମସ୍ତ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.