ETV Bharat / politics

ଅରୁଣାଚଳ-ସିକ୍କିମରେ ଭୋଟ ଗଣତି ଜାରି, ଆଗରେ ଏହି ଦଳ - Assembly Election Results 2024

author img

By ETV Bharat Odisha Team

Published : Jun 2, 2024, 8:52 AM IST

Updated : Jun 2, 2024, 9:05 AM IST

Assembly Election Results 2024: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଆରମ୍ଭ ହେଲା ଭୋଟ ଗଣତି । ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ଅଧିକ ପଢନ୍ତୁ

Arunachal Pradesh  Sikkim Assembly election
Arunachal Pradesh Sikkim Assembly election (ETV BHARAT ODISHA)

ହାଇଦ୍ରାବାଦ: ଆଜି ଆସିବ ଅରୁଣାଚଳ ପ୍ରଦେଶ ଓ ସିକ୍କିମ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ଉତ୍ତର-ପୂର୍ବ ରାଜ୍ୟରେ କିଏ ଗଢିବ ସରକାର ? କାହାକୁ ଭରା କରିଛନ୍ତି ଜନତା ? ତାହା ଆଜି ସ୍ପଷ୍ଟ ହୋଇଯିବ । ସକାଳ 6ଟାରୁ ଆରମ୍ଭ ହୋଇଛି ଭୋଟ ଗଣନା । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯିବା ପରେ ଇଭିଏମ୍ ଭୋଟ୍ ଗଣନା ଜାରି ରହିଛି । ପୂର୍ବରୁ ଅରୁଣାଚଳ ପ୍ରଦେଶରେ ବିଜେପି 10ଟି ବିଧାନସଭା ଆସନରେ ନିର୍ଦ୍ୱନ୍ଦରେ ଜିତିସାରିଛି । ଏପ୍ରିଲ 19 ତାରିଖରେ ସିକ୍କିମରେ 32 ଓ ଅରୁଣାଚଳ ପ୍ରଦେଶରେ 60ଟି ବିଧାନସଭା ଆସନରେ ମତଦାନ ହୋଇଥିଲା । ଅରୁଣାଚଳ ପ୍ରଦେଶରେ 69.44 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବାବେଳେ ସିକ୍କିମରେ 70.39 ପ୍ରତିଶତ ଥିଲା ।

ଇସିଆଇ ତଥ୍ୟ ଅନୁଯାୟୀ, ଅରୁଣାଚଳ ପ୍ରଦେଶରେ 13ଟି ଆସନରେ ବିଜେପି ଆଗୁଆ ଥିବାବେଳେ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) ଓ ପିପିଏ 2ଟି ଲେଖାଏଁ ଆସନରେ ଆଗୁଆ ରହିଛନ୍ତି । ଗୋଟିଏ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି । ତାୱାଙ୍ଗ ବିଧାନସଭା ଆସନରେରେ NPEP ପ୍ରାର୍ଥୀ ସେରିଙ୍ଗ ଆଗରେ ରହିଛନ୍ତି । ସିକ୍କିମରେ ଶାସକ ଏସକେଏମ 24ଟି ସିଟରେ ଆଗରେ ରହିଥିବାବେଳେ ଏସଡିଏଫ 1 ଓ ବିଜେପି 13 ଆସନରେ ଆଗୁଆ ରହିଛି । ଆଜି ଏହି ଦୁଇ ରାଜ୍ୟର କେବଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ଲୋକସଭା ଫଳାଫଳ 4 ତାରିଖରେ ଘୋଷଣା ହେବ ।

ଏହା ମଧ୍ୟ ପଢନ୍ତୁ-ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ - Lok Sabha Exit Poll Results

2019ରେ ସିକ୍କିମରେ କାହାକୁ କେତେ ଆସନ ମିଳିଥିଲା: 2019 ବିଧାନସଭା ନିର୍ବାଚନରେ 32 ଆସନ ମଧ୍ୟରୁ ​​SKM 17ଟି ସିଟ୍ ଜିତିଥିବାବେଳେ SDF ଖାତାକୁ 15ଟି ସିଟ ଆସିଥିଲା । ଚଳିତ ଥର ମଧ୍ୟ ଏହି ଦୁଇ ଦଳ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି ।

କଣ କୁହେ ଏକଜିଟ ପୋଲ: ଏକଜିଟ୍ ପୋଲ୍ ଅନୁଯାୟୀ ଚଳିତ ଥର ରାଜ୍ୟରେ ପୁଣି ଏସକେଏମ୍ କ୍ଷମତାକୁ ଆସିବା ଆକଳନ କରାଯାଇଛି । ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ, ସିକ୍କିମରେ ବିଜେପି ଦୁଇଟି ସିଟ୍ ପାଇପାରେ, ଏସକେଏମ୍ 24-30 ଓ SDF ଗୋଟିଏରୁ ତିନୋଟି ସିଟ୍ ଜିତିପାରେ, ସିଟିଜେନ୍ ଆକ୍ସନ୍ ପାର୍ଟି (ସିଏପି) ଦୁଇଟି ଆସନରେ ବିଜୟୀ ହୋଇପାରେ ।

2019ରେ ଅରୁଣାଚଳରେ କାହାକୁ କେତେ ଆସନ ମିଳିଥିଲା: ଅରୁଣାଚଳ ପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟି ରାଜ୍ୟର 60ଟି ଆସନ ମଧ୍ୟରୁ ପୂର୍ବରୁ 10ଟି ଆସନରେ ବିଜୟୀ ହୋଇସାରିଛି । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌଓ୍ବାନା ମେନ୍ ନିଜ ନିଜ ଆସନରେ ଜିତି ସାରିଛନ୍ତି । 2019 ବିଧାନସଭା ନିର୍ବାଚନରେ ​​ଅରୁଣାଚଳ ପ୍ରଦେଶରେ 6ଟି ଆସନ ମଧ୍ୟରୁ ବିଜେପି 41ଟି ସିଟ୍ ଜିତିଥିଲା । ଜନତା ଦଳ 7, ନ୍ୟାସନାଲ ପିପୁଲ୍ସ ପାର୍ଟି 5, କଂଗ୍ରେସ 4 ଏବଂ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା । 2ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

କ'ଣ କୁହେ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ, ଅରୁଣାଚଳ ପ୍ରଦେଶରେ ବିଜେପି 44-51ଟି ଆସନରେ ବିଜୟୀ ହେବ । ଏନପିପି ଖାତାକୁ 2ରୁ 6ଟି ଆସନ ଆସିପାରେ । କଂଗ୍ରେସ ଗୋଟିଏରୁ 4ଟି ଓ ଅନ୍ୟ ଦଳ ଗୋଟିଏରୁ 6ଟି ସିଟରେ ବିଜୟୀ ହୋଇପାରେ ।

Last Updated : Jun 2, 2024, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.