ETV Bharat / politics

କଥା ରଖିଲେ ଲାଲୁ: ବାହାହେଲେ ବାହୁବଳୀ, ଟିକେଟ୍ ପାଇଲେ ପତ୍ନୀ - LOK SABHA ELECTIONS

author img

By ETV Bharat Odisha Team

Published : Mar 23, 2024, 10:06 AM IST

Updated : Mar 23, 2024, 10:24 AM IST

Lalan Singh Vs Ashok Mahto: ଖାକି ୱେବସିରିଜର ରିୟଲ ଭିଲିଆନ ବିହାର ବାହୁବଳୀ ଅଶୋକ ମହତୋ ନିଜ ନବବିବାହିତା ସ୍ତ୍ରୀକୁ ନିର୍ବାଚନରେ ଛିଡା କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି । ଆରଜେଡି ପକ୍ଷରୁ ତାଙ୍କ ସ୍ତ୍ରୀଙ୍କୁ ମୁଙ୍ଗେର ଲୋକସଭା ଆସନରୁ ଟିକେଟ ଦିଆଯାଇଥିବା ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat
ଲୋକସଭା ଟିକେଟ ପାଇଁ ବାହା ହୋଇଥିଲେ, ଏବେ ସ୍ତ୍ରୀକୁ ଟିକେଟ୍ ଦେଲା ଆରଜେଡି !

ପାଟନା: ଲୋକସଭା ଟିକେଟ ପାଇଁ ୬୦ ବର୍ଷରେ ବାହା ହୋଇଥିବା ବିହାରର କୁଖ୍ୟାତ ଅପରାଧି ତଥା 'ଖାକି' ୱେବସିରିଜର ରିୟଲ ଭିଲିଆନ ଅଶୋକ ମହତୋଙ୍କ ଆଶା ପୂରଣ ହୋଇଛି । ଖବର ମିଳୁଛି ଯେ, ଅଶୋକ ମହତୋଙ୍କ ନବବିବାହିତା ପତ୍ନୀଙ୍କୁ ଆରେଜଡି ଟିକେଟ୍ ଦେଇଛି । ତାଙ୍କର ପତ୍ନୀ ଅନିତା ମୁଙ୍ଗେର ଆସନରୁ ଲୋକସଭା ନିର୍ବାଚନ ଲଢିବେ । ତେବେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଗଣମାଧ୍ୟମର ପ୍ରଶ୍ନରେ ମଧ୍ୟ ଅଶୋକ କୌଣସି ଜବାବ ଦେଇନାହାନ୍ତି । କହିରଖୁଛୁ କି, ୧୭ ବର୍ଷ ଜେଲ ସଜ୍ଜା କାଟିଥିବା ବିହାର ବାହୁବଳୀ ଅଶୋକ ଆଇନଗତ ପ୍ରତିବନ୍ଧିକ ଯୋଗୁଁ ନିଜେ ନିର୍ବାଚନ ଲଢି ନ ପାରିବାରୁ ନିଜ ସ୍ତ୍ରୀକୁ ପ୍ରାର୍ଥୀ କରିବାକୁ କିଛି ଦିନ ତଳେ ତରବରିଆ ଭାବେ ବିବାହ କରିଥିଲେ । ବିବାହ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ତାଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନା ଅନୁଯାୟୀ, ଅଶୋକ ମହତୋ ଶୁକ୍ରବାର ବିଳମ୍ବିତ ରାତିରେ ରାବ୍ରୀ ନିବାସରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ । ସେଠାରେ ଆରଜେଡି ତାଙ୍କ ପତ୍ନୀଙ୍କୁ ମୁଙ୍ଗେର ଆସନରୁ ଟିକେଟ୍ ଦେବା ନିଷ୍ପତ୍ତି ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ରାବ୍ରୀ ନିବାସରୁ ବାହାରିବା ପରେ ଏହି ଚର୍ଚ୍ଚା ନେଇ ଗଣମାଧ୍ୟମର ପ୍ରଶ୍ନରେ ସେ କିଛି କହିନଥିଲେ । କିନ୍ତୁ ଦାବି କରିଥିଲେ ଯେ, ''ମୁଙ୍ଗେର ଇଲାକା ଆମର ଏବଂ ବର୍ତ୍ତମାନର ମୁଙ୍ଗେର ସାଂସଦ ଲଲନ ସିଂହଙ୍କୁ ଆମେ ହରାଇବୁ ।''

ଏହା ମଧ୍ୟ ପଢନ୍ତୁ: ସ୍ତ୍ରୀଙ୍କୁ ଲଢ଼ାଇବେ ନିର୍ବାଚନ; ୬୦ ବର୍ଷରେ ବାହାହେଲେ 'ଖାକି: ଦ ବିହାର ଚାପ୍ଚର'ର ରିୟଲ ଭିଲିଆନ ଅଶୋକ

ପ୍ରକାଶ ଥାଉକି, ୬୦ ବର୍ଷୀୟ ଅଶୋକ ମହତୋ ୧୭ ବର୍ଷର ଜେଲଦଣ୍ଡ ଭୋଗି ଗତ ବର୍ଷ ମୁକୁଳିଥିଲେ । ସେ ନୱାଦା ଜେଲ ବ୍ରେକ କାଣ୍ଡ, ଜେଡିୟୁ ବିଧାୟକ ରଣଦୀର କୁମାର ସୋନିଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ଥିଲେ । ୨୦୦୫ରେ ସାଂସଦ ରାଜୋ ସିଂ ହତ୍ୟାକାଣ୍ଡରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ରହିଥିଲା । ସେ ଜେଲଦଣ୍ଡ ଭୋଗୁଥିବାରୁ ବର୍ତ୍ତମାନ ନିର୍ବାଚନ ଲଢିପାରିବେ ନାହିଁ । ତେଣୁ ପତ୍ନୀଙ୍କୁ ମୁଙ୍ଗେର ଆସନରୁ ପ୍ରାର୍ଥୀ କରିବା ପାଇଁ ନିକଟରେ ସେ ଲାଲୁ ଯାଦବଙ୍କ ପରାମର୍ଶରେ ବିବାହ କରିଥିଲେ । ଯଦି ତାଙ୍କର ପତ୍ନୀ ମୁଙ୍ଗେରରୁ ଆରଜେଡି ପ୍ରାର୍ଥୀ ହୁଅନ୍ତି ତାହେଲେ ସେ ସାଂସଦ ଲଲନ ସିଂହଙ୍କୁ ଟକ୍କର ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2024, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.