ETV Bharat / politics

ନବୀନ ତୁଲାଇବେନି ବିରୋଧୀ ଦଳ ନେତା ଦାୟିତ୍ବ ! - NAVEEN PATNAIK

author img

By ETV Bharat Odisha Team

Published : Jun 7, 2024, 9:11 PM IST

Naveen Patnaik may not be the LoP: ରାଜ୍ୟରେ ପ୍ରଥମ ଥର ପାଇଁ ବିରୋଧୀ ଦଳରେ ରହିବ ବିଜୁ ଜନତା ଦଳ । ହେଲେ ନବୀନ ନିଜ ସ୍ବାସ୍ଥ୍ୟଗତ ସମସ୍ୟା ଓ ବୟସ ଦୃଷ୍ଟିରୁ ନିଜେ ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇ ନପାରନ୍ତି । ଏପରି ହେଲେ ସେ ଅନ୍ୟ କାହାକୁ ଏହି ଗୁରୁଦାୟିତ୍ବ ଦେଇ ପାରନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

Naveen Patnaik may not be the LoP
Naveen Patnaik may not be the LoP (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଶାସକ ଦଳ ଲାଗି ବିଜେପି ଓ ବିରୋଧୀ ଦଳରେ ବସିବାକୁ ବିଜେଡିକୁ ବହୁମତ ମିଳିଛି । ଆସନ୍ତା ୧୦ ତାରିଖରେ ନୂଆ ସରକାରର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ଶପଥ ନେବେ । କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆଲୋଚନା ଚାଲିଛି । କିନ୍ତୁ ବିରୋଧୀ ଦଳର ନେତା କିଏ ହେବେ, ସେନେଇ ମଧ୍ୟ ଚର୍ଚ୍ଚା ଜୋର । ସ୍ବାଭାବିକ ଭାବେ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବା କଥା । କିନ୍ତୁ ବୟସ ବୃଦ୍ଧି ଓ ସ୍ବାସ୍ଥ୍ୟ ସମସ୍ୟା ଦୃଷ୍ଟିରୁ ନବୀନଙ୍କ ବଦଳରେ ଅନ୍ୟ କେହି ବିରୋଧୀ ଦଳର ନେତା ହେବାର ସମ୍ଭାବନା ଥିବା ବରିଷ୍ଠ ସାମ୍ବାଦିକ ଆକଳନ କରିଛନ୍ତି ।

ନୂଆ ସରକାର ଗଠନ ପୂର୍ବରୁ ବିରୋଧୀ ଦଳର ନେତା କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଛି । ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବେ ବୋଲି କୁହାଯାଉଥିଲା । ହେଲେ ବିଧାନସଭା ଆସି ଦୀର୍ଘ ସମୟ ଗୃହରେ ବସି ଆଲୋଚନାରେ ଭାଗ ନେବା ସମ୍ଭବ ଲାଗୁନାହିଁ । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ସେ ବିରୋଧୀ ଦଳର ନେତା ହୋଇନପାରନ୍ତି । ନବୀନଙ୍କ ବଦଳରେ ଆଉ କେହି ବିରୋଧୀ ଦଳର ନେତା ହୋଇପାରନ୍ତି । କାରଣ ଦୀର୍ଘ ସମୟ ଛିଡା ହୋଇ କହିବା ନବୀନଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ପରାଜୟ ପରେ ନବୀନ ନିବାସ ଡାକି ଦଳର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ନବୀନ । ସେହିପରି ପରାଜିତ ପ୍ରାର୍ଥୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଦୀର୍ଘ ସମୟ ନେତାଙ୍କ ସେ ଆଲୋଚନା କରିଛନ୍ତି । ହେଲେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଓ ଗୃହରେ ମତ ରଖିବା ଭିନ୍ନ । ତେଣୁ ଦଳର ବରିଷ୍ଠ ନେତା ଜଣଙ୍କୁ ବିରୋଧୀ ଦଳର ନେତା କରେଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆଙ୍କୁ ବୋକା ଭାବିବା ବିଜେଡିକୁ ପଡିଲା ମହାଙ୍ଗା: ରାଜନୀତି ସମୀକ୍ଷକ - 5 Main Causes Why Bjd Lost

ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, "ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବେ କି ନା ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ନିର୍ଭର କରୁଛି । ଏହା ବିଜେଡିର ଏକ ଆଭ୍ୟନ୍ତରୀଣ ମାମଲା । ନବୀନ ସେ ଦଳର ସର୍ବମୟ କର୍ତ୍ତା । ସେ ଯାହା ଚାହିଁବେ ତାହା ହେବ । ସେ ଯଦି ଚାହିଁବେ ବିରୋଧୀ ଦଳ ଭାବେ ସେ ଉପସ୍ଥିତ ରହି ଦିଗଦର୍ଶନ ଦେବେ । ବିଧାନସଭାରେ ଗଠନମୂଳକ ଭୂମିକା ଗ୍ରହଣ କରିବେ । ତେବେ ସେ ବିରୋଧୀ ଦଳ ନେତା ହେବେ, ନହେଲେ ସେ ଦାୟିତ୍ବ ଅନ୍ୟ କାହାକୁ ହସ୍ତାନ୍ତର କରିବେ । ଗତ କିଛିବର୍ଷର ପରମ୍ପରାରୁ ଜଣାପଡୁଛି, ସେ ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇବେ ନାହିଁ । କାରଣ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜର ଅନେକ କାର୍ଯ୍ୟ ଅନ୍ୟ ମନ୍ତ୍ରୀଙ୍କ ଜରିଆରେ କରୁଥିଲେ । ତାଙ୍କ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଅନ୍ୟ ମନ୍ତ୍ରୀ ଦେଇଛନ୍ତି । ବିଧାନସଭା କାର୍ଯ୍ୟକ୍ରମ ଓ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସେ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କୁଆଡେ ଗଲେ ପାଣ୍ଡିଆନ ? ଠିକଣା କହିଲା ବିଜେଡି - Sasmit Patra On Vk Pandian Absence

ସେ ଆହୁରି କହିଛନ୍ତି, "ବିରୋଧୀ ଦଳର ନେତା ପଦବୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସକ ଦଳ ଠାରୁ ବିରୋଧୀ ଦଳର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ । ତେଣୁ ତାଙ୍କୁ ଆହୁରି ଅଧିକ ସଜାଗ, ସଚେତନ, ତତ୍ପର ଓ ଚଳଚଞ୍ଚଳ ହେବାକୁ ପଡ଼ିବ । ନବୀନଙ୍କ ବଢୁଥିବା ବୟସ ଓ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ସେ କେତେ ଦୂର ଏହାକୁ ନିଭେଇ ପାରିବେ ତାହା ସନ୍ଦେହ ରହିଛି । ବର୍ତ୍ତମାନ ସମୟରେ ବିରୋଧୀ ଦଳର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ତାକୁ ସେ ନିଜେ ସମ୍ପାଦନ କରିପାରିବେ ନା ନାହିଁ ତାହା ଆଶଙ୍କା ରହିଛି । ସେ ବିରୋଧୀ ଦଳ ନେତା ଦାୟିତ୍ବ ଆଉ କାହାକୁ ହସ୍ତାନ୍ତର କରିବେ ବୋଲି ବିଶ୍ବାସ । ସେ ବିଜେଡି ସଭାପତି ହୋଇ ରହିବେ । କିନ୍ତୁ ବିରୋଧୀ ଦଳର ନେତା ଭାବେ ଅନ୍ୟ କାହାକୁ କାର୍ଯ୍ୟ କରିବାକୁ ଦାୟିତ୍ବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.