ETV Bharat / politics

'ଏମ୍‌ବିକେଙ୍କୁ ଫୋନ କରି ଧମକାଉଛନ୍ତି ପ୍ରଶାନ୍ତ ଜଗଦେବ'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD meets CEO

author img

By ETV Bharat Odisha Team

Published : May 8, 2024, 9:20 PM IST

BJD Delegations meets CEO: ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ପୁଣି ସିଇଓଙ୍କୁ ଫେରାଦ ହେଲା ବିଜେଡି । ଟାଙ୍ଗୀ ବ୍ଲକର ଏମ୍‌ବିକେଙ୍କୁ ପ୍ରଶାନ୍ତ ଧମକ ଦେଉଥିବା ଅଭିଯୋଗ । ଏବେ କାର୍ଯ୍ୟାନୁଷ୍ଠାନ ନହେଲେ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଲା ବିଜେଡି । ଅଧିକ ପଢ଼ନ୍ତୁ

BJD Delegations meets CEO
BJD Delegations meets CEO (ETV Bharat Odisha)

ଭୁବନେଶ୍ବର: ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ପୁନର୍ବାର ଫେରାଦ ହୋଇଛି ବିଜେଡି । ଟାଙ୍ଗୀ ବ୍ଲକର ଏମ୍‌ବିକେଙ୍କୁ ପ୍ରଶାନ୍ତ ଧମକ ଚମକ ଦେଉଥିବା ଅଭିଯୋଗ କରିଛି ଦଳ । ଗତକାଲି ଇସିଆଇଙ୍କୁ ଅଭିଯୋଗ କରିବା ପରେ ବି ପ୍ରଶାନ୍ତ ଧମକେଇଛନ୍ତି । ବାରମ୍ବାର ଅଭିଯୋଗ କଲେ ବି ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ନହେଲେ ଫଳାଫଳ ବାହାରିବା ପରେ ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ଚେତାବନୀ ଦେଇଛି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଗତକାଲି ଆମେ ଯେଉଁ ପ୍ରସଙ୍ଗରେ ଆସିଥିଲୁ, ଆଜି ମଧ୍ୟ ସମାନ ପ୍ରସଙ୍ଗରେ ବାଧ୍ୟ ହୋଇଆସିଛୁ । ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ନିଜର ଗୁଣ୍ଡାଗର୍ଦ୍ଦି ଛାଡୁନାହାନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକର ଏମବିକେଙ୍କୁ ପ୍ରଶାନ୍ତ ଫୋନ କରି ଧମକାଉଥିବା ଆମେ ଗତକାଲି ଅଭିଯୋଗ କରିଥିଲୁ । ଅପରାହ୍ନରେ ଆମେ ଅଭିଯୋଗ କରିବାର କିଛି ସମୟ ପରେ ପ୍ରଶାନ୍ତ ପୁନର୍ବାର ଟାଙ୍ଗୀ ବ୍ଲକର ଏମ୍‌ବିକେମାନଙ୍କୁ ଫୋନ କରିବା ଆରମ୍ଭ କରିଛନ୍ତି । ଆଉ କହିଲେ ନିର୍ବାଚନ ଆୟୋଗ ଓ ନିର୍ବାଚନ ଅଧିକାରୀଙ୍କ ପାଖକୁ ଯିଏ ଯେତେ ଯାଆନ୍ତୁ, ମୋର କେହି କିଛି କରିପାରିବେ ନାହିଁ । ଅତୀତରେ ମୁଁ ଲୋକଙ୍କ ଉପରେ ଗଡ଼ି ଚଢ଼େଇଥିଲି, କିଏ ମୋର କଣ କଲା ? ମୁଁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଗଲି । ସେହିପରି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲି, କେହି ମୋର କିଛି କରିପାରିଲି ନାହିଁ । ଏମିତି ଭାଷାରେ ସେ ମହିଳାଙ୍କୁ ଫୋନ କରି ଧମକ ଦେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଛ ଇସ୍ତାହାର; ଧର୍ମେନ୍ଦ୍ରଙ୍କ ଗ୍ୟାରେଣ୍ଟି, ନା କାମ କରିବି ନା କରେଇ ଦେବି: ବିଜେଡି - BJD on BJP Manifesto

ସସ୍ମିତ ଆହୁରି କହିଛନ୍ତି, "ପ୍ରଶାନ୍ତଙ୍କ ଗୁଣ୍ଡାଗର୍ଦ୍ଦି ଆଉ ଚଳିବ ନାହିଁ । ଏହାର ସମସ୍ତ ତଥ୍ୟ ନିର୍ବାଚନ ଅୟୋଗଙ୍କୁ ଦେଇଛୁ । ପ୍ରଶାନ୍ତ ଧମକାଉଥିବା ମହିଳାଙ୍କୁ ସୂଚେଇ ଦେବାକୁ ଚାହୁଁଛୁ, ଆପଣମାନେ ଏକେଲା ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଆପଣଙ୍କ ସହିତ ଛିଡା ହୋଇଛନ୍ତି । ପ୍ରଶାନ୍ତଙ୍କୁ ପାଲଟା ଜବାବ ଦିଅନ୍ତୁ । ତୁମର ଧମକ ଚମକରେ ଆମର ଡରିବାର ନାହିଁ । ୪ ତାରିଖ ଦିନ ଫଳାଫଳ ବାହାରିବା ଦିନ ପ୍ରଶାନ୍ତ ଜଗଦେବ ପରାସ୍ତ ହେବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆମେ ଅଭିଯୋଗ କରିବା ପରେ ପୁନର୍ବାର ଫୋନ କରି ସେ ମହିଳାଙ୍କୁ ଧମକ ଦେଉଛନ୍ତି । ପ୍ରଶାନ୍ତଙ୍କ ନଜରରେ ନିର୍ବାଚନ ଆୟୋଗଙ୍କ ଗୁରୁତ୍ବ ନଥିବା ଅନୁଭବ ହେଉଛି । ଓଡ଼ିଶାର ରାଜନୈତିକ ଇତିହାସରେ ଏପରି କଳଙ୍କିତ ଅଧ୍ୟାୟ କେବେ ନଜିର ନାହିଁ । ଆମେ ଦାବି କରୁଛୁ ଇସିଆଇ ଏହାକୁ ଗୁରୁତର ସହ ନେବେ । ପ୍ରଶାନ୍ତଙ୍କୁ ରିପୋର୍ଟ ତଲବ କରିବେ । ଜଣେ ସାମ୍ବାଦିକଙ୍କୁ ସେ ଆକ୍ରମଣ କରିଥିଲେ, ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜଙ୍କିଆ ଥାନାକୁ ମଦ ପିଇ ଯାଇ ଥାନା ଅଧିକାରୀଙ୍କୁ ଧମକାଇଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ବିଜେପି ନେତାଙ୍କ ପାଇଁ ଅଲଗା ଓ ଅନ୍ୟମାନଙ୍କ ପାଇଁ ଅଲଗା ନ୍ୟାୟ କି ? ତୁରନ୍ତ ପ୍ରଶାନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରଖିବୁ ।" ବିଜେଡିର ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସ୍ବୟଂ ପ୍ରକାଶ ମହାପାତ୍ର, ମଧୁସ୍ମିତା ନାୟକ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.