ETV Bharat / politics

ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟିରେ ଆଦିବାସୀଙ୍କ ବିକାଶ, ବିଜେଡି ବିଜୟ ପାଇଁ ହେବ ମୁଖ୍ୟ ଅସ୍ତ୍ର ! - BJD Manifesto

author img

By ETV Bharat Odisha Team

Published : May 20, 2024, 7:17 PM IST

BJD Manifesto Fifth Guarantee: ବିଜେଡି ଜାରି କରିଥିବା ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀଙ୍କ ବିକାଶ । ଆଦିବାସୀଙ୍କ ଅଧିକାରକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ଅଧିକ ପଢ଼ନ୍ତୁ

ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟିରେ ଆଦିବାସୀଙ୍କ ବିକାଶ
ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟିରେ ଆଦିବାସୀଙ୍କ ବିକାଶ (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଉଷ୍ମତା ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଚାଲିଛି । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ବାକି ରହିଛି । ଏହାରି ଭିତରେ ପ୍ରମୁଖ ଦଳମାନେ ନିଜ ନିଜର ଇସ୍ତାହାରକୁ ନେଇ ଲୋକମାନଙ୍କ ପାଖକୁ ଯାଉଛନ୍ତି । ଆଜି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ଜାରି କରିଥିବା ଇସ୍ତାହାରର ପଞ୍ଚମ ଗ୍ୟାରେଣ୍ଟିରେ ଆଦିବାସୀଙ୍କ ବିକାଶକୁ ଗୁରୁତ୍ବ ଦିଆଯାଇଥିବା ପ୍ରକାଶ କରିବା ସହ ଆଦିବାସୀଙ୍କ ଅଧିକାରକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ୟାରେଣ୍ଟି ଦେଇଛନ୍ତି । ନବୀନ ଗ୍ୟାରେଣ୍ଟି ଓଡ଼ିଶାକୁ 2034 ସୁଦ୍ଧା ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବ । ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀ ବିକାଶ । କିଛି ଦିନ ହେବ, ପଲିଟିକାଲ ଟୁରିଷ୍ଟମାନେ କହି ଆସୁଛନ୍ତି ବିଜେପି ଆଦିବାସୀଙ୍କ ପାଇଁ କ'ଣ କରିଛି ଓ କ'ଣ କରିବେ । ହେଲେ 2011 ଜନଗଣନା ଅନୁସାରେ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଅଛନ୍ତି । ଓଡ଼ିଶାରେ 9.2% ଆଦିବାସୀ ଅଛନ୍ତି । ମଧ୍ୟ ପ୍ରଦେଶ ଜନସଂଖ୍ୟାରୁ 21.1% ଆଦିବାସୀ । ଓଡ଼ିଶାର ଜନସଂଖ୍ୟାର 22.8% ଆଦିବାସୀ । ଶ୍ରେଷ୍ଠ ରାଜ୍ୟ ପାଇଁ ଆଦିବାସୀ ସଶକ୍ତିକରଣ ଆବଶ୍ୟକ ।"

ଅମର ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି, "ବିଜେଡିର ପ୍ରଶ୍ନ ବିଜେପିକୁ, ବିଜେପି ଆଦିବାସୀ ପାଇଁ ସ୍ୱତନ୍ତ୍ର ବିଭାଗ କରିଛି । ହେଲେ ଓଡ଼ିଶାର ହୋ, ମୁଣ୍ଡାରୀ, କୁଇ ଓ ସୋହରା ଭାଷାକୁ କାହିଁକି ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ । ବିଜେଡି ସାଂସଦ ବାରମ୍ବାର ସଂସଦରେ ଏକଥା ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ବି ଚିଠି ଲେଖିଛନ୍ତି । ହେଲେ କିଛି ହେଲା ନାହିଁ । 169 ଆଦିବାସୀଙ୍କୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ, ହେଲେ ନିର୍ବାଚନ ପାଇଁ ଗତ ସଂସଦରେ 40 ସମ୍ପ୍ରଦାୟକୁ ମାନ୍ୟତା ଦେଲେ କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେଉଁ ଆଦିବାସୀଙ୍କୁ ସାମିଲ କରିବାକୁ ଟାସ୍କ ଫୋର୍ସ ଅସୁବିଧା କରୁଛି । ତାକୁ ନେଇ ବୈଠକ ହେଉ ।"

ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ଲଢେଇ: ବିଜେଡି ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନା ବିଜୟ ସ୍ବାଦ ଚାଖିବେ ଜାନକୀ ନନ୍ଦ

ଅମର ଆହୁରି କହିଛନ୍ତି ଯେ, ଆଦିବାସୀ ବିଶ୍ଵବିଦ୍ୟାଳୟ ଆନ୍ଧ୍ର ପ୍ରଦେଶର ହେଲା । ହେଲେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଥିବା ସତ୍ତ୍ବେ, ଓଡ଼ିଶାରେ ହେଲାନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ନାହିଁ ବୋଲି ସଂସଦରେ ଉତ୍ତର ଦେଇଥିଲେ । ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ କ'ଣ କରିଛି କେନ୍ଦ୍ର ? ଦେଶର ସବୁଠାରୁ ଅଧିକ ଆଦିବାସୀ ଓଡ଼ିଶାରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଓଡ଼ିଆ । ଆଦିବାସୀ ଶିକ୍ଷା ପାଇଁ ନ୍ୟୁ ଏଜ ଟେକ୍ନୋଲୋଜି ପାଇଁ କ'ଣ କଲେ ବୋଲି ଆମେ ପ୍ରଶ୍ନ କରିଥିଲୁ । ସେମାନେ କହିଲେ, ସବୁ ସାଧାରଣ ବଜେଟରେ ଅଛି । କେନ୍ଦୁପତ୍ର ଉପରୁ GST ହଟାଇଲେ ନାହିଁ । ମୁଖ୍ୟମନ୍ତ୍ରୀ 50 ହଜାର ମାମଲା ଆଦିବାସୀଙ୍କ ବିରୋଧରେ ଉଠାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯେବେ ଆଦିବାସୀ ବିକାଶ ପାଇଁ ବାତାବରଣ ସୃଷ୍ଟି କରୁଛନ୍ତି, ବିଜେପିକୁ କାହିଁକି ବାଧୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.