ETV Bharat / politics

ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ବିଜେପିର ପୁରୁଣା ଅଭ୍ୟାସ: ସ୍ୱୟଂପ୍ରକାଶ - Swayam Prakash Targets BJP

author img

By ETV Bharat Odisha Team

Published : May 27, 2024, 10:48 PM IST

BJD Spokesperson Swayam Prakash Mohapatra Targets BJP: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର । ନିର୍ବାଚନ ଆସିଲେ ଚାଷୀଙ୍କ ପ୍ରସଙ୍ଗକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ଓ ପରେ ସେମାନଙ୍କୁ ଭୁଲିଯିବା ପ୍ରଦୀପ ପୁରୋହିତ ଏବଂ ଓଡିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ସ୍ୱୟଂପ୍ରକାଶ । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ବିଜେପିର ପୁରୁଣା ଅଭ୍ୟାସ : ସ୍ୱୟଂପ୍ରକାଶ
ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ବିଜେପିର ପୁରୁଣା ଅଭ୍ୟାସ : ସ୍ୱୟଂପ୍ରକାଶ (ETV Bharat Odisha)

ଭୁବନେଶ୍ବର: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜେଡିକୁ ଟାର୍ଗେଟ କରିବା ପରେ କାଉଣ୍ଟର ଆଟାକ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସହ ପ୍ରଦୀପଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର । ଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପିର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ସ୍ୱୟଂପ୍ରକାଶ ।

ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି, "ପଦମପୁର ଉପନିର୍ବାଚନ ହାରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ପ୍ରଦୀପ ପୁରୋହିତ । ୨୦୨୪ ନିର୍ବାଚନ ହାରିବାକୁ ଯାଉଥିବା ଜାଣି ସେ ପାଗଳର ପ୍ରଳାପ ଆରମ୍ଭ କରିଦେଇଛନ୍ତି । କିଛି ନେତା ଥାଆନ୍ତି, ଯେଉଁମାନେ ମୁହଁ ଖୋଲିଲେ କେବଳ ଅଶାଳୀନ ମନ୍ତବ୍ୟ, ଅଶୋଭନୀୟ ବକ୍ତବ୍ୟ ଓ କଦର୍ଯ୍ୟ କଥା କହିଥାନ୍ତି । ସେହିଭଳି ନେତା ହେଉଛନ୍ତି ପ୍ରଦୀପ ପୁରୋହିତ । ଚଳିତ ନିର୍ବାଚନରେ ସେ ନିଜର ଏବଂ ବିଜେପିର ପରାଜୟକୁ ନେଇ ଅତ୍ୟନ୍ତ ଭୟଭୀତ ହୋଇ ପଡିଛନ୍ତି ।

ବିଜେଡି ବିରୁଦ୍ଧରେ ଅଭିଯୋଗ ଆଣିବା ଆଗରୁ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ନିକଟରେ ସାମାନ୍ୟତମ ଲଜ୍ଜା ରହିବାର ଆବଶ୍ୟକତା ରହୁଛି । ଓଡିଶା ହେଉଛି ଦେଶରେ ଏକମାତ୍ର ରାଜ୍ୟ ଯିଏ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି । ଗତ ୫ ବର୍ଷରେ ୬୪ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ଟଙ୍କା କାଳିଆ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରି କାର୍ଯ୍ୟକାରୀ ହୋଇଛି ।"

ସ୍ୱୟଂପ୍ରକାଶ ଆହୁରି ମଧ୍ୟ କହିଛନ୍ତି, "ପ୍ରଦୀପ ପୁରୋହିତ ହୁଅନ୍ତୁ କିମ୍ବା ଓଡିଶା ବିଜେପି, ଧାନର ଏମଏସପି ୨୯୩୦ ଟଙ୍କା କରିବାରେ ବିଫଳ ହୋଇଛନ୍ତି । ୨୦୧୭ ମସିହାରେ ଓଡିଶା ବିଧାନସଭାରେ ଏନେଇ ସର୍ବସମ୍ମତ କ୍ରମେ ସଂକଳ୍ପ ପାରିତ ହୋଇଥିଲା । ବର୍ଷ ବର୍ଷ ଧରି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିଲେ । ଓଡ଼ିଶାର ବହୁବାର ଦାବି ପରେ ମଧ୍ୟ ତାକୁ ପ୍ରତ୍ୟାହାର କରିନାହାନ୍ତି । ଫସଲ ବୀମା ବାବଦ ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ । କିମ୍ବା ଚାଷୀଙ୍କୁ ଠିକ ସମୟରେ ସାର ମଧ୍ୟ ଯୋଗାଇ ପାରିନାହାନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇ ବିଫଳ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ହିଞ୍ଜିଳିରୁ ହାରୁଛନ୍ତି ନବୀନ, ଏମିତି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ - PRADEEP TARGETS Bjd

ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତା ଓଡିଶାକୁ ପର୍ଯ୍ୟଟକ ନେତା ଭାବେ ଆସୁଛନ୍ତି । ସେମାନେ ଏସବୁ ବିଫଳତା ଉପରେ ଉତ୍ତର ରଖିବାର ଆବଶ୍ୟକତା ରହୁଛି । ନିର୍ବାଚନ ଆସିଲେ ଚାଷୀଙ୍କ ପ୍ରସଙ୍ଗକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ଓ ପରେ ସେମାନଙ୍କୁ ଭୁଲିଯିବା ପ୍ରଦୀପ ପୁରୋହିତ ଏବଂ ଓଡିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ । ସେହି ସମାନ କାର୍ଯ୍ୟ ସେମାନେ ଏବେ କରୁଛନ୍ତି । ଓଡିଶାର ଚାଷୀ, ଓଡିଶା ବିଜେପିର ଏଭଳି କୁମ୍ଭୀର କାନ୍ଦଣାକୁ ବେଶ୍ ଭଲ ଭାବେ ଜାଣିଛନ୍ତି । ସେଥିପାଇଁ ବାରମ୍ବାର ଓଡିଶା ବିଜେପି ଏବଂ ପ୍ରଦୀପ ପୁରୋହିତଙ୍କୁ ପ୍ରତ୍ୟାଖିତ କରି ଆସୁଛନ୍ତି । ୨୦୨୪ରେ ମଧ୍ୟ ଚାଷୀ ଭାଇ ଏମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.