ETV Bharat / politics

ନବୀନ ଗ୍ୟାରେଣ୍ଟି; ଭାଷା ହିଁ ଭବିଷ୍ୟତ: ବିଜେଡି - BJD Press Meet - BJD PRESS MEET

BJD Press Meet: ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ନବୀନ ଗ୍ୟାରେଣ୍ଟି ବଖାଣିଲେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ପ୍ରେସମିଟ୍‌ରେ କେନ୍ଦ୍ରର ଅବହେଳାକୁ ନିନ୍ଦା କରିବା ସହ ରାଜ୍ୟର ବିଭିନ୍ନ ଭାଷାର ବିକାଶ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଲେ । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 5:59 PM IST

BJD Press Meet (ETV Bharat Odisha)

ଭୁବନେଶ୍ବର: 1936 ମସିହାରେ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ରାଜ୍ୟ ଗଠନର 100ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ସେହିପରି ରାଜ୍ୟର ବିଭିନ୍ନ ଭାଷାର ବିକାଶ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ କର୍ପସ୍‌ ଫଣ୍ଡ ବ୍ୟବସ୍ଥା ହୋଇଥିବା ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "ଭାଷା ହିଁ ଭବିଷ୍ୟତ । ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍‌ ରହିଛି । 1936ରେ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡିଶା । ଓଡ଼ିଶାକୁ 2034ରେ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । 2000ରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲେ । 20 ଫେବୃଆରୀ 2014ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ମିଳିବାର ଥିଲା । 7 ଜୁନ 2020 ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଲା । ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ବାରମ୍ବାର ଦାବି ହେଇଛି । ହେଲେ ମିଳିଲାନି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଆ ବିଶ୍ବବିଦ୍ୟାଳୟ ଏକ ସ୍ବର୍ଣ୍ଣିମ ଇତିହାସ ଆଣିଛି । ଓଡ଼ିଶା ସଂସ୍କୃତିର ପ୍ରତୀକ ହେଉଛନ୍ତି କଳାକାର । 45,102 ଜଣ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ କରାଯାଉଛି । ଏହାକୁ ଆଉ 80 ହଜାର କଳାକାରଙ୍କୁ ଦିଆଯିବ । ପୁରୀରେ ବସିଥିଲା ଐତିହ୍ୟ କ୍ୟାବିନେଟ ବୈଠକ । ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ଐତିହ୍ୟ କ୍ୟାବିନେଟ କରିଛି । ଓଡ଼ିଆ ଭାଷା ଓ ସାହିତ୍ୟକୁ ସ୍ବତନ୍ତ୍ର ବିଭାଗ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପ୍ରତି ୫ ବର୍ଷରେ ବିଶ୍ବ ଭାଷା ସମ୍ମିଳନୀ କରାଯିବ । ପ୍ରତିବର୍ଷ ଏହା ରାଜ୍ୟସ୍ତରୀୟ କରାଯିବ । ପ୍ରଥମ ଭାଷା ସମ୍ମିଳନୀରେ ବିଶେଷଜ୍ଞଙ୍କ ମତକୁ ତିନି ବର୍ଷରେ କାର୍ଯ୍ୟକାରୀ କରାଯିବ । ଭାଷା କମିଶନ ଗଠନ ସହ ଭାଗବତ ଟୁଙ୍ଗିର ବିକାଶ କରାଯିବ ।"

ଅମରଙ୍କ ସୂଚନା ଅନୁସାରେ, ରାଜ୍ୟରେ 1500 ହାଇସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । କଲେଜଙ୍କୁ 1 ହାଜର କୋଟି ଅନୁଦାନ ଦିଆଯାଇଛି । 19 ଜନଜାତି ଭାଷା ଶବ୍ଦକୋଷ କରାଯାଇଛି । ଏହାକୁ ଆହୁରି କ୍ରିୟାଶୀଳ କରାଯିବ । ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ତ୍ବେ କେନ୍ଦ୍ର ଅନୁଦାନ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ଭାଷାକୁ ମିଳିଥିବା ସଂସଦରେ ଉତ୍ତର ଆସିଛି । ତେଣୁ ମୁଖ୍ୟମନ୍ତ୍ରୀ 100 କୋଟି ଆସନ୍ତା 10 ବର୍ଷର ପ୍ରଚାର ପାଇଁ ଖର୍ଚ୍ଚ କରିବାକୁ ବିଜେଡି ଇସ୍ତାହାରରେ ରଖାଯାଇଥିବା ସେ କହିଛନ୍ତି । କଳାକାରଙ୍କୁ ପେନସନ ମିଳିବ । SHG ପରି କଳାକାର ମହାସଂଘ କରାଯିବ । ସେଥିରେ SHG ପରି ପ୍ରୋତ୍ସାହନ ମିଳିବ । ଏହା ସଂସ୍କୃତି ଓ ପରମ୍ପରାକୁ ଆଗେଇବ । ମହାପ୍ରଭୁ ଜଗନ୍ନାଥଙ୍କ କଥା ଆହୁରି ବ୍ୟାପକ କରାଯିବ । ବୁଣାକାର ମାନଙ୍କୁ ମଧ୍ୟ ମାଗଣା ସ୍ବାସ୍ଥ୍ୟ ଓ ଦୁର୍ଘଟଣା ବୀମା 3 ଲକ୍ଷ ଟଙ୍କା ଯାଏଁ ମିଳିବା ସହ BSKY ପରି ଯୋଜନାରେ ସାମିଲ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto

ଜାତୀୟସ୍ତରରେ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ଓଡ଼ିଶାରେ କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ମିଳିବ ବୋଲି କହିଛନ୍ତି ଅମର । ସେ କହିଛନ୍ତି, "ଐତିହ୍ୟ ସଂରକ୍ଷଣ ପାଇଁ ଏକ ହଜାର କୋଟି ଆସନ୍ତା ୧୦ ବର୍ଷରେ ଖର୍ଚ୍ଚ ହେବ । ଜଗନ୍ନାଥ ସଂସ୍କୃତି ଆମ ପରିଚୟ । ସବୁ ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ପୁନଃରୁଦ୍ଧାର କରାଯିବ । ସବୁ ଧର୍ମର ପେଣ୍ଠସ୍ଥଳୀର ଉନ୍ନତି ପାଇଁ ଅନୁଦାନ ମିଳିବ । ଓଡ଼ିଆ ବିଶ୍ବବିଦ୍ୟାଳୟକୁ 2034 ସୁଦ୍ଧା ଭାରତର ଏକ ନମ୍ବର ଭାଷା ବିଶ୍ବବିଦ୍ୟାଳୟ କରାଯିବ । ଅନ୍ତର୍ଜାତୀୟ Journal କରାଯିବ । ଯାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବିଶ୍ବରେ ଲେଖାଯାଇ ପାରିବ । ଏହା ପ୍ରିଣ୍ଟ ଓ ଡିଜିଟାଲ ମାଧ୍ୟମରେ ମିଳିବ । ପଦ୍ମ ପୁରସ୍କାର ବିଜେତାଙ୍କ ପେନସନ ଜାରି ରହିବ । ଭାଗବତ ଟୁଙ୍ଗି ପ୍ରତି ପଞ୍ଚାୟତରେ ହେବ । ଏଥିପାଇଁ ଅନୁଦାନ ଦୁଇଗୁଣିତ ହେବ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ 25 କୋଟି କର୍ପସ୍‌ ଫଣ୍ଡ ଦିଆଯିବ ।"

ବିଜୁ ପଟ୍ଟନାୟକ ଚେୟାର ପାଇଁ JNU ସହ ଚୁକ୍ତି ହୋଇଛି । ସୁବାସ ବୋଷ ପୀଠ, ଜୟଦେବ ପୀଠ, ରଘୁନାଥ ମୁର୍ମୁ, ମଧୁ ବାବୁ ସମାଧି ପୀଠ ବିକାଶ ଚାଲିଛି । ଓଡ଼ିଆ ଜାତିକୁ ପରିଚୟ ଦେବାକୁ ଭାଷା ସଂରକ୍ଷଣ କରାଯିବ । ଯାହା ଓଡ଼ିଆ ଅସ୍ମିତାକୁ ଆହୁରି ଆଗକୁ ବଢାଇବ । ଏହା ଆମ ପାଇଁ ଗର୍ବର ବିଷୟ ବୋଲି ଅମର କହିଛନ୍ତି । ସେ କହିଛନ୍ତି, "ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାର ଏହା ଗ୍ୟାରେଣ୍ଟି । କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ । ଆମେ ଏହାକୁ ବିରୋଧ କରୁଛୁ । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯାଇ ନାହିଁ । ସେହି ଜଣେ ଯାହାର ଯୋଗ୍ୟତା ଅଛି । ହେଲେ ଏଯାଏଁ ଅଣଦେଖା କରାଯାଇଛି । ସଂସଦରେ ଏ କଥା ଉଠାଇଛୁ । ଦୁଃଖର କଥା, ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ସେମାନେ ବିଜୁ ବାବୁଙ୍କୁ ସ୍ବୀକୃତି ଦେଉନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟିରେ ଆଦିବାସୀଙ୍କ ବିକାଶ, ବିଜେଡି ବିଜୟ ପାଇଁ ହେବ ମୁଖ୍ୟ ଅସ୍ତ୍ର ! - BJD Manifesto

ଅମର ଆହୁରି କହିଛନ୍ତି, "1817 ମସିହା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ 2017ରୁ ଉଦ୍ୟମ ଚାଲିଛି । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । 23 ଅକ୍ଟୋବର 2017ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ପୁସ୍ତକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ନେଇ ପଢାଇବାକୁ କହିଥିଲେ । ଆମେ ଭାବିଲୁ ଏହା ସବୁ ବହିରେ ଲେଖାଯିବ । ଆମେ ଖୁସି ଥିଲୁ । ହେଲେ ସଂସଦର ଉତ୍ତରରେ କୁହାଯାଇଛି ଯେ, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ କହି ହେବନାହିଁ । କେବଳ 'କେସ୍‌ ଷ୍ଟଡି' ଭାବେ ଅଷ୍ଟମ ଶ୍ରେଣୀ ପିଲା ପଢିବେ । ଭାରତ ବର୍ଷରେ ପ୍ରଥମ ସଂଗ୍ରାମ ହୋଇଥିଲା । ପାଇକ ବିଦ୍ରୋହ ବ୍ରିଟିଶକୁ ଝଟକା ଦେଇଥିଲା । ହେଲେ ଓଡ଼ିଆ ଅସ୍ମିତା ପାଇଁ କେନ୍ଦ୍ରର ହୃଦୟରେ କଣ ଅଛି ତାହା ଜଣା ପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.