ETV Bharat / politics

ରାଜନୀତି ପାଇଁ ହୋଇଥିଲା ଛାଡ଼ପତ୍ର, ଏବେ ନିର୍ବାଚନରେ ହେବେ ମୁହାଁମୁହିଁ - Lok Sabha election 2024

Bengal Story of Couple Separated by Politics: ଲୋକସଭା ନିର୍ବାଚନରେ ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ହେବ ଜୋରଦାର ଫାଇଟ । ଏଠାରେ ବିଜେପିରୁ ସୌମିତ୍ର ଖାନ ଏବଂ ତାଙ୍କ ପୂର୍ବ ସ୍ତ୍ରୀ ସୁଜାତା ମଣ୍ଡଳ ଟିଏମ୍‌ସି ତରଫରୁ ହୋଇଛନ୍ତି ପ୍ରାର୍ଥୀ । ରାଜନୀତି ପାଇଁ ଦୁଇ ଜଣଙ୍କର ହୋଇଥିଲା ଛାଡପତ୍ର । ଅଧିକ ପଢନ୍ତୁ

Lok Sabha elections
Lok Sabha elections
author img

By ETV Bharat Odisha Team

Published : Mar 11, 2024, 12:26 PM IST

Updated : Mar 11, 2024, 12:33 PM IST

କୋଲକାତା: ରାଜନୀତି ଭାଙ୍ଗି ଦେଇଥିଲା ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । ଟିଏମ୍‌ସିରେ ଯୋଗ ଦେବାରୁ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ବିଜେପି ନେତା ସୌମିତ୍ର ଖାନ । ଆଉ ଏବେ ଗୋଟିଏ ଲୋକସଭା ଆସନ ପାଇଁ ପରସ୍ପରର ହୋଇଛନ୍ତି ପ୍ରତିଦ୍ବନ୍ଦ୍ବୀ । ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ହେବ ଜୋରଦାର ଫାଇଟ । ଏଠାରେ ଦୁଇ ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି ସ୍ବାମୀ-ସ୍ତ୍ରୀ । ଟିଏମ୍‌ସିରୁ ସୁଜାତା ମଣ୍ଡଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୌମିତ୍ର ଖାନ । ଟିଏମ୍‌ସି ରବିବାର ଦିନ ବିଷ୍ଣୁପୁରରୁ ପ୍ରାର୍ଥୀ ଭାବେ ସୁଜାତାଙ୍କୁ ଘୋଷଣା କରିଛି । ଅନ୍ୟପଟେ ବିଜେପି ଚଳିତ ମାସ ଆରମ୍ଭରେ ସୌମିତ୍ର ଖାନଙ୍କୁ ଏଠାରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସୌମିତ୍ର ଖାନଙ୍କ ପୂର୍ବ ପତ୍ନୀ ହେଉଛନ୍ତି ସୁଜାତା । ଉଭୟଙ୍କ ମଧ୍ୟରେ 2021ରେ ଛାଡପତ୍ର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍‌

ଟିଏମସିରେ ସାମିଲ ହେବାରୁ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ସ୍ବାମୀ: 2021ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ 2020ରେ ଟିଏମ୍‌ସିରେ ସାମିଲ ହୋଇଥିଲେ ସୁଜାତା ମଣ୍ଡଲ । ଏହି ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୌମିତ୍ର ଖାନ । ଏହାପରେ 10 ବର୍ଷର ସମ୍ପର୍କରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଟିଏମସିରେ ଯୋଗ ଦେବାର ଗୋଟିଏ ଦିନ ପରେ ସୁଜାତା ମଣ୍ଡଲଙ୍କୁ ଛାଡପତ୍ର ପଠାଇଥିଲେ ସୌମିତ୍ର ।

2010ରେ ସୁଜାତାଙ୍କୁ ଭେଟିଥିଲେ ସୌମିତ୍ର ଖାନ । ସେତେବେଳେ ସୌମିତ୍ର କଂଗ୍ରେସର ସଦସ୍ୟ ଥିବା ବେଳେ ସୁଜାତା ଏକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଥିଲା । ଦୁହେଁ ବିବାହ ମଧ୍ୟ କରିଥିଲେ । ଖାନ ତାଙ୍କ ଚାରି ପୃଷ୍ଠାର ଛାଡପତ୍ର ଆଫିଡେଭିଟରେ ସୁଜତାଙ୍କୁ ହାଇପର ସେନ୍‌ସିଟିଭ ଓ କ୍ବାରେଲସମ (Hyper-sensitive and quarrelsome) ବୋଲି ବର୍ଣ୍ଣନା କରିଥିଲେ । ସୁଜାତା ରାଜନୀତିରେ ପ୍ରବେଶ କରିବା ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ପରିବାର ଲୋକେ କହିଥିଲେ ।

ଟିଏମସିରେ ମିଶିବାର 4 ବର୍ଷ ପରେ ଲୋକସଭା ନିର୍ବାଚନ ପାଇଁ ସୁଜାତାଙ୍କୁ ଟିକେଟ ଦେଇଛି ଟିଏମସି । ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ସୁଜାତା । ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ସମୟରେ ସୁଜାତା ମଣ୍ଡଲ ଏବଂ ସୌମିତ୍ର ଖାନ 2021 ମସିହାରେ ଅଲଗା ହୋଇଥିଲେ । ସେତେବେଳେ ସୌମିତ୍ର ଖାନ କହିଥିଲେ, "ମୁଁ ତାଙ୍କୁ 'ଖାନ' ସରନେମ ବ୍ୟବହାର ନକରିବାକୁ ଅନୁରୋଧ କରିଛି । ସୁଜତାଙ୍କ ସହ ସମସ୍ତ ସମ୍ପର୍କ ଶେଷ କରୁଛି । ମୁଁ ତାଙ୍କୁ ଛାଡପତ୍ର ନୋଟିସ ପଠାଇଛି । ତାଙ୍କୁ 'ଖାନ' ନାମରେ ନଡାକିବାକୁ ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2024, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.