ETV Bharat / politics

ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ: ବିଜେଡି - BJD Press Conference

author img

By ETV Bharat Odisha Team

Published : May 27, 2024, 9:25 PM IST

BJD PC On Odia Asmita: ଓଡ଼ିଶା ଅସ୍ମିତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର । ଅଧିକ ପଢ଼ନ୍ତୁ

ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ: ବିଜେଡି
ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ: ବିଜେଡି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଗତ କିଛିଦିନ ଧରି ବିରୋଧି ଦଳ ଶାସକ ଦଳକୁ ଓଡ଼ିଆ ଅସ୍ମିତା କହି ଟାର୍ଗେଟ କରୁଥିବା ବେଳେ ଆଜି ଏହାକୁ ଜବାବ ରଖିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଓଡ଼ିଆ ଅସ୍ମିତା ଖରାପ ହେବନାହିଁ । ଏହା ଦୃଢ ଓ ଚିରସ୍ଥାୟୀ ବେଲି କହି ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ନେବା ପୂର୍ବରୁ ଓଡ଼ିଶାକୁ ଗରିବ ରାଜ୍ୟ କୁହାଯାଉଥିଲା । ଓଡ଼ିଶାର ଏକ ନକରାତ୍ମକ ପରିଚୟ ଥିଲା । ବାରମ୍ବାର ଓଡିଶାକୁ ବାତ୍ୟା ପ୍ରଭାବିତ କରୁଥିଲା । ଏହାର ପରିଚାଳନା ହୋଇପାରୁନଥିଲା । ବହୁ କ୍ଷୟକ୍ଷତି ହେଉଥିଲା । କଳାହାଣ୍ଡିକୁ ଭୋକର ଭୂଗୋଳ କୁହାଯାଉଥିଲା । ଆର୍ଥିକ ଭାବେ ଓଡିଶା ଏକ ଦେବାଳିଆ ରାଜ୍ୟ ଥିଲା । ସରକାରୀ କର୍ମଚାରୀ ଦରମା ପାଉ ନଥିଲେ । ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ସତ୍ତ୍ବେ ଖାଦ୍ୟ ଅଭାବ ଥିଲା । ଧାନ, ଚାଉଳ, ଗହମ ଓ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିଲା । କୌଣସି ପୁଞ୍ଜି ନିବେଶ ଓଡିଶାକୁ ଆସୁନଥିଲା । ମାନବୀୟ ବିକାଶର ସବୁ ମାପରେ ଆମେ ପଛରେ ଥିଲେ । ଓଡିଶାବାସୀଙ୍କ ଉପରେ ଥିବା ମୁଣ୍ଡପିଛା ଋଣ ଅଧିକ ଥିଲା । ଅଧିକ ପରିମାଣରେ ଲୋକ ରୋଜଗାର ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଥିଲେ । ଦୁର୍ନୀତି ନେଇ ଅନେକ ଆଲୋଚନା ମଧ୍ୟ ହେଉଥିଲା ।

ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେବା ପରେ ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ବଞ୍ଚିବାର ମାନରେ ଅନେକ ଉନ୍ନତି ଓ ପ୍ରଗତି ହୋଇଛି । ଓଡିଶା ଏକ ରାଜସ୍ୱ ବଳକା ରାଜ୍ୟ ହୋଇପାରିଛି । 2000 ମସିହାରେ ଓଡ଼ିଶାର 2000 କୋଟି ଋଣ ଥିଲା । 2020-2021 ଆର୍ଥିକ ବର୍ଷରେ 43730 କୋଟି ରାଜସ୍ୱ ବଳକା ଅଛି । ବିପର୍ଯ୍ୟୟ ପରିଚାଳନାରେ ଓଡିଶାକୁ ଅନ୍ତର୍ଜାତୀୟ ପ୍ରଶଂସା ମିଳିଛି । ଓଡିଶା ଦୁର୍ନୀତି ନିବାରଣରେ ଅନେକ ପଦକ୍ଷେପ ନେଇ ବିରୋଧୀ ପ୍ରଶଂସା କରୁଛନ୍ତି । ଖାଦ୍ୟ ବଳକା ରାଜ୍ୟରେ ଆମେ ତୃତୀୟ । ରାଜ୍ୟ ଅନେକ ଜଳ ଯୋଗାଣ ପ୍ରକଳ୍ପ କୃଷକଙ୍କ ଲାଗି କରିପାରିଛେ । ଫଳରେ ହଜାର ହଜାର ହେକ୍ଟର ଜମି ଜଳସେଚନ ହୋଇପାରିଛି । ବର୍ତ୍ତମାନ ଓଡିଶା ଏକ ଶକ୍ତି ବଳକା ରାଜ୍ୟ । କ୍ରୀଡା କ୍ଷେତ୍ରରେ ଓଡିଶାର ଆଗୁଆ ରାଜ୍ୟ ହୋଇପାରିଛି । ଲଗାତାର ଦୁଇ ଥର ବିଶ୍ୱକପ ହକି ଓଡ଼ିଶାରେ ଆୟୋଜିତ ହୋଇଛି । ଅତ୍ୟାଧୁନିକ ସ୍ପୋର୍ଟ୍ସ ସେଣ୍ଟର ଓ 12 କ୍ରୀଡା ପାଇଁ ହାଇ ପରଫର୍ମାନ୍ସ ସେଣ୍ଟର ନିର୍ମାଣ ହୋଇଛି ।"

