ETV Bharat / politics

ଦଳୀୟ ଚିହ୍ନ ଓ ଫଟୋ ଯୁକ୍ତ କଫି ମଗ ବାଣ୍ଟୁଛନ୍ତି ସମ୍ବିତ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Delegation meet CEO

author img

By ETV Bharat Odisha Team

Published : May 18, 2024, 11:00 PM IST

BJD Delegation meet CEO: ପୁରୀରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା କଫି ମଗ ବାଣ୍ଟୁଥିବା ଅଭିଯୋଗ । ଘଟଣାର ତଥ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଅଧିକ ପଢ଼ନ୍ତୁ

BJD Delegation meet CEO
BJD Delegation meet CEO (ETV Bharat Odisha)

ଭୁବନେଶ୍ବର: ଆଜି ବିଜେପି ନାଁରେ ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱାରସ୍ଥ ହୋଇଛି ବିଜେଡି । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧୀରେ ଆସିଛି ଅଭିଯୋଗ । ଭୋଟ ପାଇଁ ପ୍ରଚାର ସମୟରେ ସମ୍ବିତ କଫି ମଗ ବାଣ୍ଟୁଥିବା ଅଭିଯୋଗ କରିଛି ବିଜେଡି ଦଳ । କଫି ମଗରେ ସମ୍ବିତଙ୍କ ଫଟୋ ଓ ବିଜେପି ଲୋଗୋ ଥିବାରୁ ଏହା ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ ବୋଲି କହିଛି ବିଜେଡି । 2024 ନିର୍ବାଚନରେ ବିଜେପି ଓ ସମ୍ବିତ ପରାଜିତ ହେବାକୁ ଯାଉଥିବା ଜାଣି ଏପରି କରୁଥିବା ବିଜେଡି କହିଛି । ଏହାକୁ ସମ୍ବିତଙ୍କ ଖର୍ଚ୍ଚରେ ସାମିଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।

ବିଜେଡି ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଏକ ପ୍ରସଙ୍ଗକୁ ନେଇ ଆମେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ଦଳ ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ନିର୍ବାଚନ ପ୍ରଚାର ବେଳେ ସମ୍ବିତ କଫି ମଗ ଉପହାର ଦେଇଛନ୍ତି । ଯେଉଁଥିରେ ସମ୍ବିତଙ୍କ ଫଟୋ ଓ ବିଜେପିର ଲୋଗୋ ରହିଛି । ନିର୍ବାଚନ ସମୟରେ ଏଭଳି ଭାବେ ଉପହାର ଦେବା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ । ଆଗରୁ ମଧ୍ୟ ସେ ଘଣ୍ଟା ବଣ୍ଟନ କରିଛନ୍ତି । ଯେଉଁଥିରେ ତାଙ୍କର ଫଟୋ ଓ ବିଜେପିର ଲୋଗୋ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. 'ଶୀତ ଦିନେ ଚିଲିକାରେ ସାଇବେରିଆନ ପକ୍ଷୀ ବୁଲିବା ପରି ଓଡ଼ିଶାରେ ବିଜେପିର ଟୁରିଷ୍ଟ ସାଇବେରିଆନ ନେତା ବୁଲୁଛନ୍ତି' - BJD Targets BJP

ଜାତୀୟ ରାଜନୈତିକ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ହୋଇ ମଧ୍ୟ ଏଭଳି ଭାବେ ସେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରି ଚାଲିଥିବା କହିଛନ୍ତି ସୋଫିଆ । ସେ ଆହୁରି ମଧ୍ୟ କହିଛନ୍ତି ଯେ, 2024 ନିର୍ବାଚନରେ ବିଜେପି ଓ ନିଜେ ସମ୍ବିତ ହାରିବେ ବୋଲି ଆଗୁଆ ଜାଣି ସାରିଲେଣି । ତେଣୁ ସେ ଶେଷ ମୁହୂର୍ତ୍ତରେ ଏଭଳି ପଦକ୍ଷେପ ନେଉଛନ୍ତି । ଲୋକଙ୍କ ହୃଦୟରେ ଜାଗା କରିବାକୁ ହେଲେ ଲୋକଙ୍କ ପାଇଁ କାମ କରିବାକୁ ହୁଏ । ଉପହାରରେ ନିଜର ଫଟୋ ବାଣ୍ଟି ଦେଲେ ସେ କେବେ ହେଲେ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିବେ ନାହିଁ । ଏହି ଖର୍ଚ୍ଚ ସମ୍ବିତଙ୍କ ନିର୍ବାଚନ ଖର୍ଚ୍ଚରେ ମିଶାଯାଉ ଏବଂ ସମ୍ବିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ମୁଖପାତ୍ର ସୁଲତା ଦେଓ, ସସ୍ମିତ ପାତ୍ର, ଇପ୍ସିତା ସାହୁ, ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.