ETV Bharat / politics

ଲୋକସଭା କ୍ଷେତ୍ରର ବିକାଶ ପାଇଁ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କଲେ ପ୍ରଦୀପ ପାଣିଗ୍ରାହୀ - Berhampur Lok Sabha Constituency

author img

By ETV Bharat Odisha Team

Published : May 11, 2024, 10:02 PM IST

Pradeep Kumar Panigrahy Release Manifesto: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବହୁବିଧ ବିକାଶ ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ନିଜର ସ୍ବତନ୍ତ୍ର ଇସ୍ତାହାର ପ୍ରକାଶ କରିଛନ୍ତି । ମହିଳାଙ୍କ ପାଇଁ ହଷ୍ଟେଲ, ରେଳ ସଂଯୋଗୀକରଣ, କେନ୍ଦ୍ରୀୟ ବିଦ୍ୟାଳୟ, ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ଭଳି ବିଭିନ୍ନ ଦାବି ଏଥିରେ ରହିଛି । ଅଧିକ ପଢନ୍ତୁ

Pradeep Kumar Panigrahy Release Manifesto
Pradeep Kumar Panigrahy Release Manifesto (ETV Bharat)
Pradeep Kumar Panigrahy Release Manifesto (ETV Bharat Odisha)

ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହା ସହ ବ୍ରହ୍ମପୁର ମୈଦାନରେ ଥମିଲା ପ୍ରଚାର । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ନିଜର ସ୍ବତନ୍ତ୍ର ଇସ୍ତାହାର ପ୍ରକାଶ କରିଛନ୍ତି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ ଏହାର ଉନ୍ମୋଚନ କରିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସାତୋଟି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ଦାବିକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାସହ ସାଧାରଣ ଜନତା ମଧ୍ୟ ନିଜର ପ୍ରସ୍ତାବ ଦେଇ ପାରିବେ ବୋଲି କହିଛନ୍ତି ପ୍ରଦୀପ ।

ଏହି ଇସ୍ତାହାରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ, ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ସମାଧାନ, ଗୋପାଳପୁରରୁ ମୁମ୍ବାଇ ହାଇୱେ ନିର୍ମାଣ, ବ୍ରହ୍ମପୁରରେ ସ୍ପୋର୍ଟସ ହଷ୍ଟେଲ ସହ ସାଇ ଟ୍ରେନିଂ ସେଣ୍ଟର ନିର୍ମାଣ, ଏମକେସିଜିରେ ଉନ୍ନତୀକରଣ ତଥା ରେଡକ୍ରସ ବ୍ଲଡ ୟୁନିଟ ନବୀକରଣ, ଆୟୁଷ ଯୋଗ ରିସର୍ଚ୍ଚ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ ଓ ପ୍ରଥମ ସୈନିକ ସ୍କୁଲ ପ୍ରତିଷ୍ଠା, କ୍ଲାଇମେଟ ସିସୋର୍ସ ରିସର୍ଚ୍ଚ ସେଣ୍ଟର, ସି ଫୁଡ ପ୍ରୋସେସିଙ୍ଗ ୟୁନିଟ ପ୍ରତିଷ୍ଠା, ଏମଏସଏମଇ କ୍ଲଷ୍ଟର ପ୍ରତିଷ୍ଠା, ଗୋପାଳପୁର ପୋର୍ଟର ବିକାଶ, ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା, ଗ୍ରୀନ ଏନର୍ଜି ରିସୋର୍ସ ରିସର୍ଚ୍ଚ ସେଣ୍ଟର ଭଳି ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା ଦାବି ସାମିଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ୨୦୨୪ ନିର୍ବାଚନରେ ବିଜେଡିର ୨୪ 'ନବୀନ ଗ୍ୟାରେଣ୍ଟି' - BJD Election Manifesto

ଏହା ସହ ନିର୍ବାଚନ ମଣ୍ଡଳୀରେ ରାସ୍ତା ସଂଯୋଗୀକରଣ ଠାରୁ ଆରମ୍ଭ କରି ରେଳ ସଂଯୋଗୀକରଣ ଯଥା ବ୍ରହ୍ମପୁରରୁ ସମ୍ୱଲପୁରକୁ ହୋଇଥିବା ରେଳପଥ ସଂଯୋଗ ହୋଉଥିବା ରେଳଲାଇନକୁ ନୂତନ ଭାବରେ ରାଉରକେଲାକୁ ସଂଯୋଗକରଣ କରିବାକୁ ଯୋଜନା କରାଯାଇଛି । ଏହି ଲାଇନ୍ କୁକୁଡାଖଣ୍ଡି , ହିଞ୍ଜିଳିକାଟୁ , ଆସିକା, ଭଞ୍ଜନଗର,ବଲାଙ୍ଗୀର ଓ ରାଉରକେଲା ଦେଇ ରେଳପଥ ସଂଯୋଗୀକରଣ କରାଯିବ । ସେହିପରି ପ୍ରତ୍ୟେକ ବର୍ଷ ଏକ ହଜାର ପିଲାଙ୍କୁ ନିଯୁକ୍ତି କିମ୍ୱା ଆତ୍ମନିର୍ଭରଶୀଳ କେନ୍ଦ୍ର ସରକାରଙ୍କ ଯୋଜନା ଜରିଆରେ କରାଇବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ଦେଇ ରାଜଧାନୀ ଭୁବନେଶ୍ୱରରେ ରହିଥିବା AIIMSର ସବ୍-ସେଣ୍ଟର ବ୍ରହ୍ମପୁର ଠାରେ କରାଯିବାକୁ ଯୋଜନା କରାଯିବ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏଥର ନିର୍ବାଚନରେ ୭ଟି ବିଧାନସଭା ଆସନ ସମେତ ସାଂସଦ ପ୍ରାର୍ଥୀ ଭାବେ ବିଜୟୀ ହେବେ ବୋଲି ପ୍ରଦୀପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.