ETV Bharat / politics

ସରକାରଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ନା; ଦଳୀୟ ବିଧାୟକଙ୍କୁ ତାଲିମ ଦେବ ବିଜେଡି - BJD Training Programme For New MLAs

author img

By ETV Bharat Odisha Team

Published : Aug 17, 2024, 3:40 PM IST

BJD Training Programme For New MLAs: ଆଜି ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । ପ୍ରଶିକ୍ଷଣ ଶିବିରକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସର ବର୍ଜନ କରିଥିବା ବେଳେ ବିଜେଡି ପକ୍ଷରୁ ଆୟୋଜନ କରାଯାଇଛି ପ୍ରଶିକ୍ଷଣ ଶିବିର । ଅଧିକ ପଢନ୍ତୁ

Training Workshop at Sankha Bhawan
Training Workshop at Sankha Bhawan (ETV Bharat Odisha)

ଭୁବନେଶ୍ବର: ରାଜନୀତିକରଣ ଅଭିଯୋଗ ଆଣି ସର୍ବଦଳୀୟ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବର୍ଜନ କରିଛି । ଶାସକ ଦଳକୁ ଜବାବ ଦେବାକୁ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଅଗଷ୍ଟ 25 ତାରିଖ ରବିବାର ସକାଳ 10ରୁ ଅପରାହ୍ନ 1 ପର୍ଯ୍ୟନ୍ତ ଦଳୀୟ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବ ବିଜେଡି । ଦଳର ବରିଷ୍ଠ ନେତା ଓ ବିଧାୟକ ନୂଆ ସଦସ୍ୟଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦେବେ । ଏନେଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି ।

ସରକାରଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ନା; ଦଳୀୟ ବିଧାୟକଙ୍କୁ ତାଲିମ ଦେବ ବିଜେଡି (ETV Bharat Odisha)

ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି, "ମୁଁ ମନରୁ କିଛି କଥା କହି ନାହିଁ । ବିଧାନସଭାର ଚିଠି ଅନୁଯାୟୀ କହିଥିଲି । ଚିଠିରେ ଉଦଘାଟକ ଓ ଉଦଯାପକ ଭାବେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଥିଲା । ଏହା ଉପରେ ଆମେ ଅସନ୍ତୋଷ ବ୍ୟକ୍ତ କରିଥିଲୁ । ଓଡ଼ିଶା ବିଧାନସଭା ଏକ ସ୍ବତନ୍ତ୍ର ସାମ୍ବିଧାନିକ ଅନୁଷ୍ଠାନ । ବାଚସ୍ପତି ଓ ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ଅଛି । ଉଭୟଙ୍କ ମଧ୍ୟରୁ କେହି ଜଣେ ଉଦଘାଟକ ଓ ଉଦଯାପକ ଭାବେ ରହିବା କଥା । ଏଥିରେ ବ୍ୟତିକ୍ରମ ଥିବା ଆମେ ଦେଖିଲୁ । ଏନେଇ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲୁ । ପରବର୍ତ୍ତୀ ଅବସ୍ଥାରେ ଯଦିଓ ସରକାର ତାହାକୁ ପରିବର୍ତ୍ତନ କଲେ, କିନ୍ତୁ ଉଦଘାଟକ ଓ ଉଦଯାପକ ସମାନ ରହିଲେ ।"

ବ୍ୟକ୍ତି ନୁହେଁ, ପଦ ମର୍ଯ୍ୟାଦାର କଥା କହୁଛୁ :-

ବିରୋଧୀ ଦଳ ଉପମୁଖ୍ୟ ସଚେତକ ଏହା ମଧ୍ୟ କହିଛନ୍ତି, "କୌଣସି ବ୍ୟକ୍ତି ବିଶେଷଙ୍କୁ ନେଇ ଆମର ପ୍ରଶ୍ନ ନଥିଲା । ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ । ଆମେ ପଦ ମର୍ଯ୍ୟାଦାର କଥା କହୁଛୁ । ଆମର ପ୍ରଶ୍ନ ଥିଲା ଉଦଘାଟକ ଓ ଉଦଯାପକ କିଏ ହେବେ ? ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ଓ ଉଦଯାପକ ହେବା କଥା କହୁଛୁ । ସରକାର ଲକ୍ଷ୍ୟ ବିଚ୍ୟୁତି ହେଲେ ଆମେ ବିରୋଧୀ ଦଳ ଭାବେ ଦୃଷ୍ଟି ଆକର୍ଷଣ କରିବୁ । ଶାସକ ଦଳ ତାଙ୍କ ହିସାବରେ ସବୁ କରୁଛନ୍ତି । ଯାହା ନୂଆ ପରମ୍ପରା ବିଧାନସଭାରେ ସୃଷ୍ଟି କରିବାକୁ ଯାଉଛି । ଏହାର ପ୍ରତିବାଦରେ ବିଜେଡି ବିଧାୟକ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି ।"