ସଂତୃପ୍ତ ମିଶ୍ର ଏହା ମଧ୍ୟ କହିଛନ୍ତି, "ନିବେଶରେ ଓଡିଶା ଦ୍ଵିତୀୟ ହୋଇଛି । ବିଗତ କିଛି ବର୍ଷରେ ବଡ଼ ବଡ଼ ଆଇଟି କମ୍ପାନୀ ଓଡିଶାକୁ ଆସିଛନ୍ତି । ଭୁବନେଶ୍ୱର ଦ୍ଵିତୀୟ ଆଇଟି କ୍ୟାପିଟାଲ ହୋଇପାରିଛି । ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ କୋଭିଡ ସମୟରେ 17 ରାଜ୍ୟକୁ ଆମେ ମାଗଣା ଅକ୍ସିଜେନ ଦେଇଛେ । BSKY ଯୋଜନାରେ ମାସକୁ 300 କୋଟି ଖର୍ଚ୍ଚ ହେଉଛି । 90 ପ୍ରତିଶତ ଲୋକ BSKYର ଲାଭ ପାଉଛନ୍ତି । ଡ୍ରିଙ୍କ ଫ୍ରମ ଟ୍ୟାପରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହେଉଛି । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ ସହରୀ ଗରିବ ଲୋକଙ୍କୁ ଜାଗା ମିଶନରେ ସୁବିଧା ଦିଆଯାଇଛି । 5ଟି ଜରିଆରେ ସ୍କୁଲ ରୂପାନ୍ତର ହୋଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଛି । WSC, Skilled in ଓଡ଼ିଶା ଗୋଟେ ବ୍ରାଣ୍ଡ ଭାବେ ଆଜି ପରିଚିତ । ନିଯୁକ୍ତି ଅଧିକ ଥିବାରୁ ଦାଦନ ସମସ୍ୟା କମିବାରେ ଲାଗିଛି ।

ଆଦିବାସୀ ସଂସ୍କୃତିର ସଂରକ୍ଷଣ ଲାଗି ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ମିଶନ ଶକ୍ତିରେ 70 ଲକ୍ଷରୁ ଅଧିକ ମହିଳା ସଶକ୍ତ ହୋଇଛନ୍ତି । ସେମାନେ SSGରୁ SME ହେବାକୁ ଯାଉଛନ୍ତି । 5 ମାସ ତଳେ ଓଡିଶା ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀ ଆୟୋଜନ କରିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବାକୁ ବହୁତ ଆଲୋଚନା ହୋଇଛି । ଐତିହ୍ୟ ସଂରକ୍ଷଣରେ ମନ୍ଦିର ବିକାଶ ହୋଇଛି । 2021-22 ରେ ଭାରତର ଅଭିବୃଦ୍ଧି 8.7% ଥିବାବେଳେ ଓଡ଼ିଶାରର 11.5% ଥିଲା । 2022-23 ରେ ଜାତୀୟ ଅଭିବୃଦ୍ଧି 7 % ଥିବାବେଳେ ଓଡ଼ିଶାର ଥିଲା 7.8 ପ୍ରତିଶତ । 2015-16ରେ ମୁଣ୍ଡପିଛା ଆୟ ଓଡ଼ିଶାଠାରୁ 32 % କମ । ବର୍ତ୍ତମାନ 12% କମ ମୁଣ୍ଡପିଛା ଆୟ ଅଛି । 2022-23 ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଆୟ 1 ଲକ୍ଷ 60 ହଜାର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଆ ଅସ୍ମିତା ପାଇଁ ବିଜେପି ଓ ବିଜେଡି ସମପରିମାଣରେ ଦାୟୀ: କଂଗ୍ରେସ - Congress Press Meet

ସାଢେ ସାତ ଲକ୍ଷ ନୂଆ ଚାକିରି ବ୍ୟବସ୍ଥା ହୋଇଛି । ମହାରାଷ୍ଟ୍ର ପରେ ନିବେଶରେ ଦ୍ଵିତୀୟ ସ୍ଥାନ ହୋଇଛି ଓଡିଶା । ମାର୍କେଟରୁ ଓଡ଼ିଶା ଋଣ କରିନାହିଁ । ଡେଡ଼ ଟୁ ଜିଡିପି ହାର ଓଡ଼ିଶାର ହେଉଛି 13.1 ଟଙ୍କା । ରାଜସ୍ଥାନ 36.8 ଟଙ୍କା, ଉତ୍ତର ପ୍ରଦେଶରେ 31 ଟଙ୍କା, ମଧ୍ୟପ୍ରଦେଶରେ 30.4 ଟଙ୍କା, ମହାରାଷ୍ଟ୍ର 18.2 ଟଙ୍କା, ଗୁଜୁରାଟ 15.3 । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଋଣ ଭାର କମିଛି । ଜନକଲ୍ୟାଣ ଯୋଜନାରେ ଏତେ ଟଙ୍କା ଖର୍ଚ୍ଚ କରିବା ସ୍ୱତେ 1 କୋଟି ଲୋକଙ୍କୁ ଦାରିଦ୍ର୍ୟ ଦୂରୀକରଣ ଉପରକୁ ଅଣାଯାଇଛି । ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଓଡ଼ିଆ ଲୋକ ଗର୍ବ କରୁଛନ୍ତି । ଓଡିଶା ଶିକ୍ଷା କ୍ଷେତ୍ରରେ ଭଲ କରୁଛି । BSE ତ୍ରୁଟି ବିନା ଫଳାଫଳ ପ୍ରକାଶ ପାଉଛି । ବିରୋଧୀ ନିର୍ବାଚନ ପାଇଁ ଏପଟ ସେପଟ କଥା କୁହନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅସ୍ମିତାକୁ ଆଗକୁ ବଢ଼େଇ ନେଇଛନ୍ତି । ଓଡ଼ିଆ ଅସ୍ମିତା ଖରାପ ହେବନାହିଁ । ଏହା ଦୃଢ ଓ ଚିରସ୍ଥାୟୀ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.