ETV Bharat / politics

ଗଜପତିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କଲେ ପାଣ୍ଡିଆନ - Naveen CAMPAIGN IN GAJAPATI - NAVEEN CAMPAIGN IN GAJAPATI

Naveen Campaign In Gajapati: ବ୍ରହ୍ମପୁର ଲୋକସଭା ଏବଂ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ଭିକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷିତ ହୁଅନ୍ତୁ ବୋଲି କଟାକ୍ଷ କଲେ ପାଣ୍ଡିଆନ । ଅଧିକ ପଢନ୍ତୁ

BJD Supremo Campaign In Gajapati
BJD Supremo Campaign In Gajapati (Etv Bharat)
author img

By ETV Bharat Odisha Team

Published : May 4, 2024, 9:26 PM IST

BJD Supremo Campaign In Gajapati (ETV BHARAT ODISHA)

ପାରଳାଖେମୁଣ୍ଡି: ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ଲୋକସଭା ଏବଂ ଗଜପତିର ଉଭୟ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ କୋରାପୁଟର ଜୟପୁର, ନବରଙ୍ଗପୁର, ଓ ରାୟଗଡ଼ା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ସାଧାରଣ ସଭାରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି । ଏହାପରେ ଗଜପତି ବିଧାନସଭା କ୍ଷେତ୍ରରେ ଏକ ମାରାଥନ ପ୍ରଚାର ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା 13 ତାରିଖ ରହିଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ ... ମୋହନା ଓ ପାରଳାଖେମୁଣ୍ଡି ଆସନ ପାଇଁ ୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ODISHA ASSEMBLY ELECTION 2024

ଗଜପତି ଜିଲାର ମୋହନା ଏବଂ ପାରଳାଖେମୁଣ୍ଡି ଆଦି ଦୁଇଟି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ରୂପେଶ ପାଣିଗ୍ରାହୀ ଓ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଭୋଟ ମାଧ୍ୟମରେ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ସହ ଆସିଥିବା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ବକ୍ତବ୍ୟ ମାଧ୍ୟମରେ ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । ଗତ ୧୦ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷିତ ହୁଅନ୍ତୁ ଏବଂ ତା’ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରନ୍ତୁ ବୋଲି ସେ କହିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କଲେ ୧୦ପ୍ରତିଶତ ଆସନରେ ବି ବିଜେପି ଜିତି ପାରିବ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି ।

ବିଜେଡି ସୁପ୍ରିମୋ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରେ ହିଁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସଂପାଦକ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମୋହନା ଆସନର ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାରଳାଖେମୁଣ୍ଡି ଆସନର ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପ୍ରମୁଖ ନିଜ ଅଭିଭାଷଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ନିଜ ସରକାରର ବିଭିନ୍ନ ଯୋଜନାକୁ ନେଇ ଲୋକଙ୍କ ମତ ଲୋଡିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.