ETV Bharat / politics

‘ହିଂସା ଭିଆଉଛି ବିଜେପି, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ’ - BJD Delegation Meet CEO

BJD Delegation Meet CEO: ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନୀ ହିଂସାରେ ବିଜେପିର ହାତ ଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି । ହିଂସା ରୋକିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛି ବିଜେଡି । ଅଧିକ ପଢନ୍ତୁ

BJD Delegation Meet CEO
BJD Delegation Meet CEO (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 8:17 PM IST

BJD Delegation Meet CEO (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ହେବାକୁ ଯାଉଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି । ନିର୍ବାଚନ ସମୟରେ ବିଜେପି ହିଂସାତ୍ମକ ଆଚରଣ କରୁଥିବା ଅଭିଯୋଗ କରିଛି ବିଜେଡି । ଝାରସୁଗୁଡାର ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକ ବିଜେଡି କର୍ମୀଙ୍କୁ ଆକ୍ରମଣ କରିବା ସହ ମୁଣ୍ଡରେ ଇଟାକୁ ଛେଚିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମିହିର ରାୟ କହିଛନ୍ତି," ବିଜେଡିର ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଛି । ବିଜେପିର ପ୍ରାର୍ଥୀ ମାନେ ଚଳିତ ନିର୍ବାଚନ ବିଭିନ୍ନ ପ୍ରକାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରାଯାଉଛି । ଯାହାର ଦୃଷ୍ଟି ଆକର୍ଷଣ ଆମେ ବିଭିନ୍ନ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରି ଆସିଛୁ । ବିଜେପି ନେତା ହିଂସାତ୍ମକ ଆଚରଣ କରୁଥିବା ନେଇ ଆମେ ଅଭିଯୋଗ କରିଛୁ ।"

ଏହା ମଧ୍ୟ ପଢନ୍ତୁ .... ଦଳୀୟ ଚିହ୍ନ ଓ ଫଟୋ ଯୁକ୍ତ କଫି ମଗ ବାଣ୍ଟୁଛନ୍ତି ସମ୍ବିତ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Delegation Meet CEO

ସେ ଆହୁରି ମଧ୍ୟ କହିଛନ୍ତି, "ଦୁଇ ଦିନ ତଳେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଜେପିର ଏକ ରାଲି ଯାଉଥିଲା । ରାଲିଟି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କର ଯାଉଥିଲା । ଏହି ସମୟରେ ବିଜେଡିର ଜଣେ କର୍ମୀ ଅନ୍ତର୍ଯ୍ୟାମୀ ସାହୁ ସେହି ବାଟ ଦେଇ ଯାଉଥିଲେ । ଅନ୍ତର୍ଯ୍ୟାମୀଙ୍କୁ ବିଜେପି କର୍ମୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାକୁ ବିରୋଧ କରିବାରୁ ଅନ୍ତର୍ଯ୍ୟାମୀଙ୍କୁ ସେମାନେ ଆକ୍ରମଣ କରିଥିଲେ । ବିଜେପିର ଜଣେ କର୍ମୀ ଅନ୍ତର୍ଯ୍ୟାମୀଙ୍କୁ ଇଟାରେ ଛେଚି ଦେଇଥିଲେ । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଅନ୍ତ୍ରଯ୍ୟାମୀ ଏନେଇ ଅଭିଯୋଗ କରିଛନ୍ତି ।"

ମିହିର ରାୟ କହିଛନ୍ତି, "ଘଟଣାକୁ ଆମେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଛୁ । ଆସନ୍ତାକାଲି ବରଗଡ ଲୋକସଭା କ୍ଷେତ୍ର ଓ ଝାରସୁଗୁଡା ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେଉଛି । ଏଭଳି ହିଂସା ଘଟଣା ପୁନର୍ବାର ନ ହେବ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହେବ ।" ବିଜେପି ପକ୍ଷରୁ ହେଉଥିବା ହିଂସା ରୋକ ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛି ବିଜେଡି । ଏହି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇସ୍ପସିତା ସାହୁ, ତୁମ୍ବାନାଥ ପଣ୍ଡା, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.