ETV Bharat / politics

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଜାଲ ସର୍ଭେ ରିପୋର୍ଟ କରିଛି ବିଜେପି: ବିଜେଡି - ଫେଡେରାଲ ସର୍ଭେ ରିପୋର୍ଟ

BJD slams Federal survey report: ୨୦୨୪ ଓଡ଼ିଶା ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଜାତୀୟ ସଂସ୍ଥାର ସର୍ଭେ ରିପୋର୍ଟକୁ ନେଇ ହଟଚମଟ । ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ଏପରି ଜାଲ୍ ରିପୋର୍ଟ ଜାରି କରିଛି କହିଲା ବିଜେଡି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 23, 2024, 7:39 AM IST

Updated : Feb 23, 2024, 10:20 AM IST

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଜାଲ ସର୍ଭେ ରିପୋର୍ଟ କରିଛି ବିଜେପି

ଭୁବନେଶ୍ୱର: ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ସର୍ଭେରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ଏହା କେବଳ ଓଡ଼ିଶା ବିଜେପିର ମନୋବଳକୁ ଭାଙ୍ଗି ନାହିଁ ବରଂ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ନଷ୍ଟ କରିଦେଇଛି । ତେଣୁ କର୍ମୀଙ୍କ ମନୋବଳ ବଢାଇବାକୁ ରାଜ୍ୟ ବିଜେପି ଜାଲ ସର୍ଭେ ରିପୋର୍ଟ ପ୍ରସ୍ତୁତି କରିଛି । ଜାଲ ସର୍ଭେ ରିପୋର୍ଟ ପ୍ରସ୍ତୁତି କରିବା ପଛରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଅଛି ।'' ନିକଟରେ ପ୍ରକାଶ ପାଇଥିବା ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାର ସର୍ଭେ ରିପୋର୍ଟକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ଭଲ ଭାବେ ଜାଣନ୍ତି ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ଓଡ଼ିଶାରେ ବିଜେଡିର ମୁକାବିଲା କରିପାରିବେ ନାହିଁ । ସେମାନଙ୍କ ଆଭ୍ୟନ୍ତରୀଣ ରିପୋର୍ଟରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି । ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଓଡ଼ିଶା ବିଜେପିର ପ୍ରାର୍ଥୀ ନାହାନ୍ତି । ତେଣୁ ଓଡ଼ିଶା ବିଜେପିକୁ ଲୋକଙ୍କୁ ଠକି ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାଙ୍କୁ ଦଳରେ ସାମିଲ କରିବାକୁ ପଡୁଛି ।

ନିଜ ହତାଶ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ବିଜେପି ଏକ ଜାଲ ସର୍ଭେ କରିଛି । ବିଜେପିର ଦୃଢ଼ ସମ୍ପର୍କ ଥିବା ଏକ ଗଣମାଧ୍ୟମ ସଂସ୍ଥାର ଆଶ୍ରୟ ନେଇଛନ୍ତି ବିଜେପି ନେତୃତ୍ୱ । ନିଜର ରାଜନୈତିକ ସୁବିଧା ପାଇଁ ଏକ ରିପୋର୍ଟ ପ୍ରକାଶ କରୁଛି । ଯେଉଁ ସଂସ୍ଥାର ରିପୋର୍ଟ ଓଡ଼ିଶା ବିଜେପି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି, ତାହାର ମାଲିକ ବିଜେପିରେ ଯୋଗ ଦେଇଛନ୍ତି । ସେ ଏସଆରଏମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ମାଲିକ । ଏହି ଅନୁଷ୍ଠାନଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମ୍ପର୍କରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ହାତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି । ଭବିଷ୍ୟତରେ ମଧ୍ୟ ବିକାଶ କାର୍ଯ୍ୟ ଜାରି ରଖିବେ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜୁ ଜନତା ଦଳ ସହିତ ରହିଛି । ଏହା ମଧ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । କହିରଖୁଛୁ କି, ନିକଟରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଫେଡେରାଲ-ପୁଥିୟାଥାଲାମୁରାଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଆସନ୍ତା ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପିକୁ ୨୦ ଆସନ ମିଳିବ ଏବଂ ବିଜେଡି କେବଳ ଗୋଟିଏ ଆସନରେ ବିଜୟୀ ହେବ ବୋଲି କୁହାଯାଇଛି । ଏହି ଜାତୀୟ ସର୍ଭେ ରିପୋର୍ଟକୁ ଜାଲ୍ ରିପୋର୍ଟ କହି ଖଣ୍ଡନ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2024, 10:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.