ETV Bharat / politics

CEOଙ୍କୁ ବିଜେଡ଼ିର ଫେରାଦ, ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀଙ୍କ ବିରୋଧରେ ଅଭିଯୋଗ - BJD Delegation meets CEO

author img

By ETV Bharat Odisha Team

Published : May 12, 2024, 6:31 PM IST

BJD Delegation meets CEO: ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଫ୍ଲାଇଂ ସ୍କ୍ବାର୍ଡକୁ ନୂଆପାଲି ଛକରେ ଚେକିଂ କରିବାରେ ବାଧା ଦେବା ଅଭିଯୋଗରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେଡି। ଅଧିକ ପଢ଼ନ୍ତୁ,

BJD Delegation meets CEO
BJD Delegation meets CEO (CEO Odisha)

BJD Delegation meets CEO (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟୟ ନିର୍ବାଚନ । ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଯାଉଛି । ନିର୍ବାଚନ ପାଇଁ 24 ଘଣ୍ଟାରୁ କମ ସମୟ ଥିବା ବେଳେ ପୁଣି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେଡ଼ି । ତେବେ ଏଥର ବିଜେପି ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା କହିଛି ବିଜେପି । ଯାହାର ଅଭିଯୋଗ ନେଇ ଆଜି ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେଡି ।

ଆଜି ଶାସକ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସ୍କାର ବିଜେପି ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ମିହିର ରାୟଙ୍କ କହିବା ଅନୁଯାୟୀ, "ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିବାରେ ବିଜେପି ଏକ ନୂଆ କୀର୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ କେତେବେଳେ କୋମଳମତି ଶିଶୁଙ୍କୁ ନିର୍ବାଚନରେ ବ୍ୟବହାର ହେଉ କି ସରକାରୀ ଅଧିକାରୀଙ୍କୁ ଧମକ ହେଉ, ଆମେ ସବୁ ଘଟଣା ସମ୍ପର୍କରେ CEO ଅବଗତ କରୁଛୁ । ଗତକାଲି ବିଜେପି ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀ ଫ୍ଲାଇଂ ସ୍କ୍ବାର୍ଡକୁ ନୂଆପାଲି ଛକରେ ଚେକିଂ କରିବାରେ ବାଧା ଦେବା ସହ ନିଜ କ୍ଷମତାର ଅପବ୍ୟବହାର କରିଥିଲେ । ଆମେ ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଜେପି ନେତାଙ୍କୁ ଏପରି କାମରୁ ନିବୃତ ରହିବାରୁ ପଦକ୍ଷେପ ନେବାକୁ ଦାବି କରିଛୁ।"

ଏହା ମଧ୍ୟ ପଢ଼ନ୍ତୁ.. MCLର ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି, ଅଭିଯୋଗ ଆଣିଲା ବିଜେଡି - VIOLATION OF MCC

ଆଜି ଏମସିଏଲର ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା ବିଜେଡି । ବିଜେଡିର ଅଭିଯୋଗ ହେଉଛି, ‘ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର GMଙ୍କ ଯିଏ ମୁଖ୍ୟ ସହାୟକ ରହିଛନ୍ତି ସିଏ ଗତକାଲି ଏକ ଘରୋଇ ୱେବ୍ ଚ୍ୟାନେଲରେ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅନେକ କିଛି କହିଛନ୍ତି, ତା ସହିତ ରାଜ୍ୟସରକାରଙ୍କ ବିରୋଧରେ ମଧ୍ୟ କହିଛନ୍ତି । ଜଣେ ସରକାରୀ ଅଧିକାରୀ ହୋଇ ବିଜେଡି ପ୍ରସଙ୍ଗରେ କହିବା ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ।’ ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.