ETV Bharat / politics

ବାଲେଶ୍ୱର ଲୋକସଭା ଆସନ: କିଏ ହେବ ପ୍ରତାପଙ୍କ ପ୍ରତିଦ୍ବନ୍ଦ୍ବୀ, ଛିଡୁନି ଦ୍ବନ୍ଦ୍ବ - Balasore Lok Sabha constituency - BALASORE LOK SABHA CONSTITUENCY

Balasore Lok Sabha constituency: ବାଲେଶ୍ୱର ଲୋକସଭା ଆସନରେ କିଏ ହେବ ପ୍ରତାପ ଷଡଙ୍ଗୀଙ୍କ ପ୍ରତିଦ୍ୱନ୍ଦ୍ବୀ । ବାଲେଶ୍ୱର ରାଜନୀତି ରଣକ୍ଷେତ୍ରରେ ବିଜେପି ନିଜ ଯୋଦ୍ଧାକୁ ପ୍ରସ୍ତୁତ କରିସାରିଥିବା ବେଳେ ବିଜେଡି ଓ କଂଗ୍ରେସରେ ଏଯାଏଁ ସସପେନ୍ସ ଜାରି । ଅଧିକ ପଢନ୍ତୁ

Balasore Lok Sabha constituency
Balasore Lok Sabha constituency
author img

By ETV Bharat Odisha Team

Published : Apr 6, 2024, 7:21 AM IST

Balasore Lok Sabha constituency

ବାଲେଶ୍ୱର: ନିର୍ବାଚନୀ ବିଗୁଲ ବାଜି ସାରିଲାଣି, ସଜବାଜ ହେଲେଣି ଦଳ ଓ ନେତା । ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ କେଉଁଠି ଅସନ୍ତୋଷ ତ କେଉଁଠି ପୁଣି ପ୍ରାର୍ଥୀଙ୍କ ନାଁ ଏଯାଏ ଘୋଷଣା କରାଯାଇନାହିଁ । ଚଳିତ ନିର୍ବାଚନରେ ବିଜେପି, ବିଜେଡି କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢେଇ ଦେଖିବ ରାଜ୍ୟ । ପ୍ରମୁଖ ତିନି ଦଳର ନେତାମାନେ ସେମାନଙ୍କ ରଣନୀତି ଆରମ୍ଭ କଲେଣି । କେଉଁଠି ବିଜେଡି ଯୋଜନା ପରେ ଯୋଜନାର ନାରା ଦେଇ ଭୋଟ ହାତେଇବାକୁ ବସିଛି ତ ବିଜେପି ବିକଶିତ ଭାରତ ନାରା ଦେଇ ଭୋଟ ହାତେଇବାକୁ ବସିଛି । ଏହାରି ଭିତରେ କଂଗ୍ରେସ ଏହି ଦୁଇ ଦଳ ଅଘୋଷିତ ମେଣ୍ଟରେ ରହିଥିବା ବେଳେ ବିଜେଡି ଏବଂ ବିଜେପିର ବାହାଘର କରାଇ ଦୁଇଦଳକୁ ତାତ୍ସଲ୍ୟ ମଧ୍ୟ କରୁଥିବା ନଜର ରହିଛି ।

ବାଲେଶ୍ଵର ଲୋକସଭା ଆସନରେ ବିଜେପି ପୁଣିଥରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଅନ୍ୟ ଦୁଇ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ସସପେନ୍ସର ପରଦା ହଟାଇ ନାହାନ୍ତି । ଗୋଟେପଟେ ଶ୍ରୀକାନ୍ତ ଜେନା 2009 ମସିହାରୁ 2014 ଯାଏ ବାଲେଶ୍ଵର ସାଂସଦ ଭାବେ ବାଲେଶ୍ଵରର ବିକାଶର ମୁଖ୍ୟ ବିନ୍ଧାଣି ସାଜିଥିବା କଥା ଶ୍ରୀକାନ୍ତଙ୍କ ସମର୍ଥକମାନେ କହୁଥିବା ବେଳେ ଅନ୍ୟ ଦୁଇଦଳ ସାମାନ୍ୟ ନିରବ ଥିବା ଦେଖିବାକୁ ମିଳୁଛି । ଶ୍ରୀକାନ୍ତଙ୍କ ସମର୍ଥକ ନିଷିତ କୁମାର ବାରିକ କହିଛନ୍ତି ଯେ, ଶ୍ରୀକାନ୍ତ ଜେନା ବାଲେଶ୍ୱରରେ ସାଂସଦ ପ୍ରାର୍ଥୀ ହେଲେ ତାଙ୍କୁ ଜିତାଇବାକୁ ସାଧାରଣ ଲୋକମାନେ ନିଜ ଆଡୁ ଲାଗିବେ । କାହିଁକି ନା ଶ୍ରୀକାନ୍ତ ଯେଉଁ ସମୟରେ ବାଲେଶ୍ଵର ସାଂସଦ ଥିଲେ ସେହି ସମୟରେ ବାଲେଶ୍ୱରରେ ବ୍ୟାପକ ବିକାଶ ହେବାସହ ନାନା ପ୍ରକାରର ଜନକଲ୍ୟାଣ ଯୋଜନା ଯାହା ଆଜି ମଧ୍ୟ ବିକାଶର ପ୍ରାଚୀର ହୋଇ ଛିଡ଼ା ହୋଇଛି । ଶ୍ରୀକାନ୍ତଙ୍କ ସମୟରେ ହୋଇଥିବା ବିକାଶ କଥା ଲୋକମାନେ ଭୁଲି ନାହାନ୍ତି ।

ଏହାମଧ୍ୟ ପଢନ୍ତୁ.. ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency

ଏଯାଏ ବାଲେଶ୍ଵରର ସାଂସଦ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା କରି ନଥିବା ବେଳେ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ଏକ ପ୍ରକାର ଶ୍ରୀକାନ୍ତ ଜେନା ବୋଲି ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଗଲାଣି । ଶ୍ରୀକାନ୍ତଙ୍କ ସମର୍ଥକମାନେ ମଧ୍ୟ ଶ୍ରୀକାନ୍ତଙ୍କୁ ବାଲେଶ୍ୱରରେ ଲଢ଼ିବା ପାଇଁ ଏକ ପ୍ରକାର ଆମନ୍ତ୍ରଣ କରି ସାରିଲେଣି । ଏହାରି ଭିତରେ କେଉଁଠି ନା କେଉଁଠି ବିଜେଡି ମଧ୍ୟ ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ଗୋଟେ ପଟେ ପାଞ୍ଚ ପାଞ୍ଚ ଥର ବିଧାୟକ ଏବଂ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଗଣିତ ହେଉଥିବା ନେତା ରଘୁ ମହାନ୍ତିଙ୍କୁ ବିଜେଡି ପୁଣିଥରେ ନିଜ ଶିବିରକୁ ଆଣିବ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଅନ୍ୟପଟେ 2014 ନିର୍ବାଚନରେ ରବୀନ୍ଦ୍ର ଜେନା ବାଲେଶ୍ଵର ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ 2019 ମସିହାରେ ପ୍ରତାପ କିନ୍ତୁ ରବିନ୍ଦ୍ରଙ୍କୁ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀଙ୍କୁ ବିଜେଡି ବସ୍ତା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ରବୀନ୍ଦ୍ର ଜେନାଙ୍କୁ ପୁଣିଥରେ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଭାବେ ଚୟନ କରିବ କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ତେବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୈଦାନରେ କିଏ ଲଢିବ ତାକୁ ଅପେକ୍ଷା ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.