ETV Bharat / politics

ସୁଦୃଢ଼ ହେଉଛି ବିଜେଡ଼ି ଗଡ଼, ଦଳରେ ଯୋଗ ଦେଲେ ବିଭିନ୍ନ ଦଳର ନେତା - BJD Joining Program - BJD JOINING PROGRAM

BJD Joining Program: ବିଜେଡ଼ି ମିଶ୍ରଣ ପର୍ବ । ଦଳକୁ ମଜଭୁତ କରିବା ପାଇଁ ଆଜି ଦଳରେ ଯୋଗ ଦେଲେ ବିଭିନ୍ନ ଦଳର ନେତା । ଅଧିକ ପଢ଼ନ୍ତୁ

BJD Joining Program
BJD Joining Program (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 10:25 PM IST

BJD Joining Program (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ହେଉଛି ମଜବୁତ । ଆଜି ବିଜେଡ଼ି ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ସେହିକ୍ରମରେ ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଓ ସମର୍ଥକ । ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଯାଜପୁର, କଜାତପୁର ଏବଂ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର ନେତାମାନେ ବିଜେଡିର ଯୋଗ ଦେଇଛନ୍ତି ।

ଆଜି ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଏବଂ ଅମୀୟ ଦାଶଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ଦାଶ, ଯୁବ କଂଗ୍ରେସ ନେତା ସଂକୁନାର କହଁର, ମହିଳା କଂଗ୍ରେସ ଉପସଭାପତି ଭାଗ୍ୟଶ୍ରୀ ଜେନା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ରମାକାନ୍ତ ନାୟକଙ୍କ ସମେତ ଆଦିତ୍ୟ କହଁର, ସଞ୍ଜୟ ପରିଡା ଓ ଅନ୍ୟାନ୍ୟ ନେତାମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଗକୁ ନିର୍ବାଚନରେ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପାଇଁ ସଙ୍ଗଠନକୁ ମଜବୁତ କରିବା ସାଙ୍ଗକୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କର୍ମୀମାନେ ସଂକଳ୍ପ ନେଇଛନ୍ତି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସାଂସଦ ସସ୍ମିତ ପାତ୍ର କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରାଗିଗଲେ ରାଜୁ ! ବିଜେପି ଛାଡି ବିଜେଡିକୁ କଲେ ଆଲିଙ୍ଗନ - Rajendra Das Joins BJD

ତେବେ ଗତକାଲି ହୋଇଥିବା ବିଜେଡ଼ି ମିଶ୍ରଣ ପର୍ବରେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି ରାଜେନ୍ଦ୍ର ଦାସ ଓରଫ ରାଜୁ । ବିଜେପି ଛାଡି ବିଜେଡିରେ ମିଶିଲେ ରାଜେନ୍ଦ୍ର ଦାସ । ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କିଏ ବୋଲି ଶେଷ ମୁହୂର୍ତ୍ତ ଯାଏଁ ଦ୍ଵନ୍ଦ୍ବରେ ରହିବା ପରେ ଶେଷରେ ବିଜେପି ଦଳ ପର୍ଶୁରାମ ଧଡାଙ୍କୁ ଟିକଟ ପ୍ରଦାନ କରିଥିଲା । ତେବେ ଦଳ ତାଙ୍କ ସହିତ ଅବିଚାର କରିଥିବା ଅଭିଯୋଗରେ କରି ସେ ପୁଣି ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। ଏଠି ପ୍ରକାଶ ଥାଉକି, ରାଜେନ୍ଦ୍ରଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା ପରେ ସେ ସୋରରେ ଗୋଟିଏ ଦିନ ବି ପ୍ରଚାର କରି ପାରିନଥିଲେ । ତାଙ୍କରି ଦଳର ନେତାମାନେ ତାଙ୍କୁ ବିରୋଧ କରି ସୋରରେ ପଶିବାକୁ ଦେଇ ନଥିଲେ । ଦଳ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇବାକୁ ନେଇ ଅସନ୍ତୋଷ ଥିଲେ । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.