ETV Bharat / politics

'ବିଜେଡି ପ୍ରଚାର ଗାଡିକୁ ଚିରାଫୋପଡା କରୁଛି ବିଜେପି'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD Meet CEO

BJD Delegation Meet CEO: ବିଜେଡି ପ୍ରଚାରରେ ବାଧା ସୃଷ୍ଟି କରୁଛନ୍ତି ବିଜେପି ନେତା ଓ କର୍ମୀ । ଗୋପାଳପୁରରେ ବିଜେଡି ପ୍ରଚାର ଗାଡ଼ିକୁ ଅଟକାଇ ଚିରା ଫୋପଡ଼ା କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 7, 2024, 10:57 PM IST

BJD Delegation Meet CEO
BJD Delegation Meet CEO (ETV BHARAT ODISHA)

ଭୁବନେଶ୍ବର: ବିଜେଡି ପ୍ରଚାର ଗାଡିକୁ ଘେରିବା ଓ ପ୍ରଚାରରେ ବାଧା ସୃଷ୍ଟି କରୁଛନ୍ତି ବିଜେପି ନେତା ଓ କର୍ମୀ । ଏହି ଅଭିଯୋଗ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ନେତୃତ୍ବରେ ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଗୋପାଳପୁରର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀ ବିଭୁତି ଜେନାଙ୍କ ସମର୍ଥକ ଅଟକାଇବା ସହିତ ସେଥିରେ ଲାଗିଥିବା ପୋଷ୍ଟର ଚିରି ପ୍ରଚାରରେ ବାଧା ସୃଷ୍ଟି କରିଥିବା ବିଜେଡି ଅଭିଯୋଗ କରିଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ନେତୃତ୍ବରେ ଆସିଥିଲୁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଆସନ୍ତା ନିର୍ବାଚନରେ ବିଜେପି ପାଖରେ ପ୍ରସଙ୍ଗ ନାହିଁ । ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଗୋପଳପୁର ବିଧାନସଭା କ୍ଷେତ୍ର ଅଞ୍ଚଳର ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡିକୁ ବିଜେପିର ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ସମର୍ଥକ ଚିରା ଫୋପଡା କରିଛନ୍ତି ।"

ବିଜେଡିର ଅଭିଯୋଗ ମୁତାବକ, ପ୍ରଚାର ଗାଡି ଯାଉଥିବା ସମୟରେ ବିଭୁତି ଭୂଷଣ ଜେନାଙ୍କର ଏକ ବାଇକ ରାଲି ଅପର ପାର୍ଶ୍ଵରୁ ଆସିଥିଲା । ବିଜେଡି ପ୍ରଚାର ଗାଡିର ଡ୍ରାଇଭର ତ୍ରିନାଥ ସେଠୀଙ୍କୁ ବିଭୁତିଙ୍କ ସମର୍ଥକ ଅଟକାଇଥିଲେ । ପ୍ରଚାର ଗାଡିରେ ଥିବା ଫ୍ଲେକ୍ସ, ବ୍ୟାନର ଚିରି ଦେଇଥିଲେ । ତ୍ରିନାଥଙ୍କୁ ଧମକ ଚମକ ଦେଇଥିଲେ । ଏହି ଅଞ୍ଚଳରେ ଯଦି ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି ଚଳାଇଲେ ଖରାପ ପରିସ୍ଥିତି ହେବ ବୋଲି ଧମକାଇଲେ । ପରଦା ପଛରେ ରହି ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଗୋପାଳପୁର ବିଜେପି ପ୍ରାର୍ଥୀ ବିଭୁତି ଜେନା ଏହା କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଗାମୀ ନିର୍ବାଚନରେ ହାରିବାକୁ ଯାଉଛନ୍ତି ବୋଲି ସେମାନେ ଜାଣିଗଲେଣି ବୋଲି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD Meet CEO

ସେ କହିଛନ୍ତି, "ଅତୀତରେ ଆମେ ଦେଖି ଆସିଛେ, ୨୦୧୯ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନରେ ବିଜେପି କିପରି ହିଂସାତ୍ମକ ଆଚରଣ କରିଛି । କିଛିଦିନ ପୂର୍ବରୁ ନୟାଗଡ଼ରେ ମଧ୍ୟ ସେହିପରି କିଛି ଚିତ୍ର ଦେଖିବାକୁ ମିଳିଥିଲା । ତେଣୁ ନିର୍ବାଚନ ଆୟୋଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆମେ ଆଶା ରଖିଛୁ ।" ଏହି ପ୍ରତିନିଧି ଦଳରେ ମଧୁସ୍ମିତା ନାୟକ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.