ETV Bharat / politics

ପରାଜିତ ନେତାଙ୍କ ସହ ନବୀନଙ୍କ ବୈଠକ, ଆଗାମୀ ରଣନୀତି ନେଇ ଆଲୋଚନା - Naveen Advice To losing candidates

author img

By ETV Bharat Odisha Team

Published : Jun 6, 2024, 10:59 PM IST

NAVEEN ADVICE TO LOSING CANDIDATES: ପରାଜିତ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବନୀନ । ସେପଟେ ବବି କହିଲେ ପରାଜୟର କାରଣ ସମୀକ୍ଷା କରାଯିବ । ଅଧିକ ପଢନ୍ତୁ

NAVEEN ADVICE TO LOSING CANDIDATES
NAVEEN ADVICE TO LOSING CANDIDATES (ETV Bharat Odisha)

ଭୁବନେଶ୍ବର: ନବୀନ ନିବାସରେ ଆଜି(ଗୁରୁବାର)ସନ୍ଧ୍ୟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ବୈଠକରେ ହୋଇଥିଲେ ସାମିଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପରାଜୟର ସମୀକ୍ଷା ବୈଠକ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଏକ ବଡ଼ ବ୍ୟବଧାନରେ ପରାଜୟ ବରଣ କରିଛି । ଫଳରେ ବିଜେଡି କ୍ଷମତା ରାଜନୀତିରୁ ଅପସରି ଯାଇଛି । ଖାଲି ସେତିକି ନୁହେଁ ଚଳିତ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଖାତା ଖୋଲି ପାରି ନାହାନ୍ତି ।

ବିଜେଡି ଗଠନ ପରଠାରୁ ଚଳିତ ନିର୍ବାଚନ ଏପରି ଘଟଣା ପ୍ରଥମ ଥର ହୋଇଛି । ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେଡିରେ ଫାଟ ଜଳଜଳ ହୋଇ ଦିଶୁଛି । ଏହାକୁ ପ୍ରଶମିତ କରିବା ଲାଗି ନବୀନ ଡାକୁଛନ୍ତି ବୈଠକ । ଗତକାଲି ବିଜୟ ହୋଇଥିବା ବିଧାୟକଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଥିଲେ ନବୀନ । ସେହିପରି ଆଜି ପରାଜିତ ହୋଇଥିବା ସାଂସଦ ଓ ବିଧାୟକଙ୍କ ବୈଠକ ଡାକି ନବୀନ ସିଧାସଳଖ ଆଲୋଚନା କରିଛନ୍ତି । ବୈଠକରେ ବିଜେଡିର ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର, ଲମ୍ବୋଦର ନିଆଲ, ଅବିନାଶ ସାମଲ, ରଞ୍ଜିତା ସାହୁ, ସୁଦାମ ମାରାଣ୍ଡି, ମନ୍ମଥ ରାଉତରାୟ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ସହ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁର, କୌଶଲ୍ୟା ପ୍ରଧାନ, ସୁବ୍ରତ ତରାଇ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ, ପଦ୍ମନାଭ ବେହେର ଏବଂ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଥିଲେ । ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ......ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର; ଜନସେବା ଜାରି ରଖ, ପରାଜୟର କାରଣ ଖୋଜିବ କମିଟି - Naveen Advice To BJD MLA

ବୈଠକ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି । ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ । କେବେ ବି ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି ଲିଡ୍ କରିନାହାନ୍ତି । ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ । ସବୁ ବେଳେ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.