ETV Bharat / politics

ଧର୍ମେନ୍ଦ୍ରଙ୍କୁ ରୋହିତଙ୍କ ତେରଚ୍ଛା ବାଣ; ଆମେ ସମ୍ବଲପୁର ମାଟିର ଛୁଆ, ଆମକୁ ପ୍ରଚାର ଦରକାର ନାହିଁ - Rohit targets Dharmendra - ROHIT TARGETS DHARMENDRA

Rohit targets Dharmendra: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେରଚ୍ଛା ବାଣ ମାରିଲେ ବିଜେଡି ବିଧାୟକ ରୋହିତ ପୂଜାରୀ । କହିଲେ ଆମେ ସମ୍ବଲପୁର ମାଟିର ଛୁଆ । ଆମକୁ ପ୍ରଚାର କରିବା ଦରକାର ନାହିଁ । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଆସି ପ୍ରଚାର କରିବେ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କୁ ତେରଚ୍ଛା ବାଣ ମାରିଲେ ରୋହିତ; କହିଲେ ଆମେ ସମ୍ବଲପୁର ମାଟିର ଛୁଆ, ଆମକୁ ପ୍ରଚାର ଦରକାର ନାହିଁ

author img

By ETV Bharat Odisha Team

Published : Apr 14, 2024, 2:21 PM IST

ଧର୍ମେନ୍ଦ୍ରଙ୍କୁ ତେରଚ୍ଛା ବାଣ ମାରିଲେ ରୋହିତ

ସମ୍ବଲପୁର: ଆଜି ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ l ଏହି ଅବସରରେ ସମ୍ବଲପୁରର ବିଶିଷ୍ଟ ନେତାଗଣ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ସହରର ମୋଦିପଡା ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ରୋହିତ୍ । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଆସି ପ୍ରଚାର କରିବେ, ଆମେ ସମ୍ବଲପୁର ମାଟିର ଛୁଆ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ବୁଲୁଛୁ ତେଣୁ ଆମକୁ ପ୍ରଚାର କରିବା ଦରକାର ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।

ସୂଚନା ଅନୁଯାୟୀ, ରେଢ଼ାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ଆଜି ମୋଦିପଡା ଛକ ସ୍ଥିତ ବାବାସାହେବ ଆମ୍ବେଦକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମ୍ବଲପୁରବାସୀ ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହି ଅବସରରେ ସେ କହିଥିଲେ, ''ଚଳିତ ସାଧାରଣ ନିର୍ବାଚନରେ ତାଙ୍କର ପ୍ରମୁଖ ମୁଦ୍ଦା ରହିବ ବିକାଶ l ତାଙ୍କର ୧୦ ବର୍ଷ ବିଧାୟକ କାର୍ଯ୍ୟକାଳରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ ଓ ବ୍ରିଜ ପରି ଉନ୍ନୟନମୂଳକ କାର୍ଯ୍ୟ ଯେତିକି ପରିମାଣରେ ହୋଇଛି, ଦେଶରେ ଅନ୍ୟ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେତିକି କାମ ହୋଇନାହିଁ l ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଆସି ପ୍ରଚାର କରିବେ । ଆମେ ସମ୍ବଲପୁର ମାଟିର ଛୁଆ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ବୁଲୁଛୁ ଆମକୁ ପ୍ରଚାର କରିବା ଦରକାର ନାହିଁ l'' ତେବେ ରୋହିତଙ୍କ ଏହି ବୟାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ କରି କୁହାଯାଇଥିବା ନେଇ ଚର୍ଚ୍ଚା ହେଉଛି l

ଏହା ମଧ୍ୟ ପଢନ୍ତୁ: ଚୌଦ୍ବାର ବିଜେପିରେ ଫାଟ, ଧର୍ମେନ୍ଦ୍ରଙ୍କ ଆଗରେ ମାରପିଟ୍ ହେଲେ ଦୁଇ ଗୋଷ୍ଠୀ - Rift In BJP

ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ଅବସରରେ ବିରୋଧୀ ଦଳ ନେତା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ଅନୁମତି ନମିଳିବା ନେଇ ଜିଲ୍ଲା ପ୍ରଶାସନଙ୍କୁ ଟାର୍ଗେଟ କରିଛନ୍ତି l ସେ କହିଛନ୍ତି ଯେ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମ୍ବଲପୁରର ସ୍ୱାଭିମାନର ପ୍ରତୀକ ଅଟେ l ଜିଲ୍ଲା ପ୍ରଶାସନ କାହିଁକି ଏହାକୁ କାହିଁକି ଅନୁମତି ଦେଲା ନାହିଁ ତଥା ହନୁମାନ ଜୟନ୍ତୀ ଆୟୋଜକମାନେ କାହିଁକି ଚୁପ ରହିଲେ, ତାହା ମୋତେ ଜଣାନାହିଁ l ତେବେ ଏନେଇ ଉଭୟ ଆୟୋଜକ ଏବଂ ଜିଲ୍ଲା ପ୍ରଶାସନଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି ଜୟ ନାରାୟଣ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.