ETV Bharat / politics

ନବୀନ ସରକାର ଯୋଜନା ଭୁଲାଇବାକୁ ରଙ୍ଗ ବୋଳୁଛି ନୂଆ ସରକାର: ବିଜେଡି - BJD Targets State Govt

BJD Targets State Govt: 'ଲକ୍ଷ୍ମୀ ବସ'ର ନାଁ ଓ ରଙ୍ଗ ବଦଳାଯିବା ଘଟଣାକୁ ନେଇ ବର୍ଷିଛି ବିଜେଡି । ପ୍ରେସମିଟ୍ କରି ବିରୋଧୀ ଦଳ ମୁଖ୍ୟ ସଚେତକ କ'ଣ କହିଛନ୍ତି ଜାଣନ୍ତୁ ।

author img

By ETV Bharat Odisha Team

Published : Jul 6, 2024, 5:39 PM IST

BJD Targets State Govt
BJD Targets State Govt (ETV Bharat Odisha)

ଭୁବନେଶ୍ବର: ନବୀନ ସରକାରରେ ଆରମ୍ଭ ହୋଇଥିବା 'ଲକ୍ଷ୍ମୀ ବସ'ର ନାଁ ଓ ରଙ୍ଗ ବିଭିନ୍ନ ଜିଲ୍ଲାରେ ବଦଳାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ନବୀନ ସରକାର ଯୋଜନା ଭୁଲାଇବା ଲାଗି ନୂଆ ସରକାର ରଙ୍ଗ ବୋଳୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ପରିବର୍ତ୍ତନର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ନୂଆ ଯୋଜନା କିଛି କରିବେ ନାହିଁ ବୋଲି ସେ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, " ପରିବର୍ତ୍ତନର ନାରା ଦେଇ ରାଜ୍ୟରେ ବିଜେପି ସରକାରରେ ଆସିଛି । ବିକଶିତ ଓଡି଼ଶା ଗଠନ ଲାଗି ଆଶା ଓ ଭରସା ଦେଇଥିଲେ । ଓଡିଶାବାସୀଙ୍କ ଲାଗି ନୂଆ ନୂଆ ଯୋଜନା କରିବୁ । ସାଧାରଣ ଲୋକଙ୍କୁ ପୂର୍ବ ସରକାରଙ୍କ ଅପେକ୍ଷା ଅଧିକ ସେବା ଯୋଗାଇବୁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଲକ୍ଷ୍ମୀ ବସ' ଯୋଜନା କରିଥିଲେ । ଲକ୍ଷ୍ମୀ ବସ ସାଧାରଣ ଲୋକଙ୍କୁ ପଞ୍ଚାୟତରୁ ବ୍ଲକ ହେଡ଼କ୍ୱାର୍ଟରରେ କମ ଦମରେ ପହଞ୍ଚାଇବାକୁ କରିଥିଲେ । ମା’, ଭଉଣୀ 5 ଟଙ୍କାରେ ଏ ସୁବିଧା ପାଉଥିଲେ । କୃଷକ, ଶ୍ରମିକ ଓ ଅନ୍ୟାନ୍ୟ ସମସ୍ତେ ଏହା ଦ୍ୱାରା ଉପକୃତ ହେଉଥିଲେ । ବିଗତ 6 ମାସ ତଳେ ଆରମ୍ଭ ହୋଇଥିବା ଯୋଜନାର ବସର ରଙ୍ଗ ଓ ନାଁ ବଦଳେଇବା କାମ ଚାଲିଛି । ଲକ୍ଷ୍ମୀ ବସ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବସ ଯୋଜନା କରିବା । ନୀଳ ରଙ୍ଗର ବସକୁ ଗେରୁଆ ରଙ୍ଗ କରିବା । ଏଥିରୁ ପ୍ରମାଣିତ ହେଉଛି ଏ ସରକାର ନୂଆ ଯୋଜନା କିଛି କରିବେ ନାହିଁ । ଯାହା ଆଶା ଦେଇ ସରକାରକୁ ଆସିଥିଲେ ସେମିତି କିଛି କରିବେ ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି ।"

ଏହା ବି ପଢନ୍ତୁ...ବଦଳିଲା ଲଷ୍ମୀ ବସ ରଙ୍ଗ; ବିଜେଡି କରିଥିଲା ସବୁଜ ବିଜେପି କଲା ଗେରୁଆ, ଏଭଳି କହିଲେ ବିଜେଡି ନେତା - LAccMI Bus Color Changed

ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁ ବସର 6 ମାସ ତଳେ ରଙ୍ଗ ହୋଇଥିଲା, ଏବେ ରଙ୍ଗ ବଦଳାଇବାକୁ କିଏ ନିଷ୍ପତ୍ତି ନେଲା, କିଏ ଅର୍ଥ ଦେଲା ତାହାର ସୂଚନା ନାହିଁ । ସରକାର ନା କ୍ୟାବିନେଟ ଏହାର ନିଷ୍ପତ୍ତି ନେଲେ ବୋଲି ପଚାରିଲେ ସୂଚନା ମିଳୁନାହିଁ । ରଙ୍ଗ ପରିବର୍ତ୍ତନ କରି ନିଜ ଦଳର ରଙ୍ଗ କରି, ନେତାଙ୍କ ଛବି ଲଗାଇ ପ୍ରଚାର ପ୍ରସାର କରିବା ଲାଗି ଏ ସରକାର ଆସିଛନ୍ତି । ନବୀନ ସରକାରଙ୍କ ଯୋଜନାରର ରଙ୍ଗ ବୋଳିବେ, ପ୍ରଚାର କରିବେ ଓ ଛାପା ଲଗେଇବେ । ଏଥିରୁ ଜଣାପଡୁଛି ସେମାନେ କୌଣସି ନୂତନ ଯୋଜନା କରିବେ ନାହିଁ କି ଆଗ୍ରହ ବି ନାହିଁ । ଅପଚେଷ୍ଟାର ସୁଫଳ ମିଳିବ ନାହିଁ । ନବୀନ ସରକାରର ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା । ଗମନାଗମନ, ମହିଳା ସଶକ୍ତିକରଣ, କୃଷକଙ୍କୁ ଏହି ବସ ସେବା ସାହାଯ୍ୟ କରୁଥିଲା । ଲୋକଙ୍କ ମନରୁ ନବୀନ ସରକାରର ଯୋଜନା ଭୁଲେଇବା ଲାଗି ଅପଚେଷ୍ଟା ଜାରି ରହିଛି । ସେ ଅପଚେଷ୍ଟାରୁ କ୍ଷାନ୍ତ ରୁହନ୍ତୁ । କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.