ETV Bharat / politics

ବାରମ୍ବାର ଆଚରଣ ବିଧି ଲଙ୍ଘୁଛନ୍ତି ଅପରାଜିତା, ପୁଣି ସିଇଓଙ୍କୁ ଭେଟିଲା ବିଜେଡି - BJD meet CEO

author img

By ETV Bharat Odisha Team

Published : Apr 23, 2024, 8:55 PM IST

BJD meet CEO
BJD meet CEO

BJD meet CEO: ଅପରାଜିତାଙ୍କ ବିରୋଧରେ ପୁଣି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେଡି । ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD meet CEO

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ତଥା ବିଜେପିର ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ପୁଣି ଅଭିଯୋଗ ଆଣିଲା ବିଜେଡି । ଶିଶୁଙ୍କୁ ନିର୍ବାଚନ ପ୍ରଚାରରେ ଅପରାଜିତା ବ୍ୟବହାର କରୁଥିବା ଅଭିଯୋଗ । ବହୁବାର ଅଭିଯୋଗ ପରେ ବି ବଦଳୁନାହିଁ ମ୍ୟାଡାମ ଅପରାଜିତାଙ୍କ ଅଭ୍ୟାସ । ଏଭଳି ଅଭିଯୋଗ ସହ ପୁନର୍ବାର ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେଡି ।

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ବରରେ ପ୍ରଚାର ବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶିଶୁଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଶିଶୁଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା । କିନ୍ତୁ ଅପରାଜିତା ଶିଶୁଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି । ଏହି ଅଭିଯୋଗ କରି ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, "ଆମ ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ବହୁମାତ୍ରାରେ ବଢିଛି । ଆମେ ସମସ୍ତେ ପ୍ରଭାବିତ ହେଉଛନ୍ତି । ପ୍ରକୃତିର ତାଣ୍ଡବଲୀଳାରେ ମଣିଷ ଓ ପଶୁପକ୍ଷୀ ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ପ୍ରଚାରବେଳେ ଛୋଟ ଛୁଆଙ୍କ ବେକରେ ଉତ୍ତରୀୟ ପକାଇ ସେମାନଙ୍କୁ ସାଙ୍ଗରେ ଧରି ପ୍ରଚାର କରାଉଛନ୍ତି ଅପରାଜିତା ।"

ଏହା ମଧ୍ୟ ପଢ଼ନ୍ତୁ...ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା, CEOଙ୍କୁ ଭେଟିଲା ବିଜେଡି - BJD MEETS CHIEF ELECTORAL OFFICER

ଇପ୍ସିତା ଆହୁରି ମଧ୍ୟ କହିଛନ୍ତି, "ଭୁବନେଶ୍ବର ସାଂସଦ ତଥା ବିଜେପି ପ୍ରାର୍ଥୀ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପ୍ରଚାରବେଳେ ଛୋଟ ଛୁଆଙ୍କ ବେକରେ ଉତ୍ତରୀୟ ପକାଇ ସେମାନଙ୍କୁ ସାଙ୍ଗରେ ଧରି ସେ ବୁଲୁଥିଲେ । ଅପରାଜିତା ବାରମ୍ବାର ଏହା କରି ଚାଲିଛନ୍ତି । ଏହା ଅପରାଜିତାଙ୍କର ଏକ ଶସ୍ତା ରାଜନୀତି । ୨୨ ଏପ୍ରିଲରେ ଜଟଣୀରେ ଅପରାଜିତା ପ୍ରଚାର କରୁଥିଲେ । ଏକ ପ୍ରଚାର ବେଳେ ସ୍କୁଲରେ ଫେରୁଥିବା ପିଲାଙ୍କୁ ୪୨ ଡିଗ୍ରୀ ଖରାରେ ତାଙ୍କ ସାଙ୍ଗରେ ଧରି ପ୍ରଚାର କରାଇଛନ୍ତି । ଛୋଟ ପିଲାଙ୍କ ଜୀବନକୁ ବାଜି ଲଗାଇ ପ୍ରଚାରରେ ସାମିଲ କରିବା ନିନ୍ଦନୀୟ ଘଟଣା । ଯାହାର ଫଟୋ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ । ଅପରାଜିତାଙ୍କ ବିରୋଧରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ଦାବି କରିଛୁ । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।" ଏହି ପ୍ରତିନିଧି ଦଳରେ ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.