ETV Bharat / politics

ବିଜେପି ନେତା ମାନେ ଠକ, କୃଷ୍ଣ ପ୍ରସାଦକୁ ବ୍ରିଜ କେବଳ ମୁଖ୍ୟମନ୍ତ୍ରୀ କରିପାରିବେ: ଭିକେ ପାଣ୍ଡିଆନ - VK Pandian Targets BJP

author img

By ETV Bharat Odisha Team

Published : May 18, 2024, 11:06 PM IST

VK Pandian Targets BJP: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଏକ ଜନସଭାରେ ଭିକେ ପାଣ୍ଡିଆନଙ୍କ ବିଜେପିକୁ ଟାର୍ଗେଟ । କୃଷ୍ଣ ପ୍ରସାଦରେ ବ୍ରିଜ ନିର୍ମାଣକୁ ନେଇ ଘେରିବା ସହ ବିଜେପି ନେତାଙ୍କୁ ଠକ ବୋଲି ଭି କେ ପାଣ୍ଡିଆନ କହିଛନ୍ତି । ଅଧିକ ପଢନ୍ତୁ

VK Pandian Targets BJP
VK Pandian Targets BJP (ETV Bharat Odisha)

ପୁରୀ: ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ବିଜେଡି ନିଜର କ୍ୟାମ୍ପେନିଂ ୱାରକୁ ତୀବ୍ର କରିଛି । ବିଜେଡିର ଷ୍ଟାର୍ ପ୍ରଚାରକ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଆସି ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି । ବ୍ରହ୍ମଗିରିର କେରାଣ୍ଡିଆ ନିକଟ ହେଲିପ୍ୟାଡ ନିକ ରେ ଏକ ବିରାଟ ଜନସଭା ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିଲା ।

ଏହି ନିର୍ବାଚନୀ ସଭାରେ ବିଜେପି ଉପରେ ସିଧାସଳଖ ଆକ୍ରମଣ କରି ବିଜେପି ନେତା ମିଛୁଆ ଓ ଠକ ବୋଲି ଭିକେ ପାଣ୍ଡିଆନ କହିଥିଲେ । ସାତପଡ଼ାରୁ କୃଷ୍ଣ ପ୍ରସାଦକୁ ବ୍ରିଜ ନିର୍ମାଣ ନେଇ ବିଜେପି ନେତା ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ କଟାକ୍ଷ କରି ବିଜେପି ନେତାଙ୍କୁ ଠକ ବୋଲି ଭି କେ ପାଣ୍ଡିଆନ କହିଛନ୍ତି । ପାଣ୍ଡିଆନ କହିଛନ୍ତି, "ନିର୍ବାଚନ ଅଛି ବୋଲି ଭୋଟ ପାଇଁ ଲୋକ ଭୁଆଁ ବୁଲାଇବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବ୍ରିଜ କଥା କହିଛନ୍ତି । ଯଦି କୃଷ୍ଣ ପ୍ରସାଦକୁ ବିଜେପି ସରକାର ବ୍ରିଜ କରିଥାନ୍ତା, ତାହା ବହୁ ବର୍ଷ ପୂର୍ବରୁ ନିର୍ମାଣ ହୋଇଥାନ୍ତା । ଗତ 2014 ନିର୍ବାଚନରେ ବିଜେପିର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କୃଷ୍ଣ ପ୍ରସାଦକୁ ବ୍ରିଜ ନିର୍ମାଣ ନେଇ ଘୋଷଣା କରିଥିଲେ । ହେଲେ 2024 ମସିହା ହୋଇ ସରିଥିବା ବେଳେ ବ୍ରିଜ ନିର୍ମାଣ ହୋଇ ପାରିଲା ନାହିଁ ।"

" 2023ରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପରିବେଶ ସମସ୍ୟାକୁ ଦେଖାଇ ଏଠାରେ ବ୍ରିଜ ହୋଇ ପାରିବ ନାହିଁ ବୋଲି କହିଥିଲେ । ହେଲେ କେମିତି ଏବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବ୍ରିଜ ନିର୍ମାଣ ପାଇଁ ପୁଣି ଘୋଷଣା କରିଛନ୍ତି । ବିଜେପି ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ । ବିଜେପି ମନ୍ତ୍ରୀମାନେ ନିର୍ବାଚନରେ ଭୋଟ ପାଇବା ପାଇଁ କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କୃଷ୍ଣ ପ୍ରସାଦରେ ଯଦି ବ୍ରିଜ କରିବେ ସେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିପାରିବେ । ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ଏକାଧିକ ବ୍ରିଜ ତିଆରି କରିଛନ୍ତି ନବୀନ ପଟ୍ଟନାୟକ" ବୋଲି ପାଣ୍ଡିଆନ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ପିପିଲିରେ ପାଣ୍ଡିଆନଙ୍କର ହାଇଭୋଲ୍ଟେଜ ପ୍ରଚାର - PANDIAN CAMPAIGN IN PIPILI

"ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷ୍ଣ ପ୍ରସାଦରେ ବ୍ରିଜ ନିର୍ମାଣ ପାଇଁ ଯେତେ ଅର୍ଥ ଦରକାର ସେ ଦେବେ । ହେଲେ ବିଜେପି ସରକାର ଅନୁମତି ଦେବା ଦରକାର । ତେବେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇଲେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହିତ ଆଲୋଚନା କରି ବ୍ରିଜ ନିର୍ମାଣ କରିବେ ।" ବ୍ରହ୍ମଗିରି ବିଧାୟକ ବିଜେପି ବିଧାୟକ ଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ସେ କାହିଁକି ବ୍ରିଜ କରିପାରିଲେ ନାହିଁ ବୋଲି ପାଣ୍ଡିଆନ ବିଜେପିକୁ କଟାକ୍ଷ କରିଥଲେ । ଫନି ବାତ୍ୟାରେ କୃଷ୍ଣ ପ୍ରସାଦରେ ବ୍ୟାପକ କ୍ଷତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତକୁ ସହାୟତା ପଠାଇଥିଲେ । ସେତେବେଳେ କୌଣସି ଭୋଟ ନଥିଲା । ଏଣୁ ଏଥିରୁ ପ୍ରମାଣିତ ହେଉଛି କୃଷ୍ଣ ପ୍ରସାଦକୁ କେତେ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ନିର୍ବାଚନରେ କୃଷ୍ଣ ପ୍ରସାଦ ଓ ବ୍ରହ୍ମଗିରି ଭୋଟର ଶଙ୍ଖ ଚିହ୍ନକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ପାଣ୍ଡିଆନ କହିଥିଲେ ।

ଚିଲିକାରେ ଟି ବଡ ଫେରି ଓ ଚିଲିକାରେ ଫେରି ଚଳାଚଳ ପାଇଁ ଡ୍ରେଜିଂ ନିମନ୍ତେ ମୁଖ୍ୟମନ୍ତ୍ରୀ 12 କୋଟି 70 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ତେବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ନିର୍ବାଚନରେ ଆଶୀର୍ବାଦ ଦେଲେ ଆଗାମୀ ତିନି ବର୍ଷରେ ସାତପଡ଼ାରୁ କୃଷ୍ଣ ପ୍ରସାଦ ବ୍ରିଜ ନିର୍ମାଣ କରିବେ ବୋଲି ପାଣ୍ଡିଆନ କହିଥିଲେ । ତେବେ ଆଗାମୀ ଜୁନ 9 ରେ ମୁଖ୍ୟମନ୍ତ୍ରୀ ରେକର୍ଡ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାକୁ ଥିବା ବେଳେ ସେହି ଦିନ ହିଁ ମାଗଣା ବିଜୁଳି, ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ 60 ବର୍ଷ ପରେ ପେନସନ ପ୍ରଦାନ ନିମନ୍ତେ ଫାଇଲରେ ଦସ୍ତଖତ କରି ଯୋଜନାକୁ ଲାଗୁ କରିବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ । ତେବେ ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ଭୋଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆଶୀର୍ବାଦ ଦେଇ ଶଙ୍ଖ ଚିହ୍ନକୁ ଜିତାଇବା ପାଇଁ ପାଣ୍ଡିଆନ ଅନୁରୋଧ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.