ETV Bharat / politics

ସବୁ ଆଶା ଅନୁମାନ ହେଲା ଭୁଲ, କୋରେଇରେ ବବିଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଟିକଟ - BJD Announce Korei Candidate

author img

By ETV Bharat Odisha Team

Published : May 2, 2024, 6:03 PM IST

Etv Bharat
Etv Bharat(Etv Bharat)

Sandhya Rani Das As Korei MLA Candidate: କୋରେଇରେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରି ରାଜନୈତିକ ମହଲରେ ଚହଳ ପକାଇଛି । ସବୁ ଅନୁମାନକୁ ଭୁଲ କରି ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଦଳ ଟିକଟ ଦେଇଛି । ଅଧିକ ପଢନ୍ତୁ

ସବୁ ଆଶା ଅନୁମାନ ହେଲା ଭୁଲ, କୋରେଇରେ ବବିଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଟିକଟ (Etv Bharat)

ଯାଜପୁର: ପ୍ରକାଶ ପାଇଲା ବିଜେଡିର ଅବଶିଷ୍ଟ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ କୋରେଇ ଆସନ ପାଇଁ ବିଜେଡି ଦେଇଛି ବିଗ୍ ସରପ୍ରାଇଜ । କୋରେଇ ଆସନ ପାଇଁ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ଅଶୋକ ଦାସଙ୍କ ପତ୍ନୀ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଓହ୍ଲାଇଛନ୍ତି ସନ୍ଧ୍ୟାରାଣୀ । ପୂର୍ବରୁ କୌଣସି ବି ରାଜନୈତିକ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳେ ନାହିଁ । ପୂର୍ବରୁ କୋରେଇ ଆସନ ପାଇଁ ଏବର ବିଧାୟକ ଅଶୋକ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଅଭିନେତ୍ରୀ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ ଓ ପ୍ରଣବ ପ୍ରକାଶଙ୍କ ଭାଇ ଭବପ୍ରସାଦ ଦାସ ମଧ୍ୟ ଟିକଟ ଦୌଡ଼ରେ ସାମିଲ ଥିଲେ । ହେଲେ ସବୁ ଅନୁମାନକୁ ଭୁଲ ସାବ୍ୟସ୍ତ କରି ବିଜେଡି ସନ୍ଧ୍ୟାରାଣୀଙ୍କୁ ସାମନାକୁ ଆଣିଛି ।

ସବୁ ଆଶା ଅନୁମାନ ହେଲା ଭୁଲ, କୋରେଇରେ ବବିଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଟିକଟ
ସବୁ ଆଶା ଅନୁମାନ ହେଲା ଭୁଲ, କୋରେଇରେ ବବିଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଟିକଟ (Etv Bharat)

ଏହା ମଧ୍ୟ ପଢନ୍ତୁ ... ୩ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ବଦଳିଲେ ଦେବଗଡ଼ ପ୍ରାର୍ଥୀ - BJD CANDIDATE LIST

ସୂଚନାଯୋଗ୍ୟ ଯେ ଦୀର୍ଘ ମିଆଦି ରାଜନୀତିରେ ଅଣକଂଗ୍ରେସ ଗଡ ଭାବେ କୋରାଇ ନିଜ ସ୍ଥିତି ଜାହିର କରିଛି । ସ୍ବର୍ଗତ ଅଶୋକ ଦାସ 1974ମସିହାରୁ 2004 ପର୍ଯ୍ୟନ୍ତ 5ଥର ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଇତିମଧ୍ୟରେ 1985ରୁ 1990 ପର୍ଯ୍ୟନ୍ତ ଥରେ ମାତ୍ର କଂଗ୍ରେସରୁ ରାମଚନ୍ଦ୍ର ଖୁଣ୍ଟିଆ ଓ 2004ରେ ବିଜେପି-ବିଜେଡି ମେଣ୍ଟରେ ହୋଇଥିବା ନିର୍ବାଚନରେ ଅଶୋକ ଦାସଙ୍କୁ ହରାଇ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ 2009ରେ ପ୍ରୀତିରଞ୍ଜନ ଘଡେ଼ଇ ବିଜୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 2014ରେ ସେହି ବିଜୁ ଜନତା ଦଳରୁ ଆକାଶ ଦାସ ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

2019ରେ ମଧ୍ୟ ବିଜୁ ଜନତା ଦଳରୁ ଅଶୋକ ବଳ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥର ଆକାଶ ଦଳ ବଦଳାଇ ବିଜେପିରୁ କୋରେଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଆଜି ବହୁ ପ୍ରତୀକ୍ଷା ପରେ ଦାସ ପରିବାର ପୁଣି କୋରେଇ ନିର୍ବାଚନ ମଣ୍ଡଳୀକୁ ହାତକୁ ନେଇଥିବାରୁ ବିଜେଡି କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ୧୯୭୪ ମସିହାରେ ଗଠନ ହୋଇଥିବା କୋରେଇ ବିଧାନସଭା ଆସନର ପ୍ରଥମ ବିଧାୟକ ହୋଇଥିଲ ଅଶୋକ ଦାସ । ଅନ୍ୟପକ୍ଷେ ବିଜେଡି କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଥର ପ୍ରାର୍ଥୀ ବଦଳାଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.