ଆସନ୍ତା ରବିବାର ନୂଆ ବିଜେଡି ବିଧାୟକଙ୍କ ତାଲିମ:-

ସେ ଆହୁରି ମଧ୍ୟ କହିଛନ୍ତି, "ଯେହେତୁ ଆମେ କାର୍ଯ୍ୟକ୍ରମକୁ ଯାଇନାହୁଁ, ତେଣୁ ବିଜେଡିର ନୂଆ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରିଛୁ । ଆସନ୍ତା 25 ତାରିଖରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶଙ୍ଖ ଭବନରେ ରବିବାର ପୂର୍ବାହ୍ନ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧାନସଭାର ନୀତି ନିୟମ ବାବଦରେ ଅଭିଜ୍ଞତା ରଖିଥିବା ଦଳର ବରିଷ୍ଠ ନେତା ଓ ବିଧାୟକ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ । ଗୃହର ପରମ୍ପରା ବାବଦରେ ନବାଗତଙ୍କୁ ଅବଗତ କରାଯିବ ।"

ନିର୍ଦ୍ଦିଷ୍ଟ ନୀତିନିୟମରେ ବିଧାନସଭା ଚାଲେ:-

ପ୍ରତାପ ଦେବଙ୍କ ମତରେ, "ବିଧାନସଭାର ନିର୍ଦ୍ଦିଷ୍ଟ ନୀତିନିୟମ ଅଛି । ଏହି ନୀତିନିୟମ ଅନୁସାରେ ଗୃହ ପରିଚାଳନା ହୁଏ । ସରକାର ଅଦଳ ବଦଳ ଏକ ନିରନ୍ତର ପ୍ରକ୍ରିୟା । କିନ୍ତୁ ଗୃହ ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁଯାୟୀ ଚାଲିବା କଥା । ଏହା ଦ୍ବାରା ସାମ୍ବିଧାନିକ ଗାରିମା ବଢେ । କୌଣସି ବ୍ୟକ୍ତି ବିଶେଷଙ୍କୁ ନେଇ ଆମେ କାର୍ଯ୍ୟକ୍ରମକୁ ବର୍ଜନ କରିନାହୁଁ । ଆମେ ନୀତି ନିୟମ ଉଲ୍ଲଙ୍ଘନକୁ ବିରୋଧ କରିଛୁ । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାବେଳେ ଉଦଘାଟନ ଗୃହ ବାହାରର ବ୍ୟକ୍ତି କରିବାକୁ ଆମେ ବିରୋଧ କରିଛୁ ।"

ଉଚ୍ଚ ସାମ୍ବିଧାନିକ ବ୍ୟକ୍ତି ଉଦଘାଟନ ଓ ଉଦଯାପନ କଲେ ଭଲ:-

ପ୍ରତାପ ଏହା ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଠାରୁ ସାମ୍ବିଧାନିକ ପଦରେ ଉଚ୍ଚା ଥିବା ବ୍ୟକ୍ତିଙ୍କ ଦ୍ଵାରା କରିଥିଲେ ଭଲ ହୋଇଥାନ୍ତା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ କିମ୍ବା ଲୋକସଭା ବାଚସ୍ପତିଙ୍କ ଦ୍ଵାରା ଉଦଘାଟନ କଲେ ଭଲ ହୋଇଥାନ୍ତା । ଏଠି ପ୍ରସଙ୍ଗ ବିଜେଡି ଓ ବିଜେପି ନୁହେଁ । ପଦ ମର୍ଯ୍ୟାଦା କଥା ରହିଛି । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦର ମର୍ଯ୍ୟାଦା କଥା ରହିଛି ।"

ଏହା ବି ପଢନ୍ତୁ- ପ୍ରଶିକ୍ଷିତ ହେବେ ନବାଗତ ବିଧାୟକ: ବିଜେଡି ଓ କଂଗ୍ରେସର ବର୍ଜନ ମଧ୍ୟରେ ଆରମ୍ଭ ହେଲା ଦୁଇଦିନିଆ ଟ୍ରେନିଂ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.