ETV Bharat / politics

ସରକାରୀ ଓକିଲ ସାଜିଛନ୍ତି ବିଜେଡି ଆଡଭାଇଜର ଏବଂ ପର୍ଯ୍ୟବେକ୍ଷକ, ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ବିଜେପି - Kendrapada Politics - KENDRAPADA POLITICS

Kendrapada Politics: ବିଜେଡି ପାଇଁ ରାଜନୀତି କରୁଛନ୍ତି ସରକାରୀ ଓକିଲ । ସରକାରୀ ଆଇନଜୀବୀଙ୍କ ରାଜନୈତିକ ସମ୍ପୃକ୍ତିକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଆଇନଜୀବୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ । ଅଧିକ ପଢ଼ନ୍ତୁ

Kendrapada Politics
Kendrapada Politics (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 10:07 PM IST

Kendrapada Politics (ETV Bharat Odisha)

କେନ୍ଦ୍ରାପଡ଼ା: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି ମାହୋଲ । ଏହାରି ଭିତରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନକାରୀଙ୍କ ଉପରେ ରହିଛି ନିର୍ବାଚନ ଅଧିକାରୀଙ୍କ କଡ଼ା ନଜର । ଏପରିକି ବିଭିନ୍ନ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ଏକାଧିକ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ସାରିଲେଣି ନିର୍ବାଚନ ଆୟୋଗ । ଏହାରି ଭିତରେ ସରକାରୀ ଆଇନଜୀବୀଙ୍କ ରାଜନୈତିକ ସମ୍ପୃକ୍ତିକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଆଇନଜୀବୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଦୁର୍ଯ୍ୟୋଧନ ସାହୁ କେନ୍ଦ୍ରାପଡା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟରେ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର (A.P.P) ଭାବେ କାର୍ଯ୍ୟ ତୁଲାଉଥିବା ଆଇନଜୀବୀ ସଞ୍ଜୟ କୁମାର ଜେନା, ବ୍ରଜସୁନ୍ଦର ରାଉତ ଆଳି କୋର୍ଟରେ କାର୍ଯ୍ୟରତ ସରକାରୀ ଆଇନଜୀବୀ ବୃନ୍ଦାବନ ନନ୍ଦ, ପଟ୍ଟାମୁଣ୍ଡାଇ କୋର୍ଟରେ କାର୍ଯ୍ୟରତ ସରକାରୀ ଆଇନଜୀବୀ ସୁଶୀଲ ଦାସଙ୍କୁ ବିଜେଡି ତାହାର ଲିଗାଲ ଆଡଭାଇଜର ଏବଂ ଅବଜର୍ଭର ଭାବେ ନିଯୁକ୍ତ କରିଛି । ଏମାନଙ୍କ ମଧ୍ୟରୁ ସଞ୍ଜୟଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ, ବ୍ରଜସୁନ୍ଦରଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀ, ବୃନ୍ଦାବନଙ୍କୁ ଆଳି ନିର୍ବାଚନ ମଣ୍ଡଳୀ ଏବଂ ସୁଶୀଲଙ୍କୁ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଲିଗାଲ ଆଡଭାଇଜର ତଥା ଅବଜର୍ଭର ଭାବେ ବିଜେଡି ସଙ୍ଗଠନ ସମ୍ପାଦକ ନିଯୁକ୍ତ କରିଥିବା ଚିଠି ହସ୍ତଗତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଆଚରଣ ବିଧି ଉଲ୍ଲଂଘନ, ସରକାରୀ କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ - Code Of Conduct Violation

ତେବେ ଗତ ଶୁକ୍ରବାର ସଞ୍ଜୟ, ବ୍ରଜସୁନ୍ଦର, ସୁଶୀଲ ଯଥାକ୍ରମେ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ବର, ଅରବିନ୍ଦ ଓ ଧ୍ରୁବଙ୍କ ସହ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିଥିଲେ ବୋଲି ଅଭିଯୋଗ କରିଛନ୍ତି ଆଇନଜୀବୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ । ଯାହାକି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛନ୍ତି ଦୁର୍ଯ୍ୟୋଧନ । ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ସହ ଏହାର ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଦୁର୍ଯ୍ୟୋଧନ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.