ETV Bharat / politics

ମୋଦିଙ୍କ ଶକ୍ତିରେ ବିଜେଡି ଶାସନ କବଳରୁ ଓଡିଶା ମୁକ୍ତି ହେବ: ପ୍ରଦୀପ ପାଣିଗ୍ରାହୀ - Pradeep reaction On Modi Speech

Modi Says June 4 Is Expiry Date Of BJD: ବ୍ରହ୍ମପୁରରେ ମୋଦି ଦେଇଥିବା ଅଭିଭାଷଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ

ମୋଦିଙ୍କ ଶକ୍ତିରେ ବିଜେଡି ଶାସନ କବଳରୁ ଓଡିଶା ମୁକ୍ତି ହେବ: ପ୍ରଦୀପ ପାଣିଗ୍ରାହୀ
ମୋଦିଙ୍କ ଶକ୍ତିରେ ବିଜେଡି ଶାସନ କବଳରୁ ଓଡିଶା ମୁକ୍ତି ହେବ: ପ୍ରଦୀପ ପାଣିଗ୍ରାହୀ (Etv Bharat Odisha)
author img

By ETV Bharat Odisha Team

Published : May 6, 2024, 8:08 PM IST

ମୋଦିଙ୍କ ଶକ୍ତିରେ ବିଜେଡି ଶାସନ କବଳରୁ ଓଡିଶା ମୁକ୍ତି ହେବ: ପ୍ରଦୀପ ପାଣିଗ୍ରାହୀ (Etv Bharat Odisha)

ବ୍ରହ୍ମପୁର: ''ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ମତଦାନ ଶେଷ ପରେ ଜୁନ ୪ରେ ହେବ ଭୋଟ ଗଣତି । ଏହାପରେ ଜୁନ୍ ୬ରେ ଭାଜପାର ପ୍ରାର୍ଥୀ ଘୋଷଣା ଏବଂ ଜୁନ୍ ୧୦ରେ ରାଜ୍ୟରେ ପ୍ରଥମ ଥର ଡବଲ ଇଂଞ୍ଜିନ୍ ଭାଜପା ସରକାର ନେବ ଶପଥ ପାଠ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ।'' ତେବେ ଆଜି ବ୍ରହ୍ମପୁରରେ କନିଷି ଠାରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଆହ୍ୱାନ ପରେ ନେଇ ବେଶ ଉତ୍ସାହିତ ହୋଇପଡିଛି ରାଜ୍ୟର ବିଜେପି ଟିମ୍ । ମୋଦିଙ୍କ ଭାଷଣ ଶେଷ ପରେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଚର୍ଚ୍ଚାକୁ ନେଇ ଗଣମାଧ୍ୟମ ସମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ।

ବ୍ରହ୍ମପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆଜି ସ୍ପଷ୍ଟ ଭାବରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଜୁନ 4ରେ ନିର୍ବାଚନ ଫଳାଫଳ ବାହାରିବ । ଜୁନ 6ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ 10ରେ ପ୍ରଧାନମନ୍ତ୍ରାଙ୍କ ଉପସ୍ଥିତିରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ । ସେହିଦିନ ହିଁ ଆୟୁଷ୍ମାନ ଯୋଜନା ଲାଗୁ କରାଯିବା । ଐତିହାସିକ ନିଷ୍ପତ୍ତି ଭାଜପା ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ଡବଲ ଇଞ୍ଜିନ ସରକାର ଓଡିଶାକୁ ବିଜେଡି ସରକାରରୁ ମୁକ୍ତି ଦେବ । ମୋଦିଙ୍କ ଶକ୍ତିରେ ବିଜେଡି ଶାସନ କବଳରୁ ଓଡିଶା ମୁକ୍ତି ହେବ । ତେଣୁ ପ୍ରଧାନମନ୍ତ୍ରୀଙ୍କ କଥାକୁ ଶୁଣନ୍ତୁ, ବୁଝନ୍ତୁ । ସବୁ ଦଳ ଛାଡ଼ନ୍ତୁ, ବିଜେପିରେ ଯୋଡନ୍ତୁ । ନୂଆ ଓଡ଼ିଶା ଗଢ଼ନ୍ତୁ ଆଗକୁ ବଢ଼ନ୍ତୁ, ଖୁସିରେ ରୁହନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address Rally In Berhampur

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ରାଜ୍ୟରେ ଏହା ମୋଦିଙ୍କ ବ୍ରହ୍ମପୁରର କନିଷି ଠାରେ ଆୟୋଜିତ ପ୍ରଥମ ନିର୍ବାଚନ ସଭା ରହିଥିଲା । ଏହା ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ର ବିନ୍ଦୁ ରହିଥିଲା । ଏହାକୁ ନେଇ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି । ଏପରିକି ରାଜ୍ୟର ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ତନତନ୍ନ ଖୋଲା ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ବିଫଳତା ଏବଂ କେନ୍ଦ୍ର ପକ୍ଷରୁ ପ୍ରଦନା କରାଯାଉଥିବା ଅର୍ଥ ସଠିକ୍ ଭାବରେ ଖର୍ଚ୍ଚ ହେଉନଥିବା ବେଳେ ଲୁଟପାଟ ହେଉଛି, ଦୁର୍ନିତୀ, ଭ୍ରଷ୍ଟ ଶାସନରେ ଲୋକଙ୍କ ପାଖରେ ସେ ଟଙ୍କା ପହଞ୍ଚି ନାହିଁ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.