ETV Bharat / politics

ବ୍ରହ୍ମଗିରିରେ ବଳ ଦେଖାଇଲେ ଉମାକାନ୍ତ, ନେଲେ ଅଲାରନାଥଙ୍କ ଆଶୀର୍ବାଦ - bjd power show in bramagiri

author img

By ETV Bharat Odisha Team

Published : Mar 24, 2024, 8:55 PM IST

BJD Power Show In Brahmagiri: ବ୍ରହ୍ମଗିରିରେ ବିଜେଡିର ପ୍ରାର୍ଥୀ ହେବେ ଉମାକାନ୍ତ ସାମନ୍ତରାୟ । ଏନେଇ ଚର୍ଚ୍ଚା ଭିତରେ ଆଜି ଏକ ରୋଡ଼ ସୋ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ବଳ ଦେଖାଇଲେ ଉମାକାନ୍ତ, ନେଲେ ଅଲାରନାଥଙ୍କ ଆଶୀର୍ବାଦ

ପୁରୀ: ସରଗରମ ହୋଇଛି ପୁରୀ ରାଜନୀତି । ବିଜେଡିର ସତ୍ୟବାଦୀ-ବ୍ରହ୍ମଗିରି ବିବାଦ ଛିଡ଼ିବା ପରେ ବ୍ରହ୍ମଗିରିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବ୍ରହ୍ମଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ନେଇ ଉମାଙ୍କୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି । ସେ ଆଜି(ରବିବାର) ଦିନ ଅଲାରନଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏଥର ବ୍ରହ୍ମଗିରିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ କରିଛନ୍ତି ।

ସେହିପରି ସତ୍ୟବାଦୀରୁ ବିଜେଡିର ପ୍ରାର୍ଥୀ ହେବେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା । ବ୍ରହ୍ମଗିରିକୁ ଆସି ଏହା ସ୍ପଷ୍ଟୀକରଣ ଦେଇଛନ୍ତି ଉମାକାନ୍ତ ସାମନ୍ତରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଏହା ମାନି ନେଇଥିବା କହିଛନ୍ତି । ଏଥି ସହିତ ଆଗାମୀ ନିର୍ବାଚନ ପାଇଁ ବ୍ରହ୍ମଗିରିରେ ପ୍ରଥମ ଥର ପାଇଁ ଉମା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମଗିରି ବଜାରରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ ଉମା । ଏଥିରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ । ପରେ ସେ ବ୍ରହ୍ମଗିରିର ଆରାଧ୍ୟ ଦେବତା ପ୍ରଭୁ ଅଲାରନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହା ବି ପଢନ୍ତୁ- ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଲଢ଼ିବେ !

ଏହି ଅବସରରେ ଉମା କହିଛନ୍ତି ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନେତା ସେ ଯାହା ନିଷ୍ପତ୍ତି ନେବେ ସେ ମାନିବେ । ନବୀନ ହେଉଛନ୍ତି ବିକାଶ ପୁରୁଷ । ତାଙ୍କ ନେତୃତ୍ଵ ଯୋଗୁଁ ଓଡ଼ିଶା ଆଜି ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଓଡ଼ିଶାରେ ବ୍ୟାପକ ବିକାଶ ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, ବ୍ରହ୍ମଗିରି ଅଲାରନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପଦକ୍ଷେପ ନେଇଛନ୍ତି । ବ୍ରହ୍ମଗିରିବାସୀ ତାଙ୍କ ଉପରେ ବିଶ୍ବାସ ରଖି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।

ଏହା ମଧ୍ୟ ପଢନ୍ତୁ....ସତ୍ୟବାଦୀ ଓ ବ୍ରହ୍ମଗିରି ପାଇଁ ଛିଣ୍ଡିଲା ବିଜେଡ଼ିର ଆସନ ବୁଝାମଣା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଶ୍ଚିତ ବ୍ରହ୍ମଗିରିର ଆହୁରି ବିକାଶ କରିବେ । ତେବେ ସେ ତୃଣମୂଳସ୍ତରରୁ ଲଢେଇ କରି ନେତା ହୋଇଛନ୍ତି । ସେ କାହାକୁ ଭୟ କରନ୍ତି ନାହିଁ । ଲୋକ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ । ଏଣୁ ବ୍ରହ୍ମଗିରିବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିପୁଳ ସମର୍ଥନ ଦେଇ ବିଜେଡିକୁ ଜିତାଇବେ । ପୂର୍ବରୁ ଉମା ଏବଂ ସଞ୍ଜୟ ପୁରୀରେ ଏକ କର୍ମୀ ସମ୍ମିଳନୀ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.