ETV Bharat / politics

ଶୋଚନୀୟ ପରାଜୟ ଜାଣି ବିଜେପି ଆପଣାଇଛି ହିଂସାର ବାଟ: ବିଜେଡି - BJD Delegation Meets CEO

author img

By ETV Bharat Odisha Team

Published : May 28, 2024, 7:14 PM IST

BJD Delegation Meets CEO: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗାଁରେ ଥିବା ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା ମାମଲାରେ ବିଜେପି ନାମରେ ଅଭିଯୋଗ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ଅଧିକ ପଢ଼ନ୍ତୁ

BJD Delegation Meets CEO
BJD Delegation Meets CEO (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ହାରିବା ଜାଣିବା ପରେ ବିଜେପି ହିଂସାର ବାଟ ଆପଣାଇଥିବା ଅଭିଯୋଗ କରିଛି ବିଜେଡ଼ି । ଗତକାଲି ରାତିରେ ବିଜେପି ପୁଣି ଥରେ ରକ୍ତମୁଖା ହୋଇଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗାଁରେ ଥିବା ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛି ବିଜେପି । ଯାହାର ଅଭିଯୋଗରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ସହିତ ଅଭିଯୋଗ କରିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମହିକ୍ଷିତା ମିଶ୍ର କହିଛନ୍ତି ଯେ, 2024 ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବାକୁ ଯାଉଛନ୍ତି ବୋଲି ବିଜେପି ଜାଣିସାରିଛି । ନିର୍ବାଚନ ହାରିବା ଜାଣିବା ପରେ ବିଜେପି ହିଂସାର ବାଟ ଆପଣାଇଛି । ଗତକାଲି ରାତିରେ ବିଜେପି ପୁଣି ଥରେ ରକ୍ତ ମୁଖା ହୋଇଛି । ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗାଁରେ ଥିବା ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତିଙ୍କର ଜଣେ ସମର୍ଥକ ଦିନେଶ ନାୟକ ଓ ତାଙ୍କର ସାଥୀ ଏହି କାର୍ଯ୍ୟ କରିଥିବା କହିଛି ବିଜେଡି । ଜବରଦସ୍ତ ବିଜେଡି କାର୍ଯ୍ୟାଳୟରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ବିଜେଡି କର୍ମୀଙ୍କୁ ମାଡ ମାରିବା ସହ ଧମକ ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ବନ୍ଧୁକ, ବମ ଜରିଆରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି ବିଜେପି: ବିଜେଡି - BJD Meets CEO

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାଣିଶୁଣି ପ୍ରାୟୋଜିତ ଭାବେ ଏହି ଆକ୍ରମଣ କରାଯାଇଛି । ସେମାନେ ବାସୁଦେବପୁର ବ୍ଲକରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯଦି ବିଜେପିକୁ ଭୋଟ ନଦିଆଯାଏ ତେବେ ଏମିତି ଆକ୍ରମଣ କରାଯିବ ବୋଲି ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି । ବିଜେପି ଆଗରୁ ଏମିତି ପ୍ରୟାସ କରିଛି । ଓଡ଼ିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ନିର୍ବାଚନ ଆଚରଣ ଉଲ୍ଲଘଂନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ଦାବି କରିଛି । ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟର ନିର୍ବାଚନକୁ ଯାଉଥିବା ବେଳେ ଯଦି ଏମିତି କାର୍ଯ୍ୟକ୍ରମ ଜାରି ରୁହେ, ତେବେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ । ଏହି ପ୍ରତିନିଧି ଦଳରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଲେନିନ ମହାନ୍ତି, ତୁମ୍ବାନାଥ ପଣ୍ଡା, ଓମ ପ୍ରକାଶ ସାହୁ, ମିହିର ରାୟ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